ETV Bharat / entertainment

'ଲଭ ଇନ୍ ଲଣ୍ଡନ' ସିନେମା ଲାଭାଂଶର ୧୦ ଭାଗ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା ପାଇଁ ଘୁଞ୍ଚିଲା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ରିଲିଜ ଡେଟ। ଜୁନ 13ରେ ହେବ ଫିଲ୍ମ ରିଲିଜ। ଏଥିସହ ଫିଲ୍ମର ଲାଭାଂଶର 10% ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଯିବ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ମାତା। ଅଧିକ ପଢନ୍ତୁ,

author img

By

Published : Jun 9, 2023, 12:40 PM IST

ଜୁନ୍ 13ରେ 'ଲଭ ଇନ୍ ଲଣ୍ଡନ' ରିଲିଜ, ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ଯିବ ସିନେମା ଲାଭାଂଶର ୧୦ ଭାଗ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଃଖ ଓ ସମବେଦନା ଜଣାଇ ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ରିଲିଜ ତାରିଖ । ଜୁନ୍ ୯, ୨୦୨୩ରେ ନୁହେଁ ବରଂ ଜୁନ୍ ୧୩ରେ ହେବ ଫିଲ୍ମ ରିଲିଜ । ଏନେଇ ପ୍ରେସମିଟରେ ଜରିଆରେ ସୂଚନା ଦେଇଛନ୍ତି ଫିଲ୍ମ ପ୍ରଯୋଜକ । ଏଥିସହ ଫିଲ୍ମର ଲାଭାଂଶର ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିଆଯିବ ବୋଲି କୁହାଯାଇଛି ।

ଭୁବନେଶ୍ବର ଶୀତଲ୍‌ ହୋଟେଲ୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ପ୍ରଯୋଜକ ଏବଂ ପୁରା ଟିମ ଉପସ୍ଥିତ ରହି ଫିଲ୍ମକୁ ନେଇ ବଡ ସୂଚନା ଦେଇଛନ୍ତି । ଟିମ୍ କହିଥିଲେ ଯେ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ବାହାନାଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଃଖ ଓ ସମବେଦନା ଜଣାଉଛୁ । ଏହି ଦୁଃଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ଫିଲ୍ମଟି ଆଜି ରିଲିଜ ହେବାର ଥିଲା । ହେଲେ ଏହି ଅଘଟଣକୁ ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଆମେ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ରିଲିଜକୁ ଜୁନ୍ ୧୩ରେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ । ଏଥିସହ ଲାଭାଂଶ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ବୋଲି କହିଛନ୍ତି ଫିଲ୍ମ ପ୍ରଯୋଜକ । ଆମେ ଆମର ଦର୍ଶକମାନଙ୍କୁ ଆନ୍ତରିକତାରୁ ଧନ୍ୟବାଦ ଦେବା ସହ ଏପରି ଦୁଃଖଦ ସମୟରେ ତାଙ୍କର ସହଯୋଗ ଆଶା କରୁଛୁ ।

ସେପଟେ ଅନୁଭବ ଆହୁରି କହିଛନ୍ତି ଯେ, ''ସମସ୍ତଙ୍କ ସମର୍ଥନ ପାଇ ଆମେ ବେଶ ଖୁସି । ଏହି ପରିସ୍ଥିତିକୁ ବୁଝି ଫିଲ୍ମର କଳାକାରମାନେ, ଦର୍ଶକ ଏବଂ ଥିଏଟର ମାଲିକ ଆମକୁ ସମର୍ଥନ କରିଥିବାରୁ ଆମେ ଧନ୍ୟବାଦ ଜଣାଉଛୁ । ଏଥିସହ, “ଆମେ ‘ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ପ୍ରତିଶ୍ରୁତି ଦେଉଛୁ ଯେ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରଯୋଜକ ଲାଭାଂଶ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।''

ସେହିପରି ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ.ବର୍ଖା କହିଛନ୍ତି, ''ଆମର ଆତ୍ମବିଶ୍ୱାସ ଏବଂ ଆଶା ଯେ ଏହି ଅବଦାନ ଦୁର୍ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନଃରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବ ।'' ଏହି କଠିନ ସମୟରେ ଆମେ ସମସ୍ତଙ୍କ ସହ ସହିତ ଏକତାରେ ଛିଡ଼ା ହୋଇଛୁ ବୋଲି ‘ଲଭ୍ ଇନ୍ ଲଣ୍ଡନ’ର ଟିମ୍ କହିଛନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି, ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ଅମର ମ୍ୟୁଜିକର ଓଡ଼ିଶା ମୁଖ୍ୟ ଦେବାଶିଷ ପଣ୍ଡା,ଲଭ୍ ଇନ୍‌ ଲଣ୍ଡନ୍ ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.