ETV Bharat / entertainment

ଆଓ୍ବାର୍ଡ ଜିତିବା ପରେ ଗଜାନନଙ୍କ ଦର୍ଶନ କଲେ କ୍ରିତି ସାନନ୍‌, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Aug 26, 2023, 1:13 PM IST

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବା ପରେ କ୍ରିତି ସାନନ୍ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିପାଇଁ ସେ ତାଙ୍କ ବାପାମାଆ ଏବଂ ଭଉଣୀଙ୍କ ସହ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଛନ୍ତି । ଏହାର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

କ୍ରିତି ସାନନ୍
କ୍ରିତି ସାନନ୍

ହାଇଦ୍ରାବାଦ: ଚର୍ଚ୍ଚାରେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କ୍ରିତି ସାନନ୍ । ନିକଟରେ ଚଳଚ୍ଚିତ୍ର 'ମିମି' ପାଇଁ କ୍ରିତି ସାନନ୍‌ଙ୍କୁ 69ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପରେ କ୍ରିତି ସାନନ୍ ସର୍ବପ୍ରଥମେ ଗଣପତି ବାପ୍ପାଙ୍କୁ ଦର୍ଶନ କରି ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

କ୍ରିତି ସାନନ୍ ନିକଟରେ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚି ପ୍ରଭୁ ଗଣେଶଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କ ବାପାମାଆ ଏବଂ ସାନ ଭଉଣୀ ନୁପୁର ସାନନ୍ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । 'ଆଦିପୁରୁଷ' ଅଭିନେତ୍ରୀଙ୍କ ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ଭିରଲ ଭୟାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ କ୍ରିତି ସାନନ୍ ହଳଦିଆ ରଙ୍ଗର ସୁଟ୍ ଏବଂ ସାଲୱାରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ସିଦ୍ଧବିନାୟକ ମନ୍ଦିରରେ ପ୍ରାର୍ଥନା କରିବା ପରେ ସେ ବାହାରକୁ ଆସି ପାପାରାଜି ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ପ୍ରସାଦ ବଣ୍ଟନ କରିଥିଲେ । ଏହାପରେ କ୍ରିତି ତାଙ୍କ ପିତାମାତା ଏବଂ ଭଉଣୀଙ୍କ ସହ କ୍ୟାମେରା ପାଇଁ ପୋଜ୍ ଦେଇଥିଲେ । କେବଳ ଏତିକି ନୁହେଁ, ସେ ଖୁସିରେ ରାସ୍ତାର ପିଲାମାନଙ୍କ ସହିତ ଅନେକ ଫଟୋ କ୍ଲିକ୍ କରିଥିଲେ ।

ହା ମଧ୍ୟ ପଢନ୍ତୁ: Dev Kohli passes away: ଆରପାରିରେ ପ୍ରଖ୍ୟାତ ଗୀତିକାର ଦେବ କୋହଲି, ଗାଇଛନ୍ତି 100ରୁ ଊର୍ଦ୍ଧ୍ବ ଗୀତ

ସୋସିଆଲ ମିଡିଆରେ କ୍ରିତିଙ୍କ ଭିଡିଓରେ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ବିଜେତା ବୋଲି କହୁଥିବା ବେଳେ କିଛି ୟୁଜର୍ସ 'ଆଦିପୁରୁଷ'କୁ ଦର୍ଶାଇ ଅଭିନେତ୍ରୀଙ୍କୁ ପରିହାସ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ତାଙ୍କୁ ଆଦିପୁରୁଷ ପାଇଁ ମଧ୍ୟ ପୁରସ୍କାର ମିଳିବା ଉଚିତ୍ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କ୍ରିତି ସାନନ୍ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀ, ଅନେକ ଅନେକ ଅଭିନନ୍ଦନ । ଆଦିପୁରୁଷ ପରେ କ୍ରିତି ଶୀଘ୍ର ଟାଇଗର ଶ୍ରଫଙ୍କ ସହ ଫିଲ୍ମ 'ଗଣପତ'ରେ ନଜର ଆସିବେ ।

ସୂଚନାଯୋଗ୍ୟ ଯେ, ଗତ 24 ତାରିଖରେ 69ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଜାତୀୟ 2023ରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାରର 69ତମ ସଂସ୍କରଣରେ ମୁଖ୍ୟତଃ 2021ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକ ସାମିଲ କରାଯାଇଛି । ଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେତାଙ୍କ ନାଁ ଘୋଷିତ ହୋଇଛି । 31 ବର୍ଗର ଫିଚର ଚଳଚ୍ଚିତ୍ର, 24 ବର୍ଗ ନନ-ଫିଚର ଚଳଚ୍ଚିତ୍ର ଏବଂ ତିନୋଟି ଶ୍ରେଷ୍ଠ ଶ୍ରେଣୀ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଗଙ୍ଗୁବାଇ କାଠିଆୱାଡି ପାଇଁ ଆଲିଆ ଭଟ୍ଟ, ମିମି ପାଇଁ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ପୁଷ୍ପା ପାଇଁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଦାନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.