ETV Bharat / entertainment

ମଲାଇକାଙ୍କୁ ବିବାହ ନେଇ ମୁହଁ ଖୋଲିଲେ ଅର୍ଜୁନ, କହିଲେ 'ଏହା ଅନ୍ୟାୟ' ...

author img

By ETV Bharat Odisha Team

Published : Dec 14, 2023, 10:56 AM IST

Arjun Kapoor Marriage Plan With Malaika: 'କଫି ୱିଥ୍ କରଣ ୮'ର ଲାଟେଷ୍ଟ ଏପିସୋଡରେ କରଣ ଜୋହର ଅର୍ଜୁନ କପୁରଙ୍କୁ ମଲାଇକା ଆରୋରାଙ୍କୁ ବିବାହ ନେଇ ପଚାରିଥିଲେ । ଏହା ଉପରେ ଅଭିନେତା ପ୍ରତିକ୍ରିୟା ଦେଇଛନ୍ତି । ସେ କଣ କହିଛନ୍ତି, ଜାଣନ୍ତୁ...

ମଲାଇକାଙ୍କୁ ବିବାହ ନେଇ ମୁହଁ ଖୋଲିଲେ ଅର୍ଜୁନ, କହିଲେ 'ଏହା ଅନ୍ୟାୟ' ..at
ମଲାଇକାଙ୍କୁ ବିବାହ ନେଇ ମୁହଁ ଖୋଲିଲେ ଅର୍ଜୁନ, କହିଲେ 'ଏହା ଅନ୍ୟାୟ' ..

ହାଇଦ୍ରାବାଦ: କରଣ ଜୋହରଙ୍କ ଚାଟ୍ ଶୋ 'କଫି ୱିଥ୍ କରଣ'ର ୮ମ ସିଜିନର ଲାଟେଷ୍ଟ ଏପିସୋଡ ବର୍ତ୍ତମାନ ଡିସ୍ନି ପ୍ଲସ ହଟଷ୍ଟାରରେ ଷ୍ଟ୍ରିମିଂ ହୋଇଛି । ଯେଉଁଥିରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଆଦିତ୍ୟ ରୟ କପୁରଙ୍କୁ ଦେଖିବାକୁ ମିଳିଛି । ଉଭୟ ଶୋ'ରେ ବହୁତ ମଜା କରୁଥିବା ସହ ନିଜ ବ୍ୟକ୍ତିଗତ ଜାବନୀ ବିଷୟରେ ଅନେକ ଖୁଲାସା କରିଛନ୍ତି । ଏହି ସମୟରେ ଅର୍ଜୁନ କପୁର ମଲାଇକା ଆରୋରାଙ୍କ ସହ ସମ୍ପର୍କ ବିଷୟରେ ଅନେକ ଖୁଲାସା କରିଛନ୍ତି । ଏଥିସହ ଅର୍ଜୁନ ତାଙ୍କ ଏବଂ ମଲାଇକାଙ୍କ ବିବାହ ପ୍ଲାନ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏହା ଅନ୍ୟାୟ, ମୁଁ ତାଙ୍କ ବିନା ଏପରି ସେ ଉପରେ କଥାହେବା ।'

ଶୋ'ରେ କରଣ ଜୋହର ଅର୍ଜୁନଙ୍କୁ ପଚାରିଥିଲେ ଯେ ତାଙ୍କ ଏବଂ ମଲାଇକାଙ୍କ ସମ୍ପର୍କ ନେଇ ପରବର୍ତ୍ତୀ ଯୋଜନା ଅଛି କି? ଏହି ପ୍ରଶ୍ନର ଉତ୍ତରରେ ଅର୍ଜୁନ କହିଛନ୍ତି, 'ମୁଁ ଏହି ସମୟରେ ଭାବୁଛି, ଏବଂ ମୁଁ ତୁମ ଶୋ'କୁ ଆସିବାକୁ ଯେତିକି ସଚ୍ଚୋଟ ଏବଂ ଏହା ବିଷୟରେ ମଧ୍ୟ ମୁଁ ସେତିକି ସଚ୍ଚୋଟ ହେବାକୁ ପସନ୍ଦ କରିବି । ମୁଁ ଭାବୁଛି ମଲାଇକାଙ୍କ ବିନା ଏଠାରେ ବସି ଭବିଷ୍ୟତ ବିଷୟରେ କଥା ହେବା ଠିକ ନୁହେଁ । ମୁଁ ଆଜି ଯେଉଁଟି ଅଛି, ବହୁତ ଖୁସି ଅଛି । ଆମେ ଅନେକ ଜିନିଷର ସାମ୍ନା କରିଛୁ । କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଦିଷ୍ଟ ଜିନିଶ ଉପରେ କଥା ହେବାକୁ ଚାହୁଁ ନାହିଁ । କାରଣ ଭବିଷ୍ୟତକୁ ନେଇ ଏକା କଥା ହେବା ଅନ୍ୟାୟ ହେବ । ମୁଁ ଭାବୁଛି ଏହା ସବୁଠାରୁ ସମ୍ମାନଜନକ ବିଷୟ ହେବ । ଥରେ ଆମେ ସେହି ପର୍ଯ୍ୟାୟରେ ପହଞ୍ଚିବା ପରେ ଆମେ ଆସି ଏକାଠି ଏହା ବିଷୟରେ ଆଲୋଚନା କରିବୁ ।

ଏଥିସହ ଶୋ'ରେ ଉଭୟଙ୍କ ବୟସକୁ ନେଇ ଟ୍ରୋଲ ବିଷୟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । କରଣ ଅର୍ଜୁନଙ୍କୁ ଅନଲାଇନ ଟ୍ରୋଲିଂ ମଲାଇକା ଏବଂ ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଏ କି ? ଏହାର ଉତ୍ତରରେ ଅର୍ଜୁନ କହିଛନ୍ତି, ଏମିତି କୌଣସି ଲୋକ ନାହାନ୍ତି । ଯାହା ଉପରେ ଏମିତି କଥାର ପ୍ରଭାବ ପଡ଼ୁନି । ଏସବୁର ଆପଣ କିପରି ସାମ୍ନା କରିବେ ତାହା ଆପଣଙ୍କ ଉପରେ ରହୁଛି । ଯେଉଁ ଲୋକ ସୋସିଆଲ ମିଡିଆରେ କମେଣ୍ଟ ଦେଉଛନ୍ତି ସେଥିରୁ ସେମାନଙ୍କ ସଂସ୍କାର କେମିତି ତାହା ଜଣାପଡୁଛି । ସେହି ଲୋକମାନେ କେବଳ ଆମର ଧ୍ୟାନ ଆକର୍ଷଣ କରୁଛନ୍ତି ।

ଅର୍ଜୁନ ଆହୁରି କହିଛନ୍ତି, ପ୍ରଥମେ ମୁଁ ସବୁ ଟ୍ରୋଲିଂର ଜବାବ ଦେବାକୁ ଚାହୁଁଥିଲି । କିନ୍ତୁ ଏବେ ମୋତେ ଲାଗୁଛି କି ଏସବୁ ଏଡାଇବା ଉଚିତ । ଏବଂ ଏହା ବୁଢିବାକୁ ପଡିବ ଯେ, ଲୋକେ ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ କାହିଁକି ଚାହାନ୍ତି । ସୂଚନା ଥାଉ କି, ମଲାଇକା ଅର୍ଜୁନ ବର୍ଷ ବର୍ଷ ଧରି ପରସ୍ପରକୁ ଡେଟିଂ କରିଆସୁଥିବା ବେଳେ 2019 ରେ ନିଜ ସମ୍ପର୍କକୁ ନେଇ ଇନଷ୍ଟାଗ୍ରାମରେ ଅଫିସିଆଲି ଘୋଷଣା କରିଥିଲେ । ମଲାଇକା ଅର୍ଜୁନଙ୍କ ମଧ୍ୟରେ ୧୦ ବର୍ଷର ପାର୍ଥକ୍ୟ ରହିଛି। ମଲାଇକାଙ୍କୁ ୪୮ ବର୍ଷ ବୟସ ହୋଇଥିବା ବେଳେ ଅର୍ଜୁନଙ୍କୁ ୩୮ ବର୍ଷ ହୋଇଛି । ଏହାକୁ ନେଇ ଅନେକ ଥର ଏହି କପଲ ଟ୍ରୋଲ ହୋଇଥିବା ବେଳେ ନିକଟରେ ଉଭୟଙ୍କ ବ୍ରେକଅପ୍‌ ନେଇ ମଧ୍ୟ ଚର୍ଚ୍ଚା ଜେର ଧରିଥିଲା । ପରେ ମଲାଇକାଙ୍କ ଜନ୍ମଦିନରେ ଅର୍ଜୁନ ରୋମାଣ୍ଟିକ ପୋଷ୍ଟ କରି ଏହି ରୁମର ଖବରକୁ ଖଣ୍ଡନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 'ମୁଁ ସବୁବେଳେ ତୁମ ପଛରେ ଅଛି', ଏଭଳି ମଲାଇକାଙ୍କୁ ଶୁଭେଚ୍ଛା ଜଣାଇଲେ ଅର୍ଜୁନ କପୁର

ସୂଚନା ଥାଉ କି, ପୂର୍ବରୁ ମଲାଇକା ଅରବାଜ ଖାନଙ୍କୁ ବିବାହ କରିଥିଲେ। ସେମାନେ 2017ରେ ଉଭୟ ଅଲଗା ହୋଇଥିଲେ ଏବଂ ସେମାନଙ୍କର ପୁଅ ଅରହାନ ଖାନ ରହିଛନ୍ତି । ଅର୍ଜୁନ ଅରହାନଙ୍କ ସହ ମଧ୍ୟ ଭଲ ସମ୍ପର୍କ ଅଛି। ଏବଂ ବେଳେବେଳେ ମଲାଇକା ଏବଂ ତାଙ୍କ ପୁଅଙ୍କ ସହ ଏକାଠି ନଜର ଆସିଥାନ୍ତି । ପରେ ଅର୍ଜୁନଙ୍କ ପ୍ରେମରେ ପଡିଥିଲେ । ତେବେ ବର୍ତ୍ତମାନ ମଲାଇକା ଏବଂ ଅର୍ଜୁନ ପ୍ରାୟ ସମୟରେ ଏକାଠି ନଜର ଆସିଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ କରି ମଧ୍ୟ ପରସ୍ପର ପ୍ରତି ଭଲପାଇବା ଦେଖାଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.