ବେଙ୍ଗାଲୁରୁ: କେଜିଏଫ ଫିଲ୍ମ ପାଇଁ ଜାତୀୟ ଷ୍ଟାର ହୋଇଥିବା ରକିଂ ଷ୍ଟାର୍ ୟଶ ନିଜର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ପୁଣି ସଭିଁଙ୍କ ପାଇଁ ପାଲଟିଛନ୍ତି ମଡେଲ । ସେ ଏକ ମିଲିୟନ୍ ଡଲାରର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏ ସମ୍ପର୍କରେ ଏକ୍ସାଇଡ୍ ଏଣ୍ଟରଟେନମେଣ୍ଟ ଦ୍ବାରା ନିଶ୍ଚିତ କରାଯାଇଛି । ଅନେକ ଅଭିନେତାଙ୍କ ପରେ ୟଶ୍ ମଧ୍ୟ ଶରୀର ପାଇଁ କ୍ଷତିକାରକ ଥିବା ଏହି ବିଜ୍ଞାପନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
![କେଜିଏଫ ଷ୍ଟାର ୟଶ୍](https://etvbharatimages.akamaized.net/etvbharat/prod-images/15159724_477_15159724_1651333233647.png)
ପାନ ମସଲା ବିଜ୍ଞାପନ କରୁଥିବା ଅଭିନେତାଙ୍କୁ ସମାଲୋଚନା କରିଛନ୍ତି ଫ୍ୟାନ୍ସ । ସୋସିଆଲ ମିଡ଼ିଆରେ ଏହାକୁ ନେଇ ବିଶେଷ ଚର୍ଚ୍ଚା ହେଉଛି । ଏହି ସମସ୍ତ ଦିଗକୁ ନଜରରେ ରଖି ରକିଂ ଷ୍ଟାର ୟଶ ଏହି ନିଷ୍ପତ୍ତି ନେଇଛନ୍ତି । ଏପରି କରି ଖାଲି ରିଲ୍ ଲାଇଫରେ ନୁହେଁ ରିଅଲ ଲାଇଫରେ ମଧ୍ୟ ସେ ହିରୋ ବୋଲି ପ୍ରମାଣିତ କରିଛନ୍ତି । ଏକ ପ୍ରତିଷ୍ଠିତ କମ୍ପାନୀ ଦ୍ବାରା ୟଶଙ୍କୁ ଏହି ଅଫର ଆସିଥିଲା । ଏହି ବିଜ୍ଞାପନ ପାଇଁ ୟଶଙ୍କୁ କୋଟି କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଥିଲା ବ୍ରାଣ୍ଡ । ହେଲେ ୟଶ୍ ଏହି ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
![ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କଲେ KGF star ୟଶ୍](https://etvbharatimages.akamaized.net/etvbharat/prod-images/kn-bng-03-yash-refused-crore-rupees-paanmasala-adas-7204735_30042022161401_3004f_1651315441_350_3004newsroom_1651320945_546.jpg)
ୟଶ ଏହି ବ୍ରାଣ୍ଡର ଆମ୍ବାସାଡ଼ର ହେବାକୁ ମନା କରିଛନ୍ତି । କେଜିଏଫ ଫିଲ୍ମରେ ୟଶଙ୍କ ଦମଦାର ଅଭିନୟ ପାଇଁ ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଏହାସହ ୟଶଙ୍କ ଅନ୍ୟ ବିଜ୍ଞାପନକୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।