ETV Bharat / entertainment

ଏକାଠି ନଜର ଆସିଲେ କିଆରା, କରୀନା ଓ ସୁହାନା ଖାନ: ୟୁଜର୍ସ ଦେଲେ ଏମିତି ପ୍ରିତିକ୍ରିୟା

author img

By ETV Bharat Odisha Team

Published : Sep 1, 2023, 3:10 PM IST

ମୁମ୍ବାଇର ଏକ ଇଭେଣ୍ଟ୍‌ରେ ଏକାଠି ନଜର ଆସିଲେ କିଆରା ଆଡଭାନୀ, କରୀନା କପୁର ଏବଂ ସୁହାନା ଖାନ । ଅଭିନେତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଏକାଠି ନଜର ଆସିଲେ କିଆରା ଆଡଭାନୀ କରୀନା କପୁର ଏବଂ ସୁହାନା ଖାନ, ୟୁଜର୍ସ ଦେଲେ ଏମିତି ପ୍ରିତିକ୍ରିୟା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ, କରୀନା କପୁର ଏବଂ ସୁହାନା ଖାନଙ୍କୁ ଏକାଠି ଦେଖିବାକୁ ମିଳିଛି। ମୁମ୍ବାଇରେ ଆୟୋଜିତ ଏକ ବିୟୁଟି ବ୍ରାଣ୍ଡର ଇଭେଣ୍ଟରେ ଏହି 3 ସୁନ୍ଦରୀ ଅଭିନେତ୍ରୀ ନଜର ଆସିଥିଲେ । କ୍ୟାମେରା ଆଗରେ ମିଳିତ ଭାବେ ପୋଜ୍‌ ଦେଇଥିଲେ । ତେବେ ଏହି ଇଭେଣ୍ଟ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।

ସୋସିଆଲ ମିଡିଆରେ ଏକ ପ୍ୟାପରାଜି ସେୟାର କରିଥିବା ଭିଡିଓରେ କରୀନା କପୁର ଏକ ବ୍ଲାକ୍‌ ଆଉଟଫିଟରେ ନଜର ଆସିଥିବା ବେଳେ କିଆରାଙ୍କୁ ଲାଇଟ୍‌ ଗ୍ରୀନ ଆଉଟଫିଟ ଏବଂ ସୁହାନା ଖାନ ଏକ ଲାଲ ରଙ୍ଗର ଫ୍ରକ୍‌ରେ ଖୁବ ଗର୍ଜିୟସ ଲୁକ୍‌ରେ ନଜର ଆସିଥିଲେ । ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ସେପଟେ କରୀନା ଇଭେଣ୍ଟରେ ଯୋଗ ଦେବା ପୂର୍ବରୁ ନିଜ ଲୁକର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । କ୍ୟାପସନରେ ଲେଖିଥିଲେ, ମୁଁ ଆଜି ରାତି ଇଭେଣ୍ଟ୍‌ ପାଇଁ ପ୍ରସ୍ତୁତ ।

କରୀନା ଏହି ପୋଷ୍ଟ ସେୟାର କରିବା ମାତ୍ରେ ତାଙ୍କ ଭଉଣୀ କରିସ୍ମା କପୁର ଏକ ବ୍ଲାକ ହାର୍ଟ ଇମୋଜି ସେୟାର କରିଥିଲେ । ସେହିପରି ଜଣେ ଫ୍ୟାନ୍ସ ଲେଖିଛନ୍ତି, ସବୁ ବୟସରେ ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି । 20, 30 ଏବଂ 40 ହୁଅନ୍ତୁ ଆପଣ ଜଣେ କୁଇନ୍‌ । ଆଉ ଜଣେ ଲେଖିଛନ୍ତି, ସୁନ୍ଦର ଏବଂ ହଟ୍ । ସେହିପରି କିଆରା ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦର୍ପଣ ଆଗରେ ସେ ଏକ ସେଲ୍‌ଫି ନେଉଥିବା ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଶୁଭ ରାତ୍ରୀ ବୋଲି ଲେଖିଛନ୍ତି । ଏଥିସହ ଇଭେଣ୍ଟରେ ଅଭିନେତା ଅର୍ଜୁନ କପୁର ମଧ୍ୟ ଯୋଗ ଦେଇଥିଲେ । ସେ ବି 3 ଅଭିନେତ୍ରୀମାନଙ୍କ ସହ ପୋଜ୍‌ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: BFI ଲଣ୍ଡନ ଫିଲ୍ମ ଫେଷ୍ଟିଭାଲରେ ହେବ ‘ଦି ବକିଂହମ୍‌ ମର୍ଡର୍ସ’ର ପ୍ରିମିୟର, କରୀନାଙ୍କ ଖାସ୍‌ ପ୍ରୋଜେକ୍ଟ

ସୂଚନା ଥାଉ କି, ପୂର୍ବରୁ ଫିଲ୍ମ ଗୁଡ୍ ନ୍ୟୁଜରେ କରୀନା ଏବଂ କିଆରା ଏକାଠି କାମ କରିଥିଲେ । ଏହି ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ତାଙ୍କ ସହ ଷ୍ଟାର କିଡ୍ ସୁହାନା ଖାନ ଏହି ଇଭେଣ୍ଟ୍‌ରେ ଯୋଗ ଦେଇଥିଲେ । ସେପଟେ କରୀନା କପୁରଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, କରୀନା କପୁର ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଥ୍ରୀଲର ଡ୍ରାମା ଫିଲ୍ମ ଜାନେ ଜାନ ସହ ଚଳିତ ମାସରେ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି କରୀନା । ସେପଟେ କିଆରା ଆଡଭାନୀ ବର୍ତ୍ତମାନ ତେଲୁଗୁ ଚଳଚ୍ଚିତ୍ର ଗେମ୍ ଚେଞ୍ଜରରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କୁ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ସହ ଦେଖିବାକୁ ମିଳିବ । ସେପଟେ ସୁହାନା ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ଦ ଆର୍ଚିସ୍‌ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.