ETV Bharat / entertainment

ଅର୍ଜୁନଙ୍କ ସହ ଲଭ୍ ଲାଇଫ୍‌କୁ ନେଇ ଏମିତି କହିଲେ ମଲାଇକା, ବୟସ ପାର୍ଥକ୍ୟକୁ ଦିଅନ୍ତିନି ଗୁରୁତ୍ବ - ବ୍ରେକଅପକୁ ନେଇ ମୁହଁ ଖୋଲିଲେ ମଲାଇକା

ଏକ ସାକ୍ଷାତକାରରେ, ମଲାଇକା ଛାଡପତ୍ର ଏବଂ ବ୍ରେକଅପକୁ ନେଇ ଖୋଲାଖୋଲି ଭାବେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ଟ୍ରୋଲର୍ସଙ୍କୁ ଏମିତି ଜବାବ୍‌ ଦେଲେ ମଲାଇକା
ଟ୍ରୋଲର୍ସଙ୍କୁ ଏମିତି ଜବାବ୍‌ ଦେଲେ ମଲାଇକା
author img

By

Published : Apr 23, 2022, 4:06 PM IST

ହାଇଦ୍ରାବାଦ: ବି-ଟାଉନରେ କପଲଙ୍କ ମଧ୍ୟରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଅନ୍ୟତମ । ଦୁହେଁ ପ୍ରାୟତଃ ସର୍ବସାଧାରଣ ସ୍ଥାନରେ ଏକାଠି ନଜର ଆସିଥାନ୍ତି । ଏହା ବ୍ୟତୀତ ଏହି କପଲ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ମଧ୍ୟ ପରସ୍ପର ଉପରେ ପ୍ରେମ ବର୍ଷା ଜାରି ରଖିଛନ୍ତି । ଉଭୟ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି ଏବଂ ସର୍ବଦା ଖୋଲାଖୋଲି ଭାବେ ଏହା ବିଷୟରେ କଥାବାର୍ତ୍ତା ମଧ୍ୟ କରନ୍ତି । ନିକଟରେ ଏକ ସାକ୍ଷାତକାରରେ, ମଲାଇକା ଛାଡପତ୍ର ପରେ ନିଜ ଜୀବନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

ସାକ୍ଷାତକାରରେ ମଲାଇକା କହିଛନ୍ତି, 'ମହିଳାଙ୍କ ପାଇଁ ବ୍ରେକଅପ୍ କିମ୍ବା ଛାଡପତ୍ର ପରେ ଏକ ନୂଆ ଜୀବନ ଆରମ୍ଭ କରିବା ଅତ୍ୟନ୍ତ ଜରୁରୀ ଅଟେ। ମହିଳାଙ୍କୁ ନେଇ ସମାଜରେ ଏକ ଭିନ୍ନ ପ୍ରକାରର ମନୋଭାବ ସୃଷ୍ଟି ହୋଇଯାଇଛି । ଏଠାରେ ବୟସ୍କା ମହିଳା କମ୍‌ ବୟସର ପୁରୁଷଙ୍କୁ ଡେଟ କରିବା ଅପବିତ୍ର ବୋଲି ବିବେଚନା କରାଯାଏ । ସେ କହିଛନ୍ତି, 'ମୁଁ ଜଣେ ଶକ୍ତିଶାଳୀ କର୍ମୀ ମହିଳା। ମୁଁ ପ୍ରତିଦିନ ଶକ୍ତିଶାଳୀ, ଫିଟ୍ ଏବଂ ଖୁସି ରହିପାରିବି ବୋଲି ନିଶ୍ଚିତ କରିବାକୁ ମୁଁ ନିଜ ଉପରେ କାମ କରେ । ମୁଁ ମୋର ମା'ଙ୍କର ପ୍ରତିଫଳନ । ସେ ମୋତେ ସର୍ବଦା ନିଜ ସର୍ତ୍ତ ଅନୁଯାୟୀ ଜୀବନଯାପନ କରିବା ଏବଂ ସ୍ୱାଧୀନ ରହିବାକୁ ଶିଖାଇଛନ୍ତି । ତେବେ କହିରଖୁଛୁ ଯେ, ଏହି କପଲଙ୍କୁ ସବୁବେଳେ ସେମାନଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟକୁ ନେଇ ଟ୍ରୋଲ କରାଯାଏ। ମଲାଇକାଙ୍କୁ ବର୍ତ୍ତମାନ 48 ବର୍ଷ ବୟସ ହୋଇଥିବାବେଳେ ଅର୍ଜୁନଙ୍କୁ ମାତ୍ର 36 ବର୍ଷ ବୟସ ।

ଏହାପୂର୍ବରୁ ଅର୍ଜୁନ କପୁର ମଧ୍ୟ ତାଙ୍କ ସମ୍ପର୍କକୁ ନେଇ କିଛି କହିଥିଲେ। ସେ ଏକ ସାକ୍ଷାତକାର ସମୟରେ କହିଥିଲେ ଯେ, ସେ ଉଭୟ ବୟସ ପାର୍ଥକ୍ୟକୁ ଗୁରୁତ୍ୱ ଦିଅନ୍ତିନାହିଁ। ସେ କହିଥିଲେ ଯେ ଟ୍ରୋଲିଂକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ କାରଣ ଏହା କେବଳ ଶବ୍ଦ ଏବଂ ଏହା ବ୍ୟତୀତ ଆଉ କିଛି ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.