ETV Bharat / entertainment

Kuch Kuch Hota Hai 25 years: ନଜର ଆସିଲେନି ସଲମାନ-କାଜୋଲ, ଫ୍ୟାନ୍ସଙ୍କ ପ୍ରଶ୍ନରେ ଏମିତି ଉତ୍ତର ଦେଲେ ଶାହାରୁଖ

ଶାହାରୁଖ ଖାନ, କାଜୋଲ, ରାନୀ ମୁଖାର୍ଜୀଙ୍କ ଫିଲ୍ମ କୁଛ କୁଛ ହୋତା ହେକୁ ୨୫ ବର୍ଷ ପୂରିଛି । ଏହି ଅବସରରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 16, 2023, 1:17 PM IST

Tiger 3 Trailer Release, Salman khan, katrina kaif and Emraan Hashmi's action movie

ହାଇଦ୍ରାବାଦ: କୁଛ କୁଛ ହୋତା ହେ ଫିଲ୍ମକୁ ଆଜି ଅର୍ଥାତ୍ ୧୬ ଅକ୍ଟୋବରକୁ ୨୫ ବର୍ଷ ପୂରିଛି । ଏହି ଅବସରରେ ନିର୍ମାତା ମୁମ୍ବାଇର ପିଭିଆରରେ ଫ୍ୟାନ୍ସଙ୍କ ପାଇଁ ଫିଲ୍ମକୁ ପୁଣି ରିଲିଜ କରିଥିଲେ । ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର, ଫିଲ୍ମର କାଷ୍ଟ ଶାହାରୁଖ ଖାନ ଏବଂ ରାନୀ ମୁଖାର୍ଜୀ ସ୍ପେଶାଲ ସ୍କ୍ରିନିଂରେ ସାମିଲ ହୋଇ ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଇଥିଲେ । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫିଲ୍ମର କାଷ୍ଟଙ୍କ ମଧ୍ୟରେ ଏହି ସ୍ପେଶାଲ ସ୍କ୍ରିନିଂରେ ଶାହାରୁଖ ଖାନ ଏବଂ ରାନୀ ମୁଖାର୍ଜୀ କେବଳ ଯୋଗ ଦେଇଥିବା ବେଳେ ଏଥିରେ ସାମିଲ ହୋଇନଥିଲେ ସଲମାନ ଖାନ ଏବଂ କାଜୋଲ । ତେବେ ଫିଲ୍ମର 25ତମ ପୂର୍ତ୍ତି ଅବସରରୁ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ସଲମାନ ଖାନ୍‌ଙ୍କ ବିଷୟରେ ପଚାରୁଥିବା ଦେଖିବାକୁ ମିଳିଛି । ଜଣେ ଫ୍ୟାନ୍ସଙ୍କ ପ୍ରଶ୍ନରେ କିଙ୍ଗ ଖାନ୍‌ ମଜାଳିଆ ଅନ୍ଦାଜରେ ଉତ୍ତର ଦେଇ କହିଛନ୍ତି, ଇଣ୍ଟରଭାଲ ପରେ ସଲମାନ ଆସିବେ । ଏବେ ଇଣ୍ଟରଭାଲ ପର୍ଯ୍ୟନ୍ତ ମୋର ସ୍ବିଚ୍(Speech) ହୋଇନାହିଁ । ସେହିପରି କାଜୋଲଙ୍କ ଅନୁପସ୍ଥିତିକୁ ନେଇ କିଙ୍ଗଖାନ କହିଛନ୍ତି, କାଜୋଲ ଏଠାରେ ନାହାନ୍ତି । ସେ ବାହାର ସୁଟିଂ ପାଇଁ ଯାଇଛନ୍ତି । ସେ ଆପଣମାନଙ୍କ ପାଇଁ ଭଲପାଇବା ବାର୍ତ୍ତା ପଠାଇଛନ୍ତି ।

ସେପଟେ ଏହି ଅବସରର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଶାହାରୁଖ ରାନୀ ମୁଖାର୍ଜୀଙ୍କ ଶାଢୀର ପଲ୍ଲୁ ଉଠାଇ ମଞ୍ଚ ଉପରକୁ ଯାଉଥିବାର ନଜର ଆସିଛନ୍ତି । ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, 'ଗୋଲ୍ଡେନ ହାର୍ଟ' । ଅନ୍ୟ ଜଣେ ଲେଖିଛନ୍ତି, ସେଥିପାଇଁ ଆମେ ତାଙ୍କୁ ଭଲପାଉ କାରଣ ସେ ବଲିଉଡ୍‌ର ଏକମାତ୍ର ଜେଣ୍ଟେଲମ୍ୟାନ(Gentlemen) । ଆଉ ଜଣେ ଲେଖିଛନ୍ତି, 'ସୁନା ଭାଇ ସେ ସବୁବେଳେ ସୁନା ।' ଅନ୍ୟ ଜଣେ ଲେଖିଛନ୍ତି, 'ପ୍ରତ୍ୟେକ ମହିଳାଙ୍କ ଡ୍ରିମ୍‌ ମ୍ୟାନ।'

ଏହା ମଧ୍ୟ ପଢନ୍ତୁ: ପୁଣି ସ୍କିନରେ ଶାହାରୁଖ କାଜୋଲଙ୍କ ରୋମାନ୍ସ ଦେଖିବେ ଦର୍ଶକ

ଅନ୍ୟ ଏକ ଭାଇରାଲ ଭିଡିଓରେ କରଣ ଜୋହର, ରାନୀ ମୁଖାର୍ଜୀ ଏବଂ ଶାାରୁଖ ଖାନ ଏକାଠି ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ଧର୍ମା ପ୍ରଡକ୍ସନ ତାର ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛି, ଗୋଟିଏ ଫେମ୍‌ରେ ଏମାନଙ୍କୁ ଦେଖି ବହୁତ କିଛି ହେଉଛି । ଭଲପାଇବା ଏବଂ ଦୋସ୍ତିର ସେଲିବ୍ରେସନ୍‌, କୁଛ କୁଛ ହୋତା ହେ'ର ୨୫ ବର୍ଷ । ଏଥିସହ ଅନ୍ୟ ଏକ ଭିଡିଓରେ ଶାହାରୁଖ ଫିଲ୍ମର ମହତ୍ତ୍ବ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ସେ କୁହନ୍ତି,'ଏହି ଚଳଚ୍ଚିତ୍ର ଆମ ଜୀବନରେ, ଆମ ହାର୍ଟରେ ଏବଂ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.