ETV Bharat / entertainment

ଫାଇଟରରୁ କରନଙ୍କ ପ୍ରଥମ ଲୁକ ଆଉଟ

author img

By ETV Bharat Odisha Team

Published : Dec 12, 2023, 1:15 PM IST

Fighter Karan Singh Grover First Look: 2024ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଫାଇଟର'କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ କରନଙ୍କ ସିଂ ଗ୍ରୋଭରଙ୍କ ପ୍ରଥମ ଲୁକ ସେୟାର ହୋଇଛି । ଅଧିକ ପଢନ୍ତୁ

Fighter Karan Singh Grover First Look
Fighter Karan Singh Grover First Look

ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର୍'ରେ ବଲିଉଡର ପାୱାରପ୍ୟାକ୍ ତାରକାଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ ଏବଂ ଅନୀଲ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଯାହାକୁ ନେଇ ଫ୍ୟାନ୍ସମାନେ ବେଶ ଉତ୍ସାହିତ ରହିଛନ୍ତି । ନିକଟରେ ଏହି ଫିଲ୍ମରୁ ଅଭିନେତ୍ରୀ ଦୀପିକା ପାଦୁକନଙ୍କ ପ୍ରଥମ ଲୁକ ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଅଭିନେତା କରନ ସିଂ ଗ୍ରୋଭରଙ୍କ ପ୍ରଥମ ଲୁକ ସେୟାର କରାଯାଇଛି ।

ଆଜି ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମକୁ କରନଙ୍କ ସ୍ବାଗତ କରିଛନ୍ତି । ସେ ଅଭିନେତାଙ୍କ ପ୍ରଥମ ପୋଷ୍ଟର ଲୁକ୍ ସେୟାର କରିଛନ୍ତି । ଯେଉଁଥିରେ କରନ ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି । ଦୀପିକା ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଫିଲ୍ମରେ କରନ ସ୍କ୍ବାର୍ଡନ ଲିଡର ସରତାଜ ଗିଲ ଭୂମିକାରେ ଅଭିନୟ କରିବେ । ତେବେ ଅନେକ ଦିନ ପରେ ଫ୍ୟାନ୍ସମାନେ କରନଙ୍କୁ ପରଦାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ନିକଟରେ ଫାଇଟରର ଟିଜର ରିଲିଜ ହୋଇଥିଲା । ଏହାକୁ ଶାହାରୁଖ ଖାନ ଏବଂ ଅର୍ଜୁନ କପୁରଙ୍କ ସମେତ ବି-ଟାଉନ ସେଲିବ୍ରିଟିମାନେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ହ୍ରିତିକ-ଦୀପିକାଙ୍କ ରୋମାନ୍ସ ଦେଖି ଫ୍ୟାନ୍ସ ଫିଦା, ଏମିତି କହିଲେ ନେଟିଜେନ୍ସ

ନିର୍ମାତାମାନେ ଏକ ବଡ଼ ପରଦାରେ ସିନେମାଟିକ୍ ଅଭିଜ୍ଞତା ପାଇଁ 'ଫାଇଟର୍' ଡିଜାଇନ୍ କରିଛନ୍ତି । ଏହା ଏକାଧିକ ସ୍ଥାନ ଗୁଡିକରେ ସୁଟ୍ ହୋଇଛି ଏବଂ ସର୍ବଭାରତୀୟ ପରଦାରେ ପୂର୍ବରୁ ଦେଖାଯାଇ ନଥିବା ଦୃଶ୍ୟକୁ କ୍ୟାପଚର କରିବା ପାଇଁ ସର୍ବଶେଷ ସିନେମାଟିକ୍ କୌଶଳକୁ ନିୟୋଜିତ କରାଯାଇଛି । ଏଥି ସହିତ ସୁପରଷ୍ଟାର ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନୀଲ କପୁର ଫିଲ୍ମରେ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରୁଛନ୍ତି । ୱାର ଏବଂ ପଠାନଙ୍କ ଦମଦାର ସଫଳତା ପରେ ସିଦ୍ଧାର୍ଥ ପୁଣି ଏହି ଫିଲ୍ମ ସହ ଇତିହାସ ରଚିବାକୁ ପ୍ରସ୍ତୁତ ଅଛନ୍ତି ।

ଚଳିତ ବର୍ଷ ଜାନୁୟାରୀ 25ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ବେଳେ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି । ଫିଲ୍ମ 25 ଜାନୁୟାରୀ 2024ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଦୀପିକାଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.