ETV Bharat / entertainment

KKBKKJ Day1 box office: ଫ୍ଲପ୍ ହୋଇଯିବ କି 'କିସି କା ଭାଇ କିସି କି ଜାନ୍‌' ! - ପୂଜା ହେଗ୍‌ଡେ

4 ବର୍ଷ ପରେ ଇଦ୍‌ରେ ରିଲିଜ୍ ହୋଇଛି ସଲମାନଙ୍କ ଅଭିନୀତ ସିନେମା 'କିସି କା ଭାଇ କିସି କି ଜାନ' । ମାତ୍ର ଆରମ୍ଭରୁ ସିନେମାର ବକ୍ସ ଅଫିସ୍ କଲେକ୍ସନ୍ ଧିମା ରହିଛି । ଅଧିକ ପଢନ୍ତୁ

Salman Khan
Salman Khan
author img

By

Published : Apr 22, 2023, 12:21 PM IST

ହାଇଦ୍ରାବାଦ: 4 ବର୍ଷର ବ୍ୟବଧାନ ପରେ ଇଦ୍‌ରେ ରିଲିଜ୍ ହୋଇଛି ଭାଇଜାନ୍ ସଲମାନ ଖାନ୍‌ଙ୍କ ମୁଭି 'କିସି କା ଭାଇ କିସି କି ଜାନ' । ସମଗ୍ର ଦେଶରେ ମୁସ୍‌ଲିମ୍ ସମ୍ପ୍ରଦାୟ ଆଜି(ଏପ୍ରିଲ୍ 22) ଇଦ୍ ପାଳନ କରୁଥିବା ବେଳେ ବଲିଉଡ୍ ସୁପର୍‌ଷ୍ଟାର୍‌ଙ୍କ ଏହି ନୂଆ ସିନେମା ଗତକାଲିରୁ ରିଲିଜ୍ ହୋଇ ସାରିଛି । ଦୀର୍ଘ 4 ବର୍ଷ ପରେ ସଲମାନଙ୍କ ଅଭିନୀତ ସିନେମା ପ୍ରେକ୍ଷାଳୟକୁ ଆସିଛି । ମାତ୍ର ଆରମ୍ଭରୁ ସିନେମାର ବକ୍ସ ଅଫିସ୍ କଲେକ୍ସନ୍ ଧିମା ରହିଛି । ଦୁଇ ଅଙ୍କରେ ରହିଛି ସିନେମାର ଆୟ ।

ଶେଷ ଥର ପାଇଁ ଇଦ୍‌ରେ ରିଲିଜ୍ ହୋଇଥିବା ସଲମାନଙ୍କ 'ଭାରତ' ତୁଳନାରେ ଏହି ସିନେମାର ଆୟ ଖୁବ୍ କମ୍ ରହିଛି । 'ଭାରତ'ର ପ୍ରଥମ ଦିନର ଆୟ 42 କୋଟି ଥିବାବେଳେ 'କିସି କା ଭାଇ କିସି କି ଜାନ' ଆୟ 15 କୋଟିରୁ କମ୍ ରହିଛି । ମଲ୍ଟିପ୍ଲେକ୍ସ ଚେନ୍ ଅପେକ୍ଷା ଫିଲ୍ମଟି ମସ ସର୍କିଟରେ ତୁଳନାତ୍ମକ ଭାବେ ଭଲ ପ୍ରଦର୍ଶନ କରିଥିବା କୁହାଯାଉଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, 'କିସି କା ଭାଇ କିସି କି ଜାନ' ଏହାର ଉଦଘାଟନୀ ଦିନରେ 13.75 କୋଟିରୁ 15 କୋଟି ମଧ୍ୟରେ ରହିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- KKBKKJ: ଅନଲାଇନରେ ଲିକ ହେଲା ସଲମାନ ଖାନଙ୍କ ଫିଲ୍ମ, HD କ୍ବାଲିଟିରେ ଫିଲ୍ମ ଉପଲବ୍ଧ

ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ 'ପଠାନ' ପରେ ସଲମାନଙ୍କ 'କିସି କା ଭାଇ କିସି କି ଜାନ' ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଗେମ୍ ଚେଞ୍ଜର ସିନେମା ହେବ ବୋଲି ବିବେଚନା କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ମିଶ୍ରିତ ରିଭ୍ୟୁ(ପ୍ରତିକ୍ରିୟା) ପାଇଛି । ତେବେ ବର୍ତ୍ତମାନ ଉତ୍ସବର ମାହୋଲ୍ ଥିବାରୁ ସପ୍ତାହକ ମଧ୍ୟରେ ସିନେମାର ବକ୍ସ ଅଫିସ୍ କଲେକ୍ସନ ଭଲ ହୋଇପାରେ ବୋଲି ଆଶା କରାଯାଉଛି ।

ଫରହାଦ୍ ସାମଜୀ ଏହି ସିନେମାର ନିର୍ଦ୍ଦେଶନା କରିଥିବା ବେଳେ ଏଥିରେ ଅନେକ ନବାଗତ ଅଭିନୟ କରିଛନ୍ତି । ସାଉଥ୍ ଷ୍ଟାର୍ ପୂଜା ହେଗ୍‌ଡେ ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ସେହିପରି ପାର୍ଶ୍ବ ଭୂମିକାରେ ବିଗ୍ ବସ୍-13 ଫେମ୍ ଶେହନାଜ୍ ଗିଲ୍‌ଙ୍କ ସମେତ ଅଭିନେତା ତଥା ଗାୟକ ଜସି ଗିଲ, ରାଘବ ଜୁୟାଲ, ପଲକ ତିୱାରୀ ଏବଂ ଅନ୍ୟମାନେ ସାମିଲ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବ୍ଲୁ ଟିକ୍ ହରାଇବା ପରେ ବିଗ ବି'ଙ୍କ ପ୍ରତିକ୍ରିୟା, ମଜାଳିଆ ଢଙ୍ଗରେ କଲେ ଟ୍ବିଟ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.