ହାଇଦ୍ରାବାଦ: ଗୋଟିଏ ଦିନ ପରେ ଅର୍ଥାତ୍ ଜାନୁଆରୀ ୧୨ରେ ପରଦାକୁ ଆସିବ ମହେଶ ବାବୁଙ୍କ ଫିଲ୍ମ 'ଗୁଣ୍ଟୁର କରମ' । ଯାହାକୁ ନେଇ ସାଉଥରେ ଫ୍ୟାନ୍ସଙ୍କ ମଧ୍ୟରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ମଧ୍ୟ ଫିଲ୍ମ ରିଲିଜ ପୂର୍ବରୁ ଫ୍ୟାନ୍ସଙ୍କ ସହ ଏହାକୁ ସେଲିବ୍ରେଟ କରିଛନ୍ତି । ସେ ମହେଶ ବାବୁଙ୍କ ହୋମ ଟାଉନ ଗୁଣ୍ଟୁରରେ ପ୍ରି-ରିଲିଜ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ସେ ବେଶ ଭାବବିହ୍ବଳ ହୋଇଥିଲେ । ସୋସିଆଲ ମିଡିଆରେ ଇଭେଣ୍ଟର ଫଟୋ ସେୟାର କରି ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଇଭେଣ୍ଟରେ ମହେଶ ବାବୁ ଫ୍ୟାନ୍ସଙ୍କୁ ସମ୍ବୋଧିତ କରି କହିଥିଲେ ଯେ, 'ମକର ସଂକ୍ରାନ୍ତି ସର୍ବଦା ବିଶେଷ ପର୍ବ ମୋ ପାଇଁ । ମୋ ଠାରୁ ବି ଅଧିକ ମୋ ବାପାଙ୍କ ପାଇଁ ତା ଠାରୁ ବି ଅଧିକ ବିଶେଷ । ଯଦି ମୋ ଫିଲ୍ମ ମକର ସଂକ୍ରାନ୍ତିରେ ରିଲିଜ ହେଉଛି । ତେବେ ଏହା ବ୍ଲକବ୍ଲଷ୍ଟର ହେବା ବୋଲି ଆଶା । ଏହି ବର୍ଷ ମୋ ପାଇଁ ନୂଆ ରହିଛି । କାରଣ ମୋ ବାପା ମୋ ସହ ନାହାନ୍ତି । ସେ ମୋତେ ଫୋନ କରି ସବୁବେଳେ ମୋ ଫିଲ୍ମର ସଫଳତା ଏବଂ କଲେକ୍ସନ ବିଷୟରେ କୁହନ୍ତି । ହେଲେ ଏବେ ଆଉ ତାହା ଶୁଣିବାକୁ ମିଳିବନି । କିନ୍ତୁ ଏବେ ଆପଣମାନେ ମୋତେ ସବୁ କହିବେ । ଆପଣମାନେ ମୋର ବାପା ଏବଂ ମାଆ । ଆପଣମାନେ ମୋ ପାଇଁ ସବୁକିଛି । ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ସର୍ବଦା ମୋ ଉପରେ ଏମିତି ଥାଉ । ଧନ୍ୟବାଦ'
ମହେଶ ବାବୁ ନିଜ ଇନଷ୍ଟାଗ୍ରାମରେ ଇଭେଣ୍ଟର ଏକ ପୋଷ୍ଟ ସେୟାର ସେୟାର କରିଛନ୍ତି । ସେ ଏହା ସେୟାର କରି ଲେଖିଛନ୍ତି, ଧନ୍ୟବାଦ ଗୁଣ୍ଟୁର । ମୋ ସହରରେ ଫ୍ୟାନ୍ସଙ୍କ ସହ ଫିଲ୍ମ ଉତ୍ସାହକୁ ପାଳନ କରିବା ଏକ ଚିରସ୍ଥାୟୀ ସ୍ମୃତି । ଯାହା ସର୍ବଦା ମୋ ହୃଦୟରରେ ସ୍ମରଣୀୟ ହୋଇ ରହିବ । ମୁଁ ସମସ୍ତଙ୍କୁ ଭଲ ପାଏ, ମୋର ସୁପରଫ୍ୟାନ୍ସ ଏବଂ ମୁଁ ତୁମକୁ ପୁଣି ଦେଖିବା ପାଇଁ ଅପେକ୍ଷା କରିଛି । ଖୁବଶୀଘ୍ର ସଂକ୍ରାନ୍ତି ବର୍ତ୍ତମାନ ଆରମ୍ଭ ହେବ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସମସ୍ତ ସହଯୋଗ ଏବଂ ସହାୟତା ପାଇଁ ଗୁଣ୍ଟୁର ପୋଲିସକୁ ଅନେକ ଧନ୍ୟବାଦ । ସେପଟେ ଅଭିନେତାଙ୍କ ପତ୍ନୀ ମଧ୍ୟ ଏହି ଇଭେଣ୍ଟର ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ୧୨ରେ ପରଦାକୁ ଆସିବ 'ଗୁଣ୍ଟୁର କରମ', ଏବେଠୁ ଉତ୍ସାହିତ ଫ୍ୟାନ୍ସ
ସୂଚନା ଥାଉ କି, ମହେଶ ବାବୁଙ୍କ ଏହି ଫିଲ୍ମ 'ଗୁଣ୍ଟୁର କରମ' ଜାନୁଆରୀ ୧୨ରେ ରିଲିଜ ହେବ । ମହେଶ ବାବୁଙ୍କ ଫିଲ୍ମର ବଜେଟ୍ ବର୍ତ୍ତମାନ ୨୦୦ କୋଟି ଟଙ୍କା ବୋଲି କୁହାଯାଉଛି । ଶ୍ରୀନିବାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ରେ ମହେଶ ବାବୁଙ୍କ ସମେତ ମିନାକ୍ଷୀ ଚୌଧୁରୀ ଏବଂ ଶ୍ରୀଲେଲା ମହେଶ ବାବୁଙ୍କ ସହ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।