ETV Bharat / entertainment

KKBBKKJ Collection: ଖୁବଶୀଘ୍ର 100କୋଟି କ୍ଲବରେ ସାମିଲ ହେବ ଭାଇଜାନଙ୍କ ଫିଲ୍ମ

author img

By

Published : Apr 26, 2023, 1:06 PM IST

ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ସପ୍ତାହ ଶେଷରେ ଏକ ଭଲ ସଂଗ୍ରହ କରିଥିଲା​, କିନ୍ତୁ ପୁଣି ଫିଲ୍ମର ଆୟ ହ୍ରାସ ପାଇଛି । 5ମ ଦିନରେ ଏହି ଫିଲ୍ମ 10 କୋଟିରୁ କମ୍ ସଂଗ୍ରହ କରିଛି । ତଥାପି ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ଏହି ଫିଲ୍ମ 100 କୋଟି କ୍ଲବରେ ଏଣ୍ଟ୍ରି କରିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

5ମ ଦିନରେ ପୁଣି ହ୍ରାସ ପାଇଲା କିସି କା ଭାଇ କିସି କି ଜାନ ଫିଲ୍ମର ଆୟ

ମୁମ୍ବାଇ: ଏପ୍ରିଲ 21 ଇଦ ଅବସରରେ ରିଲିଜ କରିଥିବା ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଉପହାର ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର ଆୟକୁ ଦେଖି ତାହା ପ୍ରତିଫଳିତ ହେଉନାହିଁ । ପ୍ରଥମ ଦିନରେ କମ ଆୟ କରିଥିବା ବେଳେ ସପ୍ତାହ ଶେଷରେ ଫିଲ୍ମର ଆୟ ବୃଦ୍ଧି ପାଇଥିଲା । ଦ୍ବିତୀୟ ସପ୍ତାହର ପ୍ରଥମ ଗୋଟିଏ ଦିନ(ଫିଲ୍ମର 4ର୍ଥ ଦିନ)ରେ ଏହି ଫିଲ୍ମ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଆୟ କରି ପୁଣି ସଫଳତା ଆଡକୁ ମୁହାଁଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର 5ମ ଦିନ ଅର୍ଥାତ ମଙ୍ଗଳବାର ପୁଣି ରୋଜଗାରରେ ହ୍ରାସ ଘଟିଛି । ଫିଲ୍ମଟି ପଞ୍ଚମ ଦିନରେ 10 କୋଟିରୁ କମ୍ ସଂଗ୍ରହ କରିଛି ।

'କିସି କା ଭାଇ କିସି କି ଜାନ' 5ମ ଦିନରେ ମାତ୍ର 7.50 କୋଟି ସଂଗ୍ରହକୁ ମିଶାଇ ଫିଲ୍ମର ମୋଟ ସଂଗ୍ରହ 83.53 କୋଟି ପର୍ଯ୍ୟନ୍ତ ପହଞ୍ଚିଛି । 'କିସି କା ଭାଇ କିସି କି ଜାନ' ପ୍ରଥମ ଦିନ (ଶୁକ୍ରବାର) 15.81 କୋଟି, ଦ୍ବିତୀୟ ଦିନ (ଶନିବାର) 25.75 କୋଟି, ତୃତୀୟ ଦିନ (ରବିବାର) 26.61 କୋଟି ଏବଂ 4ର୍ଥ ଦିନ (ସୋମବାର)ରେ 10.17 କୋଟି ସଂଗ୍ରହ କରିଥିଲା । ଯେଉଁଭଳି ଭାବରେ ଫିଲ୍ମର ସଂଗ୍ରହ 5 ଦିନରେ ନିଜେ ଏକକ ସଂଖ୍ୟାରେ ସୀମିତ ରହିଥିଲା, ଏହା ନିର୍ମାତା ଏବଂ ଭାଇଜାନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । କାରଣ ଏହା ହେଉଛି ସଲମାନ ଖାନଙ୍କ ପ୍ରଥମ ଫିଲ୍ମ, ଯାହା ପ୍ରଥମ ସପ୍ତାହରେ ମାତ୍ର ଦୁଇ ଅଙ୍କ ସଂଗ୍ରହ କରିଛି ।

'କିସି କା ଭାଇ କିସି କି ଜାନ'ର ପଞ୍ଚମ ଦିନର ଆୟ ନିରାଶଜନକ ଅଟେ । ଏହି ହ୍ରାସକୁ ଦେଖି ଲାଗୁଛି ଯେ ଫିଲ୍ମଟି ଦର୍ଶକଙ୍କ ମନ ଜିତିପାରୁନାହିଁ । ତଥାପି ଦ୍ବିତୀୟ ସପ୍ତାହ ଶେଷରେ ଫିଲ୍ମର ରୋଜଗାର ପୁଣି ବଢିବ ବୋଲି ଆଶା କରାଯାଉଛି । ତେବେ ସଲମାନ ଖାନଙ୍କ ଏହି ଫିଲ୍ମକୁ ବିଶେଷ ରିଭ୍ୟୁ ମିଳିପାରିନାହିଁ । ଦ୍ବିତୀୟ ସପ୍ତାହ ଶେଷ ସୁଦ୍ଧା ଏହି ଫିଲ୍ମ 100 କୋଟି କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି, ତେବେ ଫିଲ୍ମ 'କିସି କା ଭାଇ କିସି କି ଜାନ'କୁ ପ୍ୟାନ ଇଣ୍ଡିଆ ଫିଲ୍ମ କରିବା ପାଇଁ ବହୁ ଚେଷ୍ଟା କରାଯାଇଥିଲା । ସାଉଥର ଲୋକପ୍ରିୟ ତାରକା ଜଗପତି ବାବୁ, ଭେଙ୍କଟେଶ ଏବଂ ପୂଜା ହେଗଡେଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା । ସେହିପରି ଅନେକ ଯୁବ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଶେହନାଜ, ଜୈସି ଗିଲ, ପଲକ ତିୱାରୀ ଏବଂ ହାସ୍ୟ ଅଭିନେତା ଏବଂ ଡ୍ୟାନ୍ସର ରାଘବ ଜୁୟାଲ ଅଭିନୟ କରିଥିଲେ । ଏଥିସହ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ । ଏବଂ 4ବର୍ଷ ପରେ କିସି କା ଭାଇ କିସି ଜାନ ସହ ସଲମାନ ବଡ ପରଦାକୁ ଫେରିଥିଲେ । ତେବେ ଏହା ସତ୍ତ୍ବେ ମଧ୍ୟ ଫିଲ୍ମଟି ଅଧିକ ଲାଭ ପାଇପାରୁନଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.