ETV Bharat / entertainment

ବ୍ରେକଅପ୍ ଗୁଜବ: ବର୍ଷାରେ ଏକାଠି ନଜର ଆସିଲେ ଲଭ୍‌ ବାର୍ଡ ମଲାଇକା-ଅର୍ଜୁନ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Aug 28, 2023, 7:25 AM IST

ବ୍ରେକଅପ୍ ଗୁଜବ ମଧ୍ୟରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ଏକାଠି ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଲଭ୍‌ ବାର୍ଡ ମଲାଇକା ଅର୍ଜୁନ
ଲଭ୍‌ ବାର୍ଡ ମଲାଇକା ଅର୍ଜୁନ

ମୁମ୍ବାଇ: ମଲାଇକା ଆରୋରା ଏବଂ ଅର୍ଜୁନ କପୁର ବଲିଉଡର ଚର୍ଚ୍ଚିତ ପ୍ରେମପକ୍ଷୀ ଭାବେ ଜଣାଶୁଣା । ସେମାନେ ତାଙ୍କର ଶାନଦାର ବଣ୍ଡିଂ ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଉଭୟଙ୍କ ବୟସରେ 11 ବର୍ଷର ବ୍ୟବଧାନ ଅଛି, କିନ୍ତୁ ଦୁହିଁଙ୍କ ହୃଦୟରେ କେତେ ଭଲପାଇବା ଅଛି, ଆମେ 5 ବର୍ଷ ହେଲା ଦେଖୁଛୁ । କିନ୍ତୁ ଏହା ପରେ ମଧ୍ୟ କିଛି ସମୟ ପାଇଁ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ବ୍ରେକଅପ୍ ଗୁଜବ ସାମ୍ନାକୁ ଆସିଥିଲା । ନିକଟରେ ମଲାଇକା ଆରୋରା ଅର୍ଜୁନ କପୁରଙ୍କ ଭଉଣୀ ଅନସୁଲା କପୁର, ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କୁ ଇନଷ୍ଟାଗ୍ରାମରେ ଅନ୍‌ଫଲୋ କରିଥିଲେ । ଏସବୁ ମଧ୍ୟରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତ ଗୁଜବ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ନିକଟରେ ବିରଲ ଭୟାନି ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କୁ ଏକାଠି ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଭିଡିଓ ସମସ୍ତ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ଲଗାଇଛି । ଭିଡିଓରେ ଉଭୟର ଶାନଦାର ଟ୍ୟୁନିଂ ମଧ୍ୟ ଦୃଶ୍ୟମାନ ହେଉଛି । ଏଥିରେ ମଲାଇକା ଏବଂ ଅର୍ଜୁନ କଳା ଚଷମା ପିନ୍ଧିଛନ୍ତି । ମଲାଇକା ଧଳା ପୋଷାକରେ ଥିବାବେଳେ ଅନ୍ୟ ପଟେ ଅର୍ଜୁନ କାଜୁଆଲ୍ ପୋଷାକରେ ନଜର ଆସିଛନ୍ତି । ମୁମ୍ବାଇର ବର୍ଷାରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖି ଫ୍ୟାନ୍ସ ମଧ୍ୟ ଖୁସି ହୋଇଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ପରିବର୍ତ୍ତନ ହିଁ ଜୀବନର ନିୟମ'; ଅର୍ଜୁନଙ୍କ ସହ ବ୍ରେକଅପ୍ ଗୁଜବ, ମଲାଇକା ସେୟାର କଲେ କ୍ରିପ୍ଟିକ୍ ପୋଷ୍ଟ

ସୂଚନାଯୋଗ୍ୟ ଯେ, ଗତ 26 ତାରିଖରେ ମଲାଇକା ନିଜ ଇନଷ୍ଟାଗ୍ରାମରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ 'ପରିବର୍ତ୍ତନ ହିଁ ଜୀବନର ନିୟମ' ଲେଖାଯାଇଛି । ଯାହାପରେ ସୋସିଆଲ ମିଡିଆ ୟୁଜର୍ସ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ବ୍ରେକଅପକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ କରିଦେଇଥିଲେ । ସବୁଠୁ ଖାସ୍‌ କଥା ହେଉଛି କି, ମଲାଇକା ଆରୋରା ଅଭିନେତା ଅର୍ଜୁନଙ୍କ ଫଟୋରେ ନା କିଛି ମନ୍ତବ୍ୟ ଦେଉଥିଲେ ନା ତାଙ୍କର କୌଣସି ଫଟୋକୁ ଲାଇକ୍‌ କରୁଥିଲେ । ଯାହା ଫ୍ୟାନ୍ସଙ୍କୁ ଅଧିକ ବିଚଳିତ କରୁଥିଲା ।

ଅର୍ଜୁନ କପୁରଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ ଅଛି । ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପରେ ତାଙ୍କ ନାମ ପରିଣୀତି ଚୋପ୍ରା, ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କ ସହ ଜଡିତ ଥିଲା । ଅନ୍ୟପକ୍ଷରେ, ମଲାଇକାଙ୍କ ବିଷୟରେ କଥାବାର୍ତ୍ତା କରିବା ତ, ଅରବାଜ ଖାନଙ୍କ ସହ 19 ବର୍ଷ ବିତାଇବା ପରେ ସେ ଛାଡପତ୍ର ନେଇଥିଲେ ଏବଂ ସେ ଗତ 5 ବର୍ଷ ଧରି ଅର୍ଜୁନଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.