ETV Bharat / entertainment

ଯମଜ ସନ୍ତାନଙ୍କ ଜନ୍ମଦିନ ପାଳିଲେ ଇଶା ଅମ୍ବାନୀ, ବର୍ଥଡେ ପାର୍ଟିରେ ନଜର ଆସିଲେ ଏହି ତାରକା

ଇଶା ଅମ୍ବାନୀ ତାଙ୍କ ଯାଆଁଳା ସନ୍ତାନ କୃଷ୍ଣା ଓ ଆଦିୟାଙ୍କ ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ପାର୍ଟିରେ ମନୋରଞ୍ଜନ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ବମାନେ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 19, 2023, 11:02 AM IST

ଯମଜ ସନ୍ତାନଙ୍କ ଜନ୍ମଦିନ ପାଳିଲେ ଇଶା ଅମ୍ବାନୀ

ମୁମ୍ବାଇ: ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ତାଙ୍କ ଯାଆଁଳା ସନ୍ତାନ କୃଷ୍ଣା ଓ ଆଦିୟାଙ୍କ ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଇଶା ଅମ୍ବାନୀ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ମନୋରଞ୍ଜନ ଜଗତର ପ୍ରସିଦ୍ଧ ବ୍ୟକ୍ତିତ୍ବମାନେ ଯୋଗ ଦେଇଥିଲେ । ପାର୍ଟିରେ ତାରକାମାନଙ୍କୁ କୁଲ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ତେବେ ପାର୍ଟିରେ ଯୋଗ ଦେଇଥିବା ସେଲିବ୍ରିଟିଙ୍କ ମଧ୍ୟରୁ ଶାହାରୁଖ ଖାନ, କ୍ୟାଟ୍ରିନା କୈଫ, ଅନନ୍ୟା ପାଣ୍ଡେ, କିଆରା ଆଡଭାନୀ, ଶନୟା କପୁର, ଆଦିତ୍ୟ ରୟ କପୁର, କରଣ ଜୋହର, ରାଶା ଥଡାନୀଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରିବାର ଏବଂ ଅନ୍ୟାନ୍ୟ ତାରକାଙ୍କୁ ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ଇଶା ଅମ୍ବାନୀଙ୍କ ଯମଜ ସନ୍ତାନଙ୍କ ଜନ୍ମଦିନ ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅମ୍ବାନୀଙ୍କ ପରିବାର ସହିତ ଅନ୍ୟ ସେଲିବ୍ରିଟିମାନଙ୍କୁ କୁଲ୍‌ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଛି । ସେହିପରି ଅନନ୍ୟା ପାଣ୍ଡେ ଓ ତାଙ୍କ ରୁମର ପ୍ରେମିକ ଆଦିତ୍ୟ ରୟ କପୁରଙ୍କୁ ମଧ୍ୟ ପାର୍ଟିରେ ଦେଖିବାକୁ ମିଳିଥିଲା । ପାର୍ଟିରେ ଅନନ୍ୟାଙ୍କୁ ସ୍ନିକର ଏବଂ ଧଳା ରଙ୍ଗର ସ୍ଲିଙ୍ଗ୍‌ ବ୍ୟାଗ୍‌ ସହିତ ଦେଖିବାକୁ ମିଳିଥିବା ବେଳ ସେପଟେ ଆଦିତ୍ୟ ନୀଳ ରଙ୍ଗର ସାର୍ଟ, ଧଳା ଟ୍ରାଉଜର ଏବଂ ବ୍ରାଉନ୍ ଜୋତାରେ ବହୁତ ଆକର୍ଷଣୀୟ ଦେଖାଯାଉଥିଲେ । ସେହିପରି କମଳା ରଙ୍ଗର ଆଉଟଫିଟରେ 'ଟାଇଗର -3' ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଚମତ୍କାର ଦେଖାଯାଉଥିଲେ ।

ଏହା ମଧ୍ୟ ପଢନ୍ତୁ- ଯମଜ ସନ୍ତାନ ସହ ମୁମ୍ଵାଇ ଫେରିଲେ ଇଶା, 300KG ସୁନା ଦାନ କରିବେ ଅମ୍ବାନୀ

ସେହିପରି ପାର୍ଟିରେ କିୟାରା ଆଡଭାନୀ ସବୁଜ-ନୀଳ ରଙ୍ଗର ଏକ ମିଡି ଡ୍ରେସ ସହିତ ଷ୍ଟାଇଲିସ୍ ହ୍ୟାଣ୍ଡବ୍ୟାଗ ନେଇ ପାର୍ଟି ପହଞ୍ଚିଥିଲେ । ଏହି ସମୟରେ କରଣ ଜୋହର ତାଙ୍କର ଦୁଇ ସନ୍ତାନ ୟଶ ଏବଂ ରୋହିଙ୍କ ସହ ପାର୍ଟିରେ ଯୋଗ ଦେଇଥିଲେ। ଏଥିସହ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ପରିବାର ସହିତ ପାର୍ଟିରେ ଯୋଗ ଦେଇଥିଲେ । ସେପଟେ ଶନୟା କପୁର ଏକ ମାକ୍ସି ଡ୍ରେସ୍‌ରେ କମ୍ ମେକ୍‌ଅପ୍ ଏବଂ ଷ୍ଟାଇଲିସ୍ ଲୁକ୍‌ରେ ରାସା ଥଡ଼ାନି ସହିତ ପାର୍ଟିରେ ପହଞ୍ଚିଥିଲେ । ଏହା ସହିତ ପାର୍ଟିରେ ଅର୍ପିତା ଖାନ ଶର୍ମା ଓ ମେଜାନ ଜାଫ୍ରି ଏବଂ ଅନ୍ୟ ତାରକାମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରକାଶ ଥାଉକି, ୧୯ ନଭେମ୍ବର 2022ରେ, ଇଶା ଅମ୍ବାନୀ କାଲିଫର୍ନିଆର ଲସ୍ ଆଞ୍ଜେଲ୍ସର ସେଡର ସେନାଇରେ ତାଙ୍କର ଯାଆଁଳା ସନ୍ତାନ କୃଷ୍ଣ ଏବଂ ଆଦିଆଙ୍କୁ ଜନ୍ମ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.