ହାଇଦ୍ରାବାଦ: ବଲିଉଡ ମିଷ୍ଟର ଫରଫେକ୍ସନଲିଷ୍ଟ ଆମୀର ଖାନଙ୍କ ଝିଅ ଇରା ଖାନ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତାକାଲି ଇରା ନିଜ ପ୍ରେମିକ ନୁପୁର ଶିଖରେଙ୍କୁ ବିବାହ କରିବେ । ଏଥିପାଇଁ ପୁରା ପରିବାର ବିବାହ ସମାରୋହରେ ଲାଗିପଡିଛନ୍ତି । ବର୍ତ୍ତମାନ ଉଭୟଙ୍କ ହଲଦି ସେରମନି ଆରମ୍ଭ ହୋଇଛି । ଏହି ଅବସରରେ ଆମୀର ଖାନଙ୍କ ଉଭୟ ପୂର୍ବପତ୍ନୀ ରୀନା ଦତ୍ତା ଏବଂ କିରଣ ରାଓ ଏକାଠି ନଜର ଆସିଛନ୍ତି । ଏଥିସହ ଏହି ସମୟରେ ଉଭୟ ମରାଠୀ ଲୁକରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆମୀର ଏବଂ ରୀନା ଦତ୍ତାଙ୍କ ଝିଅ ଇରାଙ୍କ ବିବାହରେ ଅଭିନେତାଙ୍କ ପୂର୍ବପତ୍ନୀ କିରଣ ରାଓ ମଧ୍ୟ ବିବାହ ସମାରୋହରେ ସାମିଲ ହୋଇଛନ୍ତି । ଭାଇରାଲ ଭିଡିଓରେ କିରଣ ରାଓ ଏବଂ ରୀନା ଦତ୍ତା ନିଜ ଜ୍ବାଇଁଙ୍କ ପାଇଁ ହଳଦୀ ନେଇ ତାଙ୍କ ଘରେ ପହଞ୍ଚିଥିବାର ନଜର ଆସିଛନ୍ତି । ରୀନା ଗ୍ରୀନ ରଙ୍ଗର ଶାଢୀରେ ନଜର ଆସିଥିବା ବେଳେ କିରଣ ପିଙ୍କ ରଙ୍ଗର ଶାଢୀ ସହ ମରାଠୀ ଲୁକରେ ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉ କି, ଇରା ଏବଂ ନୁପୁରଙ୍କ ବିବାହ ମହାରାଷ୍ଟ୍ରୀୟାନ ରୀତିନୀତି ଅନୁଯାୟୀ ହେବ ।
ସୂଚନା ଥାଉ କି, ଇରା ଖାନ ଏବଂ ନୁପୁର ଶିଖରେ ଦୁଇ ବର୍ଷ ଡେଟିଂ କରିବା ପରେ ଉଭୟ ନଭେମ୍ବର ୨୦୨୨ରେ ନିର୍ବନ୍ଧ କରିଥିଲେ । ନୁପୁର ଶିଖରଙ୍କ ବିଷୟରେ କହିବାକୁ ଗଲେ ସେ ବୃତ୍ତିରେ ଜଣେ ଫିଟନେସ୍ କୋଚ୍ ଅଟନ୍ତି । ଇରା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସେ ଫିଟନେସ୍ କୋଚ୍ ନୁପୁରଙ୍କୁ ଭେଟିଥିଲେ ଏବଂ ତାଙ୍କ ପ୍ରେମରେ ପଡିଥିଲେ । ୧୭ ବର୍ଷ ବୟସରେ ସେ ତାଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ। ପରେ ଆମେ ଧୀରେଧୀରେ ବନ୍ଧୁତା ଆରମ୍ଭ ହୋଇ ଡେଟିଂ କରିଥିଲେ । ଏକ ଖେଳ ଆୟୋଜନ ସମୟରେ ନୁପୁର ଇରାଙ୍କୁ ପ୍ରପୋଜ କରିଥିଲେ । ଯାହା ପରେ ସେ ହଁ କରିବା ସହ ଉଭୟ ବିବାହ ପାଇଁ ମନସ୍ଥ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: କାଲି ବିବାହ କରିବେ ଆମୀର ଖାନଙ୍କ ଝିଅ ଇରା ଖାନ
ସୂଚନା ଥାଉ କି, ଇରା ଖାନ ଆମୀର ଖାନ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ । ଏବଂ ଜୁନୈଦ ଖାନ ରୀନା ଦତ୍ତାଙ୍କ ପୁଅ । ରୀନାଙ୍କଠାରୁ ଛାଡ଼ପତ୍ର ପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । ୨୦୦୫ରେ ଆମିର ଏବଂ କିରଣଙ୍କ ଚଳଚ୍ଚିତ୍ର 'ଲଗାନ'ର ସେଟରେ ସାକ୍ଷାତ ହୋଇଥିଲା । ଦୁହିଁଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ । ଦୁଇ ବର୍ଷ ପୂର୍ବେ ଆମୀର କିରଣଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ।