ହାଇଦ୍ରାବାଦ: ବଲିଉଡର ଷ୍ଟାର କପଲ ବିକି କୌଶଲ ଓ କ୍ୟାଟ୍ରିନା କୈଫ ଆଜି ୨ୟ ବିବାହ ବାର୍ଷିକୀ ସେଲିବ୍ରେଟ କରୁଛନ୍ତି । ଆଜିର ଏହି ବିଶେଷ ଦିନକୁ ଆହୁରି ବିଶେଷ କରିବାକୁ ଫ୍ୟାନ୍ସ ପରିବାର ସଦସ୍ୟଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ବିକି ଓ କ୍ୟାଟ୍ରିନା ଆଜି ଫ୍ୟାନ୍ସଙ୍କୁ ଦେଇପାରନ୍ତି ଖୁସି ଖବର । ଏହି ଖବର ତାଙ୍କର ବୃତ୍ତିଗତ କିମ୍ବା ବ୍ୟକ୍ତିଗତ ଜୀବନର ହୋଇଥାଇପାରେ ।
ପୂରଣ ହେଲା ବିକିଙ୍କ ସ୍ବପ୍ନ
ବିକି ପ୍ରଥମରୁ ହିଁ କ୍ୟାଟ୍ରିନାଙ୍କୁ ପସନ୍ଦ କରୁଥିଲେ । ବିକି ସ୍ବପ୍ନରେ ମଧ୍ୟ କେବେ ଭାବି ନ ଥିଲେ ଯେ ସେ ବଲିଉଡର ଷ୍ଟାର ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ବିବାହ କରିପାରିବେ । କ୍ୟାଟ୍ରିନା ବୟସରେ ବିକିଙ୍କ ଠାରୁ ୫ ବର୍ଷ ବଡ ହୋଇଥିବା ସତ୍ତ୍ବେ କପଲଙ୍କ ଭିତରେ ଭଲ ପାଇବା ଆଜି ବି ଦେଖିବାକୁ ମିଳୁଛି । ବିକି ଏବଂ କ୍ୟାଟ୍ରିନା ନିଜର ବ୍ୟସ୍ତତା ମଧ୍ୟରେ ନିଜକୁ ସମୟ ଦେବା କେବେ ଭୁଲନ୍ତିନି । ନିକଟରେ ବିକି କହିଥିଲେ ଯେ ବିବାହର ସପ୍ତାହ ପୂର୍ବରୁ ସେ କ୍ୟାଟ୍ରିନାଙ୍କ ପରିବାର ସହିତ ଦେଖା ହୋଇଥିଲେ ଏବଂ ବିବାହର ଗୋଟିଏ ଦିନ ପୂର୍ବରୁ ହିଁ ସେ କ୍ୟାଟ୍ରିନାଙ୍କୁ ପ୍ରପୋଜ କରିଥିଲେ ।
ଏକ ଆଓ୍ବାର୍ଡ ଶୋ' ରେ ବିକି ଓ କ୍ୟାଟ୍ରିନାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସଲମାନ ଖାନଙ୍କ ସାମ୍ନାରେ ବିକି କ୍ୟାଟ୍ରିନାଙ୍କ କଥା କଥାରେ ନିଜ ତରଫକୁ ଆକର୍ଷିତ କରିଥିଲେ । ଆଓ୍ବାର୍ଡ ଶୋ'ରେ ବିକି କ୍ୟାଟ୍ରିନାକୁ ତମେ ଜଣେ ଭଲ ବିକି କୌଶଲଙ୍କୁ ଖୋଜିକି ବିବାହ କଣ ପାଇଁ କରୁନ ବୋଲି କହିଥିଲେ । ଯାହାକୁ ଶୁଣି କ୍ୟାଟ୍ରିନା ହସିଥିଲେ । ତେବେ କ୍ୟାଟ୍ରିନା କୈଫ ପ୍ରଥମ ଥର ପାଇଁ ତାଙ୍କ ଚଳଚ୍ଚିତ୍ର ମନମରଜିୟାଂର ଟ୍ରେଲରରେ ବିକି କୌଶଲଙ୍କୁ ଦେଖିଥିଲେ । କ୍ୟାଟ୍ରିନା ବିକିଙ୍କ ପ୍ରତି ଥିବା ଭାବନା ବିଷୟରେ ଦି ଅର୍ଚିସ ନିର୍ଦ୍ଦେଶକ ଜୋୟା ଅଖତରଙ୍କୁ କହିଥିଲେ । ଏଥି ସହିତ କଫି ଓ୍ବିଥ୍ କରନର ପୂର୍ବ ସିଜନରେ କରଣ ବିକିଙ୍କୁ କହିଥିଲେ ଯେ କ୍ୟାଟ୍ରିନା କୈଫ ତୁମ କାମ ପସନ୍ଦ କରନ୍ତି । ସୂଚନା ଥାଉକି, ୨୦୨୧ ମସିହା ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସବାଇ ମାଧୋପୁର ସ୍ଥିତ ସିକ୍ସ ସେନସେସ୍ ଫୋର୍ଟରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଉଭୟଙ୍କ ବିବାହକୁ ଅତ୍ୟନ୍ତ ସ୍ୱତନ୍ତ୍ର ରଖାଯାଇଥିଲା । ଯେଉଁଠାରେ ଉଭୟଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ ।