ETV Bharat / entertainment

Kareena Kapoor BTS Pic: 'ସିଂଘମ ଏଗେନ' ସେଟରୁ BTS ଫଟୋ ସେୟାର କଲେ କରିନା

author img

By ETV Bharat Odisha Team

Published : Oct 8, 2023, 12:06 PM IST

ବଲିଉଡର ବେବୋ କରିନା କପୁର ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର 'ସିଂଘମ ଏଗେନ୍‌' ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ କରିନା ସୁଟିଂ ସେଟର ଏକ ବିଟିଏସ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ରଣବୀର ସିଂ ମଧ୍ୟ କମେଣ୍ଟ୍‌ ଦେଇଛନ୍ତି । ଅଧିକ ପଢନ୍ତୁ

Kareena Kapoor BTS Pic
Kareena Kapoor BTS Pic

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ଖାନ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଆଗାମୀ ଆକ୍ସନ୍ ଫିଲ୍ମ 'ସିଂଘମ ଏଗେନ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । କରିନା ଗତକାଲି (ଶନିବାର) ସୋସିଆଲ ମିଡିଆରେ ଫିଲ୍ମର ସେଟରୁ ଏକ ବିଟିଏସ୍ ଫଟୋ ସେୟାର କରିଛନ୍ତି । ଏହା ସହିତ ରୋହିତ ଶେଟ୍ଟୀଙ୍କ ପାଇଁ ଏକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। କରିନା ଲେଖିଛନ୍ତି ଯେ, ସେ ମୋର ପ୍ରିୟ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହିତ ଏହା ମୋର ଚତୁର୍ଥ ଚଳଚ୍ଚିତ୍ର । ଏହା ନିଶ୍ଚିତ ଯେ ଏହା ମୋର ଶେଷ ନୁହେଁ... ରେଡି ଷ୍ଟେଡି ଗୋ' ।

ତେବେ କରିନା କପୁର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଫଟୋ ନୀଳ ରଙ୍ଗର ଅଟେ । ଫଟୋରେ ଏହା ସ୍ପଷ୍ଟ ହୋଇଛି ଯେ କ୍ୟାମେରା ସାମ୍ନାରେ କରୀନା ଓଲଟି ପଡିଥିବା କାର ଆଡକୁ ସାମ୍ନା କରି ଛିଡା ହୋଇଛନ୍ତି । ବେବୋ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ମାତ୍ରେ ଫ୍ୟାନ୍ସମାନେ ପୋଷ୍ଟର କମେଣ୍ଟ ବକ୍ସକୁ ହାର୍ଟ ଓ ଫାୟାର ଇମୋଜିରେ ଭର୍ତ୍ତି କରିଦେଇଥିଲେ ।

ସେହିପରି କରିନାଙ୍କ ପୋଷ୍ଟ ଉପରେ ଅଭିନେତା ରଣଭୀର ସିଂ କମେଣ୍ଟ ଦେଇଛନ୍ତି ଯେ, 'ଏହା ତାଙ୍କ ସହିତ ମୋର ଚତୁର୍ଥ ଚଳଚ୍ଚିତ୍ର ଏବଂ ତୁମ ସହିତ ପ୍ରଥମ! 'ଗୋଲମାଲ୍ ରିଟର୍ନସ୍', 'ଗୋଲମାଲ୍୩ 'ଏବଂ 'ସିଂଘମ୍ ରିଟର୍ନସ୍ ପରେ ରୋହିତ ଏବଂ କରୀନାଙ୍କ ସହଯୋଗରେ' ସିଙ୍ଗମ୍ ଏଗେନ 'ହେଉଛି ଚତୁର୍ଥ ଚଳଚ୍ଚିତ୍ର । ରୋହିତ ଶେଟ୍ଟୀଙ୍କ' ସିଂଘମ ଏଗେନ' ରେ ଅଜୟ ଦେବଗନ୍ ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ- ଅଜୟଙ୍କ ଭଉଣୀ ହେବେ ଦୀପିକା ପାଦୁକୋନ, ରୋହିତ ଶେଟ୍ଟୀଙ୍କ ସିଙ୍ଘମ୍ 3ରେ ହେଲା ଏଣ୍ଟ୍ରି

କରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ କରୀନାଙ୍କୁ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ଥ୍ରୀଲର ଫିଲ୍ମ 'ଜାନେ ଜାନ'ରେ ଦେଖିବାକୁ ମିଳିଥିଲା । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଜୟଦୀପ ଅହଲାବତ ଏବଂ ବିଜୟ ବର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥି ସହିତ ରୋହିତ ଶେଟ୍ଟୀଙ୍କ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ' OTT ପ୍ଲାଟଫର୍ମ ଆମାଜନ ପ୍ରାଇମରେ ପ୍ରସାରିତ ହେବ । ତେବେ ସିରିଜର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଆସିନାହିଁ । 'ଇଣ୍ଡିଆନ୍ ପୋଲିସ ଫୋର୍ସ'ରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବେରୟ ପ୍ରମୂଖ ଭୂମିକାରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.