ETV Bharat / entertainment

Adipurush Controversy: ଆଦିପୁରୁଷକୁ ସମର୍ଥନ କଲେ କ୍ରିତି ସାନନଙ୍କ ମା', ଫ୍ୟାନ୍ସ କଲେ ଟ୍ରୋଲ - କ୍ରିତି ସାନନଙ୍କ ମା ଗୀତା ସାନନ

ସାଉଥ ତାରକା ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ କଡା ସମାଲୋଚନା କରାଯାଉଛି। ବର୍ତ୍ତମାନ ଫିଲ୍ମକୁ ସବୁ ସ୍ଥାନରୁ ପ୍ରତ୍ୟାଖ୍ୟାନ କରାଯାଉଛି | ଏହାରି ମଧ୍ୟରେ ଏବେ ଫିଲ୍ମରେ ସୀତା ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ କ୍ରିତି ସାନନଙ୍କ ମା' ଗୀତା ସାନନ ଏହି ଫିଲ୍ମକୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ସେ ଟ୍ରୋଲ କରାଯାଇଛି। ଅଧିକ ପଢନ୍ତୁ,

ଆଦିପୁରୁଷକୁ ସମର୍ଥନ କଲେ କ୍ରିତି ସାନନଙ୍କ ମା' ଗୀତା ସାନନ, ଫ୍ୟାନ୍ସ କଲେ ଟ୍ରୋଲ

author img

By

Published : Jun 22, 2023, 4:13 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' କୁ ନେଇ ସାରା ଦେଶରେ ବିରୋଧର ସ୍ବର ଉଠିଛି। ଫିଲ୍ମକୁ ନେଇ ହୋଇଥିବା ବିବାଦ ଥମିବାର ନା ନେଉନି। ଏବଂ ଲୋକେ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ଏବଂ ସଂଳାପ ଲେଖକ ମନୋଜ ମୁନ୍ତାସିରଙ୍କୁ ଟ୍ରୋଲ କରୁଛନ୍ତି। ଫିଲ୍ମକୁ ସବୁଆଡୁ ବିରୋଧ ସହ ବ୍ୟାନ କରିବାକୁ ଦାବି କରାଯାଉଛି। ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମକୁ ସମର୍ଥନ କରିଛନ୍ତି ସୀତା ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ କ୍ରିତି ସାନନଙ୍କ ମା' ଗୀତା ସାନନ।

କ୍ରିତି ସାନନଙ୍କ ମା' ଗୀତା ସାନନ ଫିଲ୍ମକୁ ସମର୍ଥନ କରି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏବଂ ଲୋକଙ୍କୁ ମନାଇବା ପାଇଁ ଚେଷ୍ଟା କରିଛନ୍ତି। କ୍ରିତି ସାନନଙ୍କ ମା' ଗୀତା ସାନନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ''ଜାକି ରହୀ ଭବନ ଜୈସି, ପ୍ରଭୁ ମୁରତ ଦେଖୀ ତିନ୍ ତୈସି, ଏହାର ଅର୍ଥ ହେଉଛି ଯଦି ତୁମେ ଭଲ ଚିନ୍ତାଧାରା ଏବଂ ଭଲ ନଜରରେ ଦେଖ, ତେବେ ବ୍ରହ୍ମାଣ୍ଡ ସୁନ୍ଦର ଦେଖାଯିବ। ପ୍ରଭୁ ରାମ ଆମକୁ ଶିଖାଇଛନ୍ତି ଶାବ୍ରିଙ୍କ ପାଖର ତାଙ୍କର ପ୍ରେମ ଦେଖିଥିଲେ, ଏହା ନୁହଁ କି ସେ ମିଥ୍ୟାବାଦୀ ଥିଲେ। ଲୋକଙ୍କ ଭୁଲକୁ ଧରନ୍ତୁ ନାହିଁ। ତାଙ୍କ ଭାବନାକୁ ବୁଝନ୍ତୁ। ଜୟ ଶ୍ରୀ ରାମ।'' ସୂଚନା ଥାଉ କି, ରିଲିଜ ଦିନରେ କ୍ରିତି ସାନନ୍ ତାଙ୍କ ପରିବାର ସହ ଆଦିପୁରୁଷକୁ ଦେଖିଥିଲେ।

ଏହି ପୋଷ୍ଟ ସେୟାର ହେବା ପରେ କ୍ରିତି ସାନନଙ୍କ ମା' ଏବେ ଟ୍ରୋଲର ଶିକାର ହୋଇଛନ୍ତି। ୟୁଜର୍ସ ତାଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ହିନ୍ଦୁ ବିରୋଧୀ ଚଳଚ୍ଚିତ୍ରକୁ ଅନ୍ଧ ଭାବରେ ସମର୍ଥନ କରନ୍ତୁ ନାହିଁ, ଆପଣଙ୍କ ଝିଅକୁ ହିନ୍ଦୁ ଧର୍ମ ଏବଂ ଏହାର ସଂସ୍କୃତି ବିଷୟରେ ଶିକ୍ଷା ଦିଅନ୍ତୁ। ଅନ୍ୟ ଜଣେ ଲେଖିଛନ୍ତି, ଆପଣ ଏହି ଚଳଚ୍ଚିତ୍ରକୁ ସମର୍ଥନ କରୁଛନ୍ତି କାରଣ ଆପଣଙ୍କ ଝିଅ ସୀତା ଏଥିରେ ଅଭିନୟ କରିଛନ୍ତି। ଏବଂ ଆପଣ ଚାହୁଁ ନାହାଁନ୍ତି ଯେ ଆପଣଙ୍କ ଝିଅର ଏହି 600 କୋଟି ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଉ। ଆଉ ଜଣେ ଲେଖିଛନ୍ତି, 'କ୍ରିତି ସାନନଙ୍କ ପାଇଁ ସେ ଦୁର୍ଭାଗ୍ୟଜନକ ଯେ ସେ ଆଦିପୁରୁଷ ପରି ଏକ ଚଳଚ୍ଚିତ୍ରର ଅଂଶ ହୋଇଥିଲେ'।

ରିପୋର୍ଟ ଅନୁଯାୟୀ, 'ଆଦିପୁରୁଷ' ବୁଧବାର ଅର୍ଥାତ୍ ରିଲିଜ୍ ର ଷଷ୍ଠ ଦିନରେ ବକ୍ସ ଅଫିସରେ ମାତ୍ର 7.50 କୋଟି ସଂଗ୍ରହ କରିଛି। ଯଦିଓ ଏହି ଚଳଚ୍ଚିତ୍ର 250 କୋଟି ସଂଗ୍ରହ ସଂଗ୍ରହ ଅତିକ୍ରମ କରିଛି ଏବଂ ଏହା ସହିତ ଭାରତରେ ଏହାର ମୋଟ ଆୟ ବର୍ତ୍ତମାନ 255.30 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏବଂ ସାରା ବିଶ୍ବରେ 375 କୋଟି ଆୟ କରିଛି। ତେବେ ବିରୋଧ ମଧ୍ୟରେ ଫିଲ୍ମର ଆୟ କମିବାରେ ଲାଗିଛି। ନେପାଳରେ ପୂର୍ବରୁ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ବର୍ତ୍ତମାନ ଭାରତରେ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.