ହାଇଦ୍ରାବାଦ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ 'ସତ୍ୟପ୍ରେମ କି କଥା' ରିଲିଜ ପରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଫିଲ୍ମଟି 9.25 କୋଟିରେ ଓପନିଂ କରିଥିବା ବେଳେ ପ୍ରଥମ ସପ୍ତାହରେ ଫିଲ୍ମଟି ବେଶ ଭଲ କଲେକ୍ସନ୍ କରିଥିଲା । କିନ୍ତୁ ବର୍ତ୍ତମାନ ସୋମବାର ଅର୍ଥାତ 5ଦିନରେ ଫିଲ୍ମର ରୋଜଗାରରେ ହ୍ରାସ ଘଟିଛି । ତଥାପି ଫିଲ୍ମ 5ମ ଦିନ ସୁଦ୍ଧା 40କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି ।
'ସତ୍ୟପ୍ରେମ କି କଥା'ରେ କାର୍ତ୍ତିକ ଏବଂ କିଆରାଙ୍କ ଏକ ନିଆରା ପ୍ରେମ କାହାଣୀ ପ୍ରଦର୍ଶିତ ହୋଇଛି, ଯାହାକୁ ଲୋକମାନେ ପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ, ଫିଲ୍ମର ଆୟ ବିଷୟରେ କହିବାକୁ ଗଲେ ଫିଲ୍ମର ପ୍ରଥମ ସପ୍ତାହରେ ବହୁତ ଭଲ ଆୟ କରିଥିଲା । କିନ୍ତୁ ସୋମବାର ଦିନ 'ସତ୍ୟପ୍ରେମ କି କଥାର' ସଂଗ୍ରହ ବହୁତ କମିଛି । 5ମ ଦିନରେ ଫିଲ୍ମ ମାତ୍ର 4କୋଟି ରୋଜଗାର କରିଛି । ଯାହା ଏପର୍ଯ୍ୟନ୍ତର ସବୁଠାରୁ କମ କେଲକ୍ସନ ରହିଛି ।
ବକ୍ସ ଅଫିସ କଲେକ୍ସନ: 'ସତ୍ୟପ୍ରେମ କି କଥା'
ପ୍ରଥମ ଦିନ (ଜୁନ 29, ଗୁରୁବାର)- 9.25 କୋଟି ଟଙ୍କା
ଦ୍ୱିତୀୟ ଦିନ (ଜୁନ 30, ଶୁକ୍ରବାର)- 7 କୋଟି ଟଙ୍କା
ତୃତୀୟ ଦିନ- (ଜୁଲାଇ 1, ଶନିବାର)- 10.1 କୋଟି ଟଙ୍କା
ଚତୁର୍ଥ ଦିନ- (ଜୁଲାଇ 2, ରବିବାର)- 12.15 କୋଟି ଟଙ୍କା
ପଞ୍ଚମ ଦିନ- (ଜୁଲାଇ 3, ସୋମବାର)- 4 କୋଟି ଟଙ୍କା
ଫିଲ୍ମର ମୋଟ ସଂଗ୍ରହ 42.50 କୋଟି ଟଙ୍କାକୁ ବୃଦ୍ଧି ପାଇଛି
ସୂଚନା ଥାଉ କି, 3ୟ ଏବଂ 4ର୍ଥ ଦିନରେ ଫିଲ୍ମର ଆୟ ବହୁତ ବୃଦ୍ଧି ପାଇଥିଲା। ଏହି 2 ଦିନରେ ଫିଲ୍ମ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଆୟ କରିଥିଲା। ହେଲେ 5ମ ଦିନରେ ଫିଲ୍ମର ଆୟ ବହୁତ କମିଛି। ହେଲେ 60କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ 40 କୋଟି ଅତିକ୍ରମ କରିସାରିଲାଣି। ଏଭଳି ପରିସ୍ଥିତିରେ ଖୁବଶୀଘ୍ର 50 କୋଟି କ୍ଲବରେ ଯୋଗଦେବେ ବୋଲି ଆଶା କରାଯାଉଛି। 'ଭୁଲ ଭୁଲେୟା ୨' ପରେ 'ସତ୍ୟପ୍ରେମ କି କଥା' କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ଦ୍ୱିତୀୟ ହିଟ୍ ଫିଲ୍ମ ହେବ ।
'ସତ୍ୟପ୍ରେମ କି କଥା' ଫିଲ୍ମକୁ ନିର୍ଦ୍ଦେଶକ ସମୀର ବିଦ୍ବାନ୍ସ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ସାଜିଦ ନାଦିଆୱାଲା । କାର୍ତ୍ତିକ ଆର୍ଯ୍ୟନ୍ ସତ୍ୟପ୍ରେମ ଅଗ୍ରୱାଲ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ କିଆରା ଆଡଭାନୀ ଏହି ଫିଲ୍ମରେ କଥା କପାଡିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ସତ୍ୟପ୍ରେମ ଏବଂ କଥାଙ୍କ ଅନନ୍ୟ ପ୍ରେମ କାହାଣୀ ଉପରେ ଆଧାରିତ । କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରନ୍ଧେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।