ETV Bharat / entertainment

SPKK Collection: 100କୋଟି କ୍ଲବରେ ‘ସତ୍ୟପ୍ରମ କି କଥା’ - Satyaprem Ki Katha Box Office Collection

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା' ବିଶ୍ବ ବକ୍ସ ଅଫିସରେ 100 କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମର ଏଭଳି ସଫଳତା ପାଇଁ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଖୁସି ବ୍ୟକ୍ତ କରିବା ସହ କୃତଜ୍ଞତା ଜଣାଇଛନ୍ତି। ଅଧିକ ପଢନ୍ତୁ,

100କୋଟି କ୍ଲବରେ ସାମିଲ ହେଲା ସତ୍ୟପ୍ରମ କି କଥା, କୃତଜ୍ଞତା ଜଣାଇଲେ କାର୍ତ୍ତିକ-କିଆରା

author img

By

Published : Jul 11, 2023, 4:14 PM IST

ହାଇଦ୍ରାବାଦ: କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା' ବକ୍ସ ଅଫିସରେ ଧମାକା କରିଛି। 12ଦିନ ମଧ୍ୟରେ ଫିଲ୍ମ ବିଶ୍ବ ବକ୍ସ ଅଫିସରେ 100 କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମର ଏଭଳି ସଫଳତା ପାଇଁ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଖୁସି ବ୍ୟକ୍ତ କରିବା ସହ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି କାର୍ତ୍ତିକ ଏବଂ କିଆରା। ଏହି ଫିଲ୍ମ କାର୍ତ୍ତିକ ଏବଂ କିଆରା ଯୋଡିଙ୍କ ଦ୍ବିତୀୟ ହିଟ ଫିଲ୍ମ ହୋଇଛି।

ଭୁଲ ଭୁଲେୟା 2 ପରେ କାର୍ତ୍ତିକ କିଆରା ସତ୍ୟପ୍ରେମ କି କଥା ରେ ଏକାଠି ନଜର ଆସିଥିଲେ। ଦର୍ଶକଙ୍କୁ ପୁଣି ମନୋରଞ୍ଜନ କରିବାରେ ସଫଳ ହୋଇଛି ଏହି ଯୋଡି। ଏହି ଫିଲ୍ମ 12 ତମ ଦିନ ମଧ୍ୟରେ ଘରୋଇ ପ୍ରେକ୍ଷାଳୟରେ ଫିଲ୍ମ ପାଖାପାଖି 70 କୋଟି ବ୍ୟବସାୟ କରିଥିବା ବେଳେ ସାରା ବିଶ୍ବରେ ଏହି ଫିଲ୍ମ 100 କୋଟି କ୍ଲବରେ ପ୍ରବେଶ କରିଛି। ଫିଲ୍ମର ସଫଳତା ନେଇ କିଆରା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଖୁସିବ୍ୟକ୍ତ କରିଛନ୍ତି। ଏବଂ ସେ ଲେଖିଛନ୍ତି, 'ସତ୍ୟପ୍ରେମ କି କଥାକୁ ଏତେ ଭଲପାଇବା ଦେଇଥିବାରୁ ଧନ୍ୟବାଦ।' ସେହିପରି କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, '100 କୋଟି ଭଲପାଇବା ପାଇଁ ଧନ୍ୟବାଦ'।

ଭାରତୀୟ ବକ୍ସ ଅଫିସ କଲେକ୍ସନ: 'ସତ୍ୟପ୍ରେମ କି କଥା'

  • ପ୍ରଥମ ଦିନ (ଜୁନ 29, ଗୁରୁବାର)- 9.25 କୋଟି ଟଙ୍କା
  • ଦ୍ୱିତୀୟ ଦିନ (ଜୁନ 30, ଶୁକ୍ରବାର)- 7 କୋଟି ଟଙ୍କା
  • ତୃତୀୟ ଦିନ- (ଜୁଲାଇ 1, ଶନିବାର)- 10.1 କୋଟି ଟଙ୍କା
  • ଚତୁର୍ଥ ଦିନ- (ଜୁଲାଇ 2, ରବିବାର)- 12.15 କୋଟି ଟଙ୍କା
  • ପଞ୍ଚମ ଦିନ- (ଜୁଲାଇ 3, ସୋମବାର)- 4 କୋଟି ଟଙ୍କା
  • ଷଷ୍ଠ ଦିନ-(ଜୁଲାଇ 4, ମଙ୍ଗଳବାର)- 4.5 କୋଟି ଟଙ୍କା
  • ସପ୍ତମ ଦିନ-(ଜୁଲାଇ 5, ବୁଧବାର)-3.85 କୋଟି ଟଙ୍କା
  • ଅଷ୍ଟମ ଦିନ-(ଜୁଲାଇ 6, ଗୁରୁବାର)-2.70 କୋଟି ଟଙ୍କା
  • ନବମ ଦିନ-(ଜୁଲାଇ 7, ଶୁକ୍ରବାର)-2.85 କୋଟି ଟଙ୍କା
  • ଦଶମ ଦିନ-(ଜୁଲାଇ 8, ଶନିବାର)-4.85 କୋଟି ଟଙ୍କା
  • ଏକାଦଶ ଦିନ-(ଜୁଲାଇ 9, ରବିବାର)-5.25 କୋଟି ଟଙ୍କା
  • ଦ୍ୱାଦଶ ଦିନ-(ଜୁଲାଇ 10, ସୋମବାର)-2.50 କୋଟି ଟଙ୍କା

ଫିଲ୍ମର ମୋଟ ସଂଗ୍ରହ 68.56 କୋଟି ଟଙ୍କାକୁ ବୃଦ୍ଧି ପାଇଛି

ଏହା ମଧ୍ୟ ପଢନ୍ତୁ: 'ଚନ୍ଦୁ ଚମ୍ପିଆନ' ଫିଲ୍ମ ସୁଟିଂ ପାଇଁ ଲଣ୍ଡନ ଗଲେ କାର୍ତ୍ତିକ

ସୂଚନା ଥାଉ କି, ସତ୍ୟପ୍ରେମ କି କଥାର ସାଜିଦ ନାଦିଆଡୱାଲା ନିର୍ମିତ ହୋଇଥିବା ବେଳେ ସମୀର ବିଦ୍ବାନ୍ସ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକ ରୋମାଣ୍ଟିକ ଲଭଷ୍ଟୋରୀ ଫିଲ୍ମ ଅଟେ । ଫିଲ୍ମରେ କାର୍ତ୍ତିକ ଏବଂ କିଆରାଙ୍କ ବ୍ୟତୀତ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରନ୍ଧେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.