ETV Bharat / entertainment

ଜେଲ ଯିବେ ଜୟପ୍ରଦା, ଯାଚିକା ଖାରଜ କଲେ ମାଡ୍ରାସ ହାଇକୋର୍ଟ

author img

By ETV Bharat Odisha Team

Published : Oct 20, 2023, 8:12 PM IST

କର୍ମଚାରୀଙ୍କୁ ରାଜ୍ୟ ବୀମା ଅର୍ଥ ପ୍ରଦାନରେ ହେରଫେର ମାମଲା । ଘଟଣା ନେଇ ନିମ୍ନ ଅଦାଲତଙ୍କ ୬ ମାସର ଜେଲ ଦଣ୍ଡାଦେଶକୁ ବାତିଲ କରିବାକୁ ମାଡ୍ରାସ ହାଇକୋର୍ଟ ପହଞ୍ଚିଥିଲେ ଜୟପ୍ରଦା । ବର୍ତ୍ତମାନ ଏହାର ଶୁଣାଣି କରି ଜୟପ୍ରଦାଙ୍କ ଜେଲ ଦଣ୍ଡାଦେଶକୁ ବଳବତ୍ତର ରଖିଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଜେଲ ଯିବେ ଅଭିନେତ୍ରୀ ଜୟପ୍ରଦା, ୬ ମାସ କାରାଦଣ୍ଡାଦେଶକୁ ବଳବତ୍ତର ରଖିଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଜୟପ୍ରଦାଙ୍କ ନାଁରେ କର୍ମଚାରୀଙ୍କୁ ରାଜ୍ୟ ବୀମା ଅର୍ଥ ପ୍ରଦାନରେ ହେରଫେର ଅଭିଯୋଗ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ଶୁଣାଣି । ନିମ୍ନ ଅଦାଲତ ଦ୍ୱାରା ଧାର୍ଯ୍ୟ ୬ମାସର ଜେଲ ଦଣ୍ଡାଦେଶକୁ କାଏମ ରଖିଲେ ମାଡ୍ରାସ ହାଇକୋର୍ଟ ଜଷ୍ଟିସ ଜୟଚନ୍ଦ୍ରନ । ଏଥିସହ ଜୟପ୍ରଦାଙ୍କୁ 15 ଦିନ ମଧ୍ୟରେ ସଂପୃକ୍ତ ଏଗମୋର କୋର୍ଟରେ ଆତ୍ମସମର୍ପଣ କରିବା ସହ 20 ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଜୟପ୍ରଦା ଏଗମୋର କୋର୍ଟଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାରେ ଜୟପ୍ରଦା ଏଗମୋର କୋର୍ଟଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଶୁକ୍ରବାର ଦିନ(ଆଜି) ଅର୍ଥାତ୍ ଅକ୍ଟୋବର ୨୦ରେ ଜଷ୍ଟିସ ଜୟଚନ୍ଦ୍ରନ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ସମୟରେ ESI ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ ମାମଲା ଏଥିପାଇଁ ଦାୟର କରାଯାଇଥିଲା ଯେ, ଶ୍ରିମକମାନଙ୍କୁ ବାରମ୍ବାର ନୋଟିସ ପରେ ବି ଟଙ୍କା ଦେଇ ନ ଥିଲେ ।

ସେପଟେ ଜୟପ୍ରଦାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି, 'ଶ୍ରମିକମାନେ କାହିଁକି ଟଙ୍କା ଦେଇନାହାଁନ୍ତି ତେବେ ESI କାହିଁକି ଏହି କଥାର କୌଣସି ସ୍ପଷ୍ଟୀକରଣ ଦେଇନାହିଁ । କୌଣସି ନୋଟିସ ନ ପଠାଇ ସିଧାସଳଖ ESI ପକ୍ଷରୁ ମାମଲା ଦାୟର କରାଯାଇଥିଲା । ତେବେ ଏହି ମାମଲାରେ, ମାଡ୍ରାସ୍ ଏଚସି ବିଚାରପତି ଏଗମୋର କୋର୍ଟଙ୍କ ୬ମାସର କାରାଦଣ୍ଡାଦେଶ ରାୟକୁ ବଳବତ୍ତର ରଖିଛନ୍ତି । ଏବଂ ଜୟପ୍ରଦା ESI କର୍ମଚାରୀଙ୍କ ଟଙ୍କା ଫେରସ୍ତ ବିଷୟରେ କିଛି ରିପୋର୍ଟ କରି ନ ଥିବାରୁ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହ ଜୟପ୍ରଦାଙ୍କୁ 15 ଦିନ ମଧ୍ୟରେ ସଂପୃକ୍ତ ଏଗମୋର ଆର୍ବିଟ୍ରାଲ ଟ୍ରିବ୍ୟୁନାଲରେ ଆତ୍ମସମର୍ପଣ କରିବାକୁ ଏବଂ 20 ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଅଭିନେତ୍ରୀ ଜୟପ୍ରଦା ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଗତ ୧୦ ବର୍ଷ ପୂର୍ବେ ଏହି ଥିଏଟର ବନ୍ଦ ରହିଛି । ସେ ରାମକୁମାର ଏବଂ ରାଜବାବୁଙ୍କ ସହ ଚେନ୍ନାଇର ଆନ୍ନା ସଲାଇରେ ଏକ ଥିଏଟର ଚଳାଉଥିଲେ । ଏହି ପରିପ୍ରେକ୍ଷୀରେ, ନଭେମ୍ବର 1991 ରୁ 2002 ପର୍ଯ୍ୟନ୍ତ 8 ଲକ୍ଷ 17 ହଜାର ଟଙ୍କା, 2002 ରୁ 2005 ପର୍ଯ୍ୟନ୍ତ 1 ଲକ୍ଷ 58 ହଜାର ଟଙ୍କା ଏବଂ 2003 ଏବଂ 2003 ରୁ 1 ଲକ୍ଷ 58 ହଜାର ଟଙ୍କା ରାଜ୍ୟରେ ଶ୍ରମିକମାନଙ୍କ ଦ୍ୱାରା ସଂଗୃହିତ ESI ଟଙ୍କା ଦେଇ ନ ଥିବା ଅଭିଯୋଗ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ: Jayaprada Madras HC: ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବଦେନ କଲେ ଜୟପ୍ରଦା

ଏହି ପରିପ୍ରେକ୍ଷୀରେ, ESI କମ୍ପାନୀ ପକ୍ଷରୁ ଚେନ୍ନାଇ ଏଗମୋର କୋର୍ଟରେ 5 ଟି ମାମଲା ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି ବେଳେ ଜୟପ୍ରଦା କହିଛନ୍ତି ଯେ ଶ୍ରମିକମାନେ ବୀମା ଟଙ୍କା ଫେରସ୍ତ କରୁଛନ୍ତି । ESI କମ୍ପାନୀ ବିରୋଧ କରିଥିଲେ ଯେ ESI ଟଙ୍କା ନଦେବା କାରଣରୁ ଶ୍ରମିକମାନେ ପ୍ରଭାବିତ ହୋଇଥିଲେ। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଏଗମୋର୍ କୋର୍ଟ ଅଗଷ୍ଟ 10, 2023 ରେ ଜୟପ୍ରଦାଙ୍କ ସମେତ 3 ଜଣଙ୍କୁ ବିନା ଜାମିନ 6 ମାସ କାରାଦଣ୍ଡରେ ଦଣ୍ଡିତ କରିବା ସହ 5 ହଜାର ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଜୟପ୍ରଦା ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଆଜି ଶୁଣାଣି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.