ETV Bharat / entertainment

International Film Festival: ଓଡିଆ ଫିଲ୍ମ ‘ଖରା’ ହାତେଇଲା ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

ମୁମ୍ବାଇରେ ଚାଲିଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓଡିଆ ଫିଲ୍ମ 'ଖରା'କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Dec 10, 2022, 12:36 PM IST

ଫିଲ୍ମ ଖରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ
ଫିଲ୍ମ ଖରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

ବଲାଙ୍ଗୀର: ଓଡିଆ ସିନେ ଜଗତକୁ ମିଳିଛି ଚାଲିଛି ଗୋଟିଏ ପରେ ଗୋଟିଏ ସଫଳତା । ମୁମ୍ବାଇରେ ଚାଲିଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓଡିଆ ଫିଲ୍ମ 'ଖରା'କୁ ସମ୍ମାନିତ କରାଯାଇଛି । ସିନେମା ଖରାକୁ ଭାରତୀୟ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି । ସମାନ ଭାବରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ଇଣ୍ଡୋ ଫ୍ରେଞ୍ଚ୍ ଫିଲ୍ମ ଫେଷ୍ଟିଭାଲରେ ତିନୋଟି ଆୱାର୍ଡ଼ ଜିତିଛି 'ଖରା' । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା, ଶ୍ରେଷ୍ଟ ଏଡିଟିଙ୍କ ଓ ଶ୍ରେଷ୍ଠ ଇଣ୍ଡିଆନ ଫିଚର୍ ଫିଲ୍ମ ଆୱାର୍ଡ଼ ହାସଲ କରିଛି । ପାଣିପାଗ ପରିବର୍ତ୍ତନ ଓ ଗରିବ ଲୋକଙ୍କ ଉପରେ ଏହାର ପ୍ରଭାବ ନେଇ କାହାଣୀରେ ପ୍ରତିପାଦିତ କରାଯାଇଛି ।

ଫିଲ୍ମ ଖରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

ସିନେମାରେ ବର୍ତ୍ତମାନର ପାଣିପାଗ ପରିବର୍ତ୍ତନ ଓ ଗରିବ ଲୋକଙ୍କ ଉପରେ ପଡ଼ୁଥିବା ପ୍ରଭାବର ସତ୍ୟ କାହାଣୀ ଉପରେ ପରିବେଷିତ ଅଟେ । ସାରା ପୃଥିବୀରେ ଦୃତ ଗତିରେ ଜଙ୍ଗଲ କ୍ଷୟ ହେବା ଫଳରେ ବର୍ଷା ନ ହେବା ମରୁଡି ପଡ଼ିବା ଓ ପାଣି ପାଇଁ ହାହାକାର ହେଉଥିବାର କାହାଣୀ ଦର୍ଶକଙ୍କ ମନକୁ ଛୁଇଁଛି । ପରଦାରେ କାହାଣୀକୁ ଜୀବନ୍ତ ରୂପ ଦେଇଛନ୍ତି ଏଥିରେ ଅଭିନୟ କରିଥିବା କଳାକାର। କଲାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ତେବେ ବଲାଙ୍ଗୀର ଟିଟିଲାଗଡ ଅଞ୍ଚଳରେ ଖରା ଓ ମରୁଡ଼ିରେ ଲୋକେ କେମିତି ସଂଘର୍ଷ କରୁଛନ୍ତି ଏଥିରେ ଦର୍ଶା ଯାଇଛି ।

ଏହି ସିନେମାରେ ବରିଷ୍ଠ ଅଭିନେତା ଶ୍ରୀକର ମିଶ୍ର, ନାଟ୍ୟଭୁଷନ ଜଗଦାନନ୍ଦ ଛୁରିଆ, ଲଳିତ ପୁଝାରୀ, ଗଦାଧର ବାରିକ, ସୁଶୀଳା ନାୟର, ଅଶୋକ ବେହେରା, ସଭ୍ୟା ଦୀପ, ମିଳି ବାରିକ, ଶିଶୁ କଳାକାର ଅସ୍ମିତା ମିଶ୍ର, ଏଲୋରା ଟେଣ୍ଟୀ, ଅଦୁ ଭଳି କଳାକାର ଚମତ୍କାର ଅଭିନୟ କରିଛନ୍ତି। ସେହିପରି ଏହି ସିନେମାକୁ ଯୁଗଳ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଡିଓପି ନିର୍ଦ୍ଦେଶକ ଗୋପାଳ ପ୍ରଧାନ ରହିଛନ୍ତି। ପଙ୍କଜ ଜାଲ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ମାନସୀ ପାଣିଗ୍ରାହୀ ପ୍ରଯୋଜନା କରିଥିଲେ ।

ତେବେ ଏକ ନିଆରା ଓ ସତ୍ୟ କାହାଣୀ ଉପରେ ଆଧାରିତ ଏହି ସିନେମାରରେ ସବୁ କଳାକାର ଓ ଲୋକ ଖୁବ ପରିଶ୍ରମ କରିଥିବାର କହିଛନ୍ତି ସିନେମା ପ୍ରଯୋଜକ । ସିନେମାଟି ଜାତୀୟ ଆନ୍ତର୍ଜାତୀୟ ଖ୍ୟାତି ପାଇଥିବା ବେଳେ ବିଭିନ୍ନ ବର୍ଗର ପୁରସ୍କାର ମଧ୍ୟ ଜିତିଛି । ତେବେ ଓଡ଼ିଆ ସିନେମା ଏବେ ଏକ ନୂଆ ଉପଲବ୍ଧି ପାଇବାରେ ସଫଳ ହେଉଛି । ପ୍ରଥମେ ଦମନ ଓ ପରେ ସିନେମା ଖରାର ସଫଳତା ଏବେ ଓଡ଼ିଆ ସିନେମାକୁ ଏକ ନୂଆ ଦିଗ ଦେବାରେ ସଫଳ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.