ହାଇଦ୍ରାବାଦ: ଭୁଲ ଭୁଲେୟା 2 ସହ ଲୋକପ୍ରିୟତା ହାସଲ କରିଥିବା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଯୋଡି ଏବେ 'ସତ୍ୟପ୍ରେମ କି କଥା' ସହ ପୁଣି ଦର୍ଶକଙ୍କ ମନ ଜିତୁଛନ୍ତି । ଏହି ଫିଲ୍ମ ଇଦ ଅବସରରେ ଅର୍ଥାତ ଜୁନ 29ରେ ରିଲିଜ କରିଥିବା ବେଳେ ଐଜି 4ର୍ଥ ଦିନରେ ପହଞ୍ଚିଛି । ଫିଲ୍ମ ବର୍ତ୍ତମାନ ଭଲ ପ୍ରଦର୍ଶନ କରୁଛି । ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଥିବା ବେଳେ 2ୟ ଦିନରେ ଫିଲ୍ମ ଚାଲିନଥିଲା । ହେଲେ 3ୟ ଦିନରେ ଫିଲ୍ମ ଦୁଇ ଅଙ୍କ ଆୟ କରିବାରେ ସଫଳ ହୋଇଛି ।
'ସତ୍ୟପ୍ରେମ କି କଥା' ରିଲିଜ କରିବାର ଦ୍ୱିତୀୟ ଦିନରେ ମାତ୍ର 7 କୋଟି ଟଙ୍କା ରୋଜଗାର କରିଥିଲା ଏବଂ ପ୍ରଥମ ଦିନରେ 9.25 କୋଟି ଟଙ୍କା ସଂଗ୍ରହ କରିଥିଲା । ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିବା ପରେ ଦ୍ୱିତୀୟ ଦିନରେ ଫିଲ୍ମ ଏତେଟା କମାଲ କରିନଥିଲା । ହେଲେ ବର୍ତ୍ତମାନ ତୃତୀୟ ଦିନରେ ଫିଲ୍ମ 10.15 କୋଟିରୁ ଅଧିକ ଆୟ କରିଛି । ଫିଲ୍ମର ମୋଟ ରୋଜଗାର 26.40 କୋଟିକୁ ବୃଦ୍ଧି ପାଇଛି।
ବକ୍ସ ଅଫିସ କଲେକ୍ସନ: 'ସତ୍ୟପ୍ରେମ କି କଥା'
ଜୁନ 29 (ଗୁରୁବାର, ପ୍ରଥମ ଦିନ)- 9.25କୋଟି
ଜୁନ 30 (ଶୁକ୍ରବାର, ଦ୍ବିତୀୟ ଦିନ)- 7କୋଟି
ଜୁଲାଇ 1 (ଶନିବାର, ତୃତୀୟ ଦିନ)- 10.15କୋଟି
ଫିଲ୍ମର ମୋଟ କଲେକ୍ସନ 26.40 କୋଟିକୁ ବୃଦ୍ଧି ପାଇଛି
ସୂଚନା ଥାଉ କି, ଚଳିତ ବର୍ଷର ସତ୍ୟପ୍ରେମଙ୍କ କାହାଣୀ ହେଉଛି କାର୍ତ୍ତିକ ଆର୍ଯ୍ୟନଙ୍କର ଦ୍ୱିତୀୟ ଚଳଚ୍ଚିତ୍ର । କିଆରାଙ୍କ ଏହି ବର୍ଷର ଏହା ପ୍ରଥମ ଚଳଚ୍ଚିତ୍ର । ଏହାପୂର୍ବରୁ କାର୍ତ୍ତିକ କ୍ରିତି ସାନନଙ୍କ ସହ ଶେହଜାଦାରେ ଅଭିନୟ କରିଥିଲେ । ଯାହା ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ତେବେ ଭୁଲ ଭୁଲେୟା 2 ପରେ କାର୍ତ୍ତିକ କିଆରା ଯୋଡି ପୁଣି ଏହି ଫିଲ୍ମ ସହ ବଡ ପରଦାରେ ନଜର ଆସିଛନ୍ତି । ତେବେ ଉଭୟଙ୍କ ପାଇଁ ଏହି ଫିଲ୍ମ ଗୁରୁତ୍ବପୂର୍ଣ୍ଣ ଅଟେ । କାର୍ତ୍ତିକ ଆର୍ଯ୍ୟନ୍ 'ସତ୍ୟପ୍ରେମ କି କଥା'ରେ ସତ୍ୟପ୍ରେମ ଅଗ୍ରୱାଲ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ କିଆରା ଆଡଭାନୀ ଏହି ଫିଲ୍ମରେ କଥା କପାଡିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ସତ୍ୟପ୍ରେମ ଏବଂ କଥାର ଅନନ୍ୟ ପ୍ରେମ କାହାଣୀ ଉପରେ ଆଧାରିତ । ଶନିବାରରେ ଫିଲ୍ମ ଭଲ ରୋଜଗାର କରିଥିବା ବେଳେ ଆଜି ରବିବାରରେ ମଧ୍ୟ ଭଲ ଆୟ କରିବ ବୋଲି ଆଶା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଦିନରେ କମିଲା ଆୟ, ଏତିକି କଲା କଲେକ୍ସନ
ନିର୍ଦ୍ଦେଶକ ସମୀର ବିଦ୍ବାନ୍ସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ସାଜିଦ ନାଦିଆୱାଲା । ଏହି ଚଳଚ୍ଚିତ୍ରର ବାକି ଷ୍ଟାର କାଷ୍ଟରେ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରାଣ୍ଡେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ କଥା କହିବାକୁ ଗଲେ, କିଆରା ଆଡଭାନୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଧୋକା ଦେଇଛି । ଏହା ପରେ ଏଭଳି ପରିସ୍ଥିତି ଉପୁଜୁଛି ଯେ, ସତ୍ୟପ୍ରେମଙ୍କୁ ଇଚ୍ଛା ବିନା ବିବାହ କରୁଛନ୍ତି । ଯାହାକୁ ନେଇ କାହାଣୀରେ ଅନେକ ଟ୍ବିଷ୍ଟ ଆସୁଛି । ଯାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡିବ ।