ETV Bharat / entertainment

Karnataka Actor Chetan Arrested: ହିନ୍ଦୁତ୍ବ ଉପରେ ବିବାଦୀୟ ଟ୍ବିଟ କରି କନ୍ନଡ ଅଭିନେତା ଗିରଫ - ହିନ୍ଦୁତ୍ବ ବିରୋଧୀ ବୟାନ

ହିନ୍ଦୁତ୍ବ ବିରୋଧୀ ବୟାନ ଦେଇ ଗିରଫ ହେଲେ କନ୍ନଡ ଅଭିନେତା ଚେତନ କୁମାର । ଅଧିକ ପଢନ୍ତୁ

Karnataka Actor Chetan Arrested
Karnataka Actor Chetan Arrested
author img

By

Published : Mar 22, 2023, 8:55 AM IST

ବେଙ୍ଗାଲୁରୁ: କନ୍ନଡ ଅଭିନେତା ଚେତନ କୁମାରଙ୍କୁ ମହଙ୍ଗା ପଡିଲା ହିନ୍ଦୁତ୍ବ ବିରୋଧୀ ବୟାନ । ଟ୍ବିଟ କରି ଫସିଗଲେ ଚେତନ । ଅଭିଯୋଗ ଅନୁସାରେ ବେଙ୍ଗାଲୁରୁର ଶେଷାଦ୍ରିପୁରମ ପୋଲିସ ଗତକାଲି(ମଙ୍ଗଳବାର) ତାଙ୍କୁ ଗିରଫ କରିଛି । ବଜରଙ୍ଗ ଦଳର ଶିବକୁମାର ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ହିନ୍ଦୁତ୍ବ ଭାବନାକୁ ଆଘାତ ଦେଇଥିବା ନେଇ ସେ ଦର୍ଶାଇଥିଲେ । ଏହାପରେ ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରିଛି ।

  • Hindutva is built on LIES

    Savarkar: Indian ‘nation’ began when Rama defeated Ravana & returned to Ayodhya —> a lie

    1992: Babri Masjid is ‘birthplace of Rama’ —> a lie

    2023: Urigowda-Nanjegowda are ‘killers’ of Tipu—> a lie

    Hindutva can be defeated by TRUTH—> truth is EQUALITY

    — Chetan Kumar Ahimsa / ಚೇತನ್ ಅಹಿಂಸಾ (@ChetanAhimsa) March 20, 2023 " class="align-text-top noRightClick twitterSection" data=" ">

କଣ ଟ୍ବିଟ କରିଥିଲେ ଚେତନ: ଅଭିନେତା ଚେତନା ମାର୍ଚ୍ଚ ୨୦ ତାରିଖ ସକାଳ ୧୦ଟା ୧୪ ମିନିଟ ସମୟରେ ଏକ ଟ୍ବିଟ କରି ଲେଖିଥିଲେ, "ମିଥ୍ୟା ଉପରେ ହିନ୍ଦୁତ୍ବ ପର୍ଯ୍ୟବେଶିତ । ରାବଣକୁ ବଧ କରି ଭଗବାନ ଶ୍ରୀରାମ ଅଯୋଧ୍ୟା ଫେରିବା ପରେ ହିଁ ଭାରତକୁ ଏକ ଦେଶ ଭାବେ ପରିଚୟ ମିଳିଥିବା ନେଇ ସରକାରଙ୍କ ଥିଓରି ପୁରା ମିଛ । ସେହିପରି ରାମଙ୍କ ଜନ୍ମଭୂମିରେ ବାବ୍ରୀ ମସଜିଦ ନିର୍ମାଣ ହୋଇଥିବା କଥା ମଧ୍ୟ ସମ୍ପୂର୍ଣ୍ଣ ମିଛ କଥା । ଟିପୁଙ୍କ ହତ୍ୟାକାରୀ ଉରିଗୌଡା କି ନାଞ୍ଜେଗୌଡା ନୁହନ୍ତି । ସତ୍ୟ ଦ୍ବାରା ହିନ୍ଦୁତ୍ବକୁ ହରାଇପାରିବା ସମାନତା ହିଁ ସତ୍ୟ ।"

ଏତଲାରେ ଏହା ଅଭିଯୋଗ କରାଯାଇଥିଲା: ସୂଚନା ଅନୁସାରେ, ମଙ୍ଗଳବାର ୪୦ ବର୍ଷିୟା ଚେତନଙ୍କୁ ଶେଷାଦ୍ରିପୁରମ ପୋଲିସ ଗିରଫ କରି ACMM କୋର୍ଟରେ ହାଜର କରିଥିଲା । ଏହାପରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶିବ କୁମାର ଥାନାରେ ଏତଲା ଦେଇ ଲେଖିଥିଲେ, " ଅଭିନେତା ଚେତନ ଅଧିକାଂଶ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି । ଜାତି ଓ ଜାତି ମଧ୍ୟରେ ଶତ୍ରୁତା ସୃଷ୍ଟି କରିଛନ୍ତି ଏବଂ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିଛନ୍ତି । ସମାଜର ଶାନ୍ତି ଏବଂ ଶୃଙ୍ଖଳାକୁ ନଷ୍ଟ କରୁଛନ୍ତି । ଏହିପରି ଉତ୍ତେଜନାମୂଳକ ବିବୃତ୍ତି ସହ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ସୃଷ୍ଟି କରିଥିବାରୁ ଚେତନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।" ଏହି ଟ୍ବିଟକୁ ନେଇ ଅଭିଯୋଗ ହେବା ପରେ ଆଇପିସି ଧାରା ୨୯୫ଏ ଏବଂ ୫୦୫ବି ଆଧାରରରେ ମାମଲା ରୁଜୁ ହୋଇଥିଲା ।

ପୋଲିସର କହିବା ଅନୁସାରେ, ଭାରତୀୟ ଦଣ୍ଡ ବିଧାନ ଆଇନର ବିଭିନ୍ନ ଧାରାରେ ଚେତନଙ୍କୁ ଗିରଫ କରାଯାଇଛି । ପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା । ସେଥିରେ ତାଙ୍କୁ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ତେବେ ବର୍ତ୍ତମାନ ତାଙ୍କ ଟ୍ବିଟକୁ ଟ୍ବିଟରୁ ହଟାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.