ETV Bharat / entertainment

Wedding Anniversary: ଭିକି କୌଶଲଙ୍କୁ ରୋମାଣ୍ଟିକ ଅନ୍ଦାଜରେ ୱିଶ୍‌ କଲେ କ୍ୟାଟ୍ରିନା

Katrina -Vicky Wedding Anniversary: କ୍ୟାଟ୍ରିନା କୈଫ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଥମ ବିବାହ ବାର୍ଷିକୀ ଅବସରରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଭିକି କୌଶଲଙ୍କୁ ରୋମାଣ୍ଟିକ ଅନ୍ଦାଜରେ ୱିଶ୍‌ କଲେ କ୍ୟାଟ୍ରିନା

author img

By

Published : Dec 9, 2022, 4:19 PM IST

ହାଇଦ୍ରାବାଦ: ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ବିବାହକୁ ଆଜି ଗୋଟିଏ ବର୍ଷ ପୂରଣ ହୋଇଛି । ଏହି ଦମ୍ପତି 9 ଡିସେମ୍ବର 2021 ରେ ରାଜସ୍ଥାନର ସାୱାଇ ମୋଧୋପୁରର ସିକ୍ସ ସେନ୍ସସ ଫୋର୍ଟ ବରବାରାରେ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଭିକି ଏବଂ କ୍ୟାଟ୍ରିନା ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ବିବାହର ଏକ ବର୍ଷ ପୂରଣ ଖୁସିରେ ଭିକି କୌଶଲ ଭାଙ୍ଗଡା ମଧ୍ୟ କରିଥିଲେ । ପତ୍ନୀ କ୍ୟାଟ୍ରିନା ମଧ୍ୟ ତାଙ୍କ ଇନଷ୍ଟାରେ ସ୍ୱାମୀ ଭିକିଙ୍କ ଭାଙ୍ଗଡା କରୁଥିବା ଭିଡିଓ ସେୟାର କରିଛନ୍ତି ।

କ୍ୟାଟ୍ରିନା ସେୟାର କରିଛନ୍ତି ଭିଡିଓ ଏବଂ ଫଟୋ

କ୍ୟାଟ୍ରିନା ଇନଷ୍ଟାରେ ଅନେକ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋ ସେମାନଙ୍କ ବିବାହର । ଯେଉଁଥିରେ ଦୁହେଁ ବେକରେ ଫୁଲମାଳ ପକାଇ ବସିଛନ୍ତି ବହୁତ ଏବଂ ବହୁତ ଖୁସି ନଜର ଆସୁଛନ୍ତି । ଦ୍ୱିତୀୟ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ଭିକିଙ୍କ ଆଖିରେ ହଜିଯାଇଥିବାର ନଜର ଆସିଛନ୍ତି । ଏଥି ସହିତ, ଭିଡିଓରେ ଭିକି କୌଶଲ ବିନା ମ୍ୟୁଜିକର୍‌ ଭାଙ୍ଗଡା କରୁଥିବା ନଜର ଆସିଛନ୍ତି । ବିଶେଷ କଥା ହେଉଛି ଭିକି ସଙ୍ଗୀତ ବିନା ଭାଙ୍ଗଡା କରୁଛନ୍ତି ଏବଂ କ୍ୟାଟ୍ରିନା ତାଙ୍କ ଷ୍ଟେପ୍‌କୁ ଦେଖି ହସୁଛନ୍ତି ।

ଏହା ବି ପଢନ୍ତୁ: Katrina-Vicky's Marriage Anniversary: ବିବାହକୁ ପୂରିଲା ବର୍ଷେ, ଏମିତି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ

ଫଟୋ ଏବଂ ଭିଡିଓ ସେୟାର କରିବାବେଳେ କ୍ୟାଟ୍ରିନା ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। କ୍ୟାଟ୍ରିନା ଲେଖିଛନ୍ତି, "My Ray of Light ☀️ Happy One Year ……..❤️।'' ଭିକି କୌଶଲଙ୍କ ପିତା ଶ୍ୟାମ କୌଶଲ ମଧ୍ୟ ବୋହୂ କ୍ୟାଟ୍ରିନାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି । ଶାମ କୌଶଲ ଲେଖିଛନ୍ତି, ଶୁଭ ବିବାହ ବାର୍ଷିକୀ । ଈଶ୍ବରଙ୍କ ଆଶୀର୍ବାଦ ସବୁବେଳେ ତୁମ ସହିତ ଥାଉ । ପୁଅ, ତୁମେ ପରିବାର ପାଇଁ ବହୁତ ଖୁସି ଆଣିଛ । ପ୍ରେମ ଏବଂ ଆଶୀର୍ବାଦ। "

କ୍ୟାଟ୍ରିନା ଏବଂ ଭିକି କୌଶଲ ବିବାହ ପରଠାରୁ କ୍ରମାଗତ ଭାବରେ କପଲ ଗୋଲ୍‌ ସେଟ୍‌ କରିଆସୁଛନ୍ତି । ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି । କ୍ୟାଟ୍ରିନା ଏବଂ ଭିକି ମଧ୍ୟ ପ୍ରତ୍ୟେକ ପର୍ବ ଏବଂ ଉତ୍ସବର ଫଟୋ ପ୍ରତ୍ୟେକ ପ୍ରଶଂସକଙ୍କ ସହିତ ସେୟାର କରନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.