ETV Bharat / entertainment

ବିମାନବନ୍ଦରରେ ପରିବାର ସହ ସ୍ପଟ୍ ହେଲେ କରୀନା କପୁର, ଭ୍ୟାକେସନରେ ଜନ୍ମଦିନ ପାଳିବେ ଅଭିନେତ୍ରୀ

author img

By ETV Bharat Odisha Team

Published : Sep 17, 2023, 5:45 PM IST

ମୁମ୍ବାଇ ବିମାନବନ୍ଦରରେ ପରିବାର ସହ ନଜର ଆସିଲେ ବେବୋ ଓ ତାଙ୍କ ପୁରା ପରିବାର । ଆସନ୍ତା 21ରେ କରୀନା କପୁର ଖାନଙ୍କ ଜନ୍ମଦିନ । ତେବେ ଜନ୍ମଦିନ ସେଲିବ୍ରେସନ ପାଇଁ ପରିବାର ସହ ଅଭିନେତ୍ରୀ ଭ୍ୟାକେସନରେ ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ବିମାନବନ୍ଦରରେ ପରିବାର ସହ ସ୍ପଟ୍ ହେଲେ କରୀନା କପୁର, ଜନ୍ମଦିନ ସେଲିବ୍ରେସନ ପାଇଁ ଭ୍ୟାକେସନରେ ଗଲେ ଅଭିନେତ୍ରୀ

ହାଇଦ୍ରାବାଦ: ନିଜ ଆଗାମୀ ଓଟିଟି ଡେବ୍ୟୁ ଫିଲ୍ମ ଜାନେ ଜାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ। ଏହି ଫିଲ୍ମ କରୀନାଙ୍କ ଜନ୍ମଦିନରେ ଓଟିଟିରେ ଷ୍ଟ୍ରିମିଂ ହେବ। ଆସନ୍ତା 21ରେ କରୀନା କପୁର ଖାନଙ୍କ ଜନ୍ମଦିନ। ତେବେ ଜନ୍ମଦିନ ପୂର୍ବରୁ ପରିବାର ସହ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଛନ୍ତି କରୀନା । ତେବେ ଜନ୍ମଦିନ ପାଳନ କରିବାକୁ ଅଭିନେତ୍ରୀ ପରିବାର ସହ ଭ୍ୟାକେସନରେ ଯାଇଥିବା କୁହାଯାଉଛି।

ବଲିଉଡ ତାରକା ଦମ୍ପତି ସୈଫ୍‌ ଅଲି ଖାନ ଏବଂ କରୀନା କପୁର ସେମାନଙ୍କର ଦୁଇ ପୁଅ ତୈମୁର, ଜାହାଙ୍ଗୀର ଏବଂ ସେମାନଙ୍କ ନାନୀଙ୍କ ସହ ଏୟାରପୋର୍ଟରେ ନଜର ଆସିଛନ୍ତି । ଜଣେ ପାପାରାଜିଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓରେ ସମସ୍ତେ କାରରୁ ଓହ୍ଲାଇ ବିମାନବନ୍ଦର ଭିତରକୁ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସମସ୍ତେ କାଜୁଆଲ୍ ଲୁକ୍‌ରେ ନଜର ଆସିଥିବା ବେଳେ କରୀନା କପୁରଙ୍କ ଜନ୍ମଦିନ ସେଲିବ୍ରେସନ ପାଇଁ ଭ୍ୟାକେସନରେ ଯାଉଥିବା ଜଣା ପଡିଛି । ସୈଫ ଅଲି ଖାନ ହ୍ବାଇଟ ପାଇଜାମା ଏବଂ ମେରୁନ ରଙ୍ଗର କୁର୍ତ୍ତା ସହ ବ୍ଲାକ ଗଗଲ୍ସରେ ନଜର ଆସିଥିବା ବେଳେ କରୀନା ହ୍ବାଇଟ୍ ସାଲୱାର ସୁଟରେ, ତୈମୁର ଏବଂ ଜାହାଙ୍ଗୀରଙ୍କୁ ହ୍ବାଇଟ ସାର୍ଟ ଏବଂ ବ୍ଲାକ ପ୍ୟାଣ୍ଟରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ସେପ୍ଟେମ୍ବର 21 ରେ କରୀନା କପୁର 43ତମ ଜନ୍ମଦିନ ପାଳନ କରିବେ । ଏହି ଅବସରରେ କରୀନାଙ୍କ ଆଗାମୀ ଚଳଚ୍ଚିତ୍ର ଜାନେଜାନ୍‌ ରିଲିଜ ହେବ । ଏହା ତାଙ୍କର ପ୍ରଥମ ଓଟିଟି ଫିଲ୍ମ । ଯାହା ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ । ଏହା ସୁଜୟ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ଜୟଦୀପ ଅହଲାୱତ୍ ଏବଂ ବିଜୟ ଭର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ କରୀନା ଦ କ୍ରୁ ପାଇଁ ମଧ୍ୟ କାମ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ତବୁ, କ୍ରିତି ସାନନ୍ ଏବଂ ଦିଲଜିତ୍ ଦୋସାଞ୍ଜଙ୍କୁ ତାଙ୍କ ସହ ସ୍କ୍ରିନ ସେୟାର କରୁଥୁବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 22, 2024ରେ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ ।

ଏହା ମଧ୍ୟ ପଢନ୍ତୁ: ବୟସ ବ୍ୟବଧାନକୁ ନେଇ ଟ୍ରୋଲରଙ୍କୁ କରୀନାଙ୍କ ଜବାବ୍‌, କହିଲେ- ସୈଫ୍‌ ପୂର୍ବ ଅପେକ୍ଷା ହଟ୍‌ ଦେଖାଯାଉଛନ୍ତି

ସେପଟେ ସୈଫଙ୍କ ବିଷୟରେ କହିବାକୁ ଗଲେ, ଅଭିନେତା ନିକଟରେ ଆଦିପୁରୁଷରେ ନଜର ଆସିଥିଲେ । ଓମ୍ ରାଉତ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସେ ଖଳନାୟକ ଲଙ୍କେଶ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ପ୍ରଭାସ ଏବଂ କ୍ରିତି ସାନନ୍ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମର ଖରାପ ସଂଳାପ, VFX ଯୋଗୁଁ ଫିଲ୍ମଟି ଫ୍ଲପ୍ ହୋଇଥିଲା । ବର୍ତ୍ତମାନ ତାଙ୍କୁ ଦେବରାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ସହ ସୈଫ୍‌ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । କୋର୍ଟଲା ଶିବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ଜୁନିଆର NTRଙ୍କ ସହ ସୈଫ୍‌ ପ୍ରଥମ ଥର ପାଇଁ ନଜର ଆସିବେ । ଏହି ଫିଲ୍ମ 2024 ଏପ୍ରିଲ୍ 5ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.