ETV Bharat / entertainment

ମନୀଷ ମଲହୋତ୍ରାଙ୍କ ଘରେ ଏକାଠି ନଜର ଆସିଲେ କାର୍ତ୍ତିକ-କ୍ରିତି, ଫ୍ୟାନ୍ସ ପଚାରିଲେ ବିବାହ କେବେ

author img

By

Published : Mar 29, 2023, 2:12 PM IST

ବଲିଉଡ ଜଣାଶୁଣା ଫ୍ୟାଶନ୍ ଡିଜାଇନର ମନୀଷ ମଲହୋତ୍ରାଙ୍କ ଘରେ ନଜର ଆସିଲେ ବଲିଉଡ ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଅଭିନେତ୍ରୀ କ୍ରିତି ସାନନ । ଏନେଇ ପ୍ରଶଂସକମାନେ ସେମାନଙ୍କ ବିବାହ କେବେ ବୋଲି ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

ମନୀଷ ମଲହୋତ୍ରାଙ୍କ ଘରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ୍-କ୍ରିତି ସାନନ୍

ମୁମ୍ବାଇ: ବଲିଉଡ ଜଣାଶୁଣା ଫ୍ୟାଶନ୍ ଡିଜାଇନର ମନୀଷ ମଲହୋତ୍ରାଙ୍କ ଘରକୁ ଆଜିକାଲି ସେଲିବ୍ରିଟିଙ୍କ ଭିଡ ଜମିବାର ଦେଖିବାକୁ ମିଳୁଛି । ନିକଟରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିବାହ ଗୁଜବ ମଧ୍ୟରେ ମନୀଷ ମଲହୋତ୍ରାଙ୍କ ଘରକୁ ଯାଇଥିବା ନଜର ଆସିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡର 'ଶେହଜାଦା' ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ମନୀଷ ମଲହୋତ୍ରାଙ୍କ ଘରେ ଦେଖିବାକୁ ମିଳିଛି । ଉଭୟ ଏକାଠି ନଜର ଆସିଥିବା ବେଳେ ସେମାନଙ୍କୁ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିବାହ ପାଇଁ ଡ୍ରେସ ପ୍ରସ୍ତୁତି ନେଇ ଉଭୟ ମନୀଷଙ୍କୁ ଭେଟିଥିବା କୁହାଯାଉଛି ।

କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘରେ ନଜର ଆସିଛନ୍ତି । ଉଭୟଙ୍କୁ ନୀଳ ରଙ୍ଗର ଆଉଟଫିଟରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେମାନଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋବାରେ ଲାଗିଛି । ଯାହାକୁ ନେଇ ପ୍ରଶଂସକମାନେ କହିଛନ୍ତି ବିବାହ କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି । କ୍ରିତି ସାନନ୍ ଏକ ନୀଳ ରଙ୍ଗର ଡ୍ରେସରେ ନଜର ଆସିଥିବାବେଳେ କାର୍ତ୍ତିକ ଆର୍ଯ୍ୟନ୍ ନୀଳ ରଙ୍ଗର ଡେନିମ୍ ଉପରେ ନୀଳ ରଙ୍ଗର ସାର୍ଟରେ ନଜର ଆସିଛନ୍ତି । ଉଭୟ ଏହି ଲୁକରେ ବେଶ ଗର୍ଜିୟସ ଲାଗୁଥିଲେ ।

ତେବେ କାର୍ତ୍ତିକ ଏବଂ କ୍ରିତି ଉଭୟଙ୍କୁ ଏକାଠି ସ୍ପଷ୍ଟ କରାଯାଇଥିବା ବେଳେ ସେମାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପରେ ପ୍ରଶଂସକମାନେ ସେମାନଙ୍କ ବିବାହକୁ ନେଇ ପ୍ରଶ୍ନ କରିବାରେ ଲାଗିଛନ୍ତି । ଅନେକ ପ୍ରଶଂସକ ଏପରିକି କାର୍ତ୍ତିକ-କ୍ରିତିଙ୍କ ଯୋଡିକୁ ବଲିଉଡର ସବୁଠାରୁ ସୁନ୍ଦର ଯୋଡି କହି ପ୍ରଶଂସା କରିଥିଲେ ।

ସୂଚନା ଥାଉ କି, 2019 ମସିହାରେ ପ୍ରଥମ ଥର ପାଇଁ କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନଙ୍କ ଯୋଡି ଲୁକା ଚୁପି ଫିଲ୍ମରେ ଦେଖିବାକୁ ମିଳିଥିଲା । 4 ବର୍ଷ ପରେ କାର୍ତ୍ତିକ ଏବଂ କ୍ରିତି ଫିଲ୍ମ 'ଶେହଜାଦା'ରେ ଏକାଠି ନଜର ଆସିଥିଲେ । ତେବେ ଏବେ ଯୋଡିଙ୍କର ଏହି ଉଭୟ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା ।

କାର୍ତ୍ତିକ ଆର୍ଯ୍ୟନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଭୁଲ୍ ଭୁଲେୟା-3 ରେ ନଜର ଆସିବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । "ପାରିବାରିକ ମନୋରଞ୍ଜନ" ଭରପୁର ରହିଥିବା ଏହି କମେଡି ଫିଲ୍ମ 2024 ଦିପାବଳୀରେ ସିନେମା ହଲରେ ରିଲିଜ ହେବ । ପୂର୍ବରୁ "ଭୁଲ୍ ଭୁଲେୟା 2" ରେ ନଜର ଆସିଥିଲେ କାର୍ତ୍ତିକ । ଯାହା 2022ର ସବୁଠାରୁ ସଫଳ ହିନ୍ଦୀ ଫିଲ୍ମ ରିଲିଜ୍ ମଧ୍ୟରୁ ଗୋଟିଏ ଥିଲା । ଏବଂ ବକ୍ସ ଅଫିସରେ ଏହା 250 କୋଟିରୁ ଅଧିକ ଟଙ୍କା ଆୟ କରି ହିଟ ହୋଇଥିଲା । ଭୁଲ୍ ଭୁଲେୟା-3 ଫିଲ୍ମକୁ ଅନିସ୍ ବାଜମି ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରସ୍ତୁତ କରିଛନ୍ତି ଭୂଷଣ କୁମାର । ତେବେ ଏହା ମଧ୍ୟ ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା କରାଯାଉଛି ।

ସେହିପରି କ୍ରିତି ସାନନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବର୍ତ୍ତମାନ ସେ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଭାସଙ୍କ ସହ ଓମ ରାଉତଙ୍କ ନିର୍ଦ୍ଦେଶିତ ପୌରାଣିକ ଫିଲ୍ମ ଆଦିପୁରୁଷରେ ନଜର ଆସିବାକୁ ଯାଉଛନ୍ତି କ୍ରିତି ସାନନ । ଯାହା ଜୁନ୍ ମାସରେ ରିଲିଜ ହେବ ଏବଂ ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଣପଥରେ ଟାଇଗର ଶ୍ରଫଙ୍କ ସହ କ୍ରିତି ନଜର ଆସିବେ । ଯାହା ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.