ETV Bharat / entertainment

କରଣ ଜୋହରଙ୍କୁ କଙ୍ଗନାଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ବ୍ରହ୍ମାସ୍ତ୍ରର Box office କଲେକ୍ସନ ମିଛ

author img

By

Published : Sep 12, 2022, 4:30 PM IST

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର କଲେକ୍ସନକୁ ନେଇ କଙ୍ଗନା ରଣାୱତ ପୋଲ୍‌ ଖୋଲିଛନ୍ତି । ଅଧିକ ପଢନ୍ତୁ

କରଣଙ୍କୁ କଙ୍ଗନାଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ବ୍ରହ୍ମାସ୍ତ୍ରର ବକ୍ସ ଅଫିସ୍‌ କଲେକ୍ସନ ମିଛ

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' 9 ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି । 'ବ୍ରହ୍ମାସ୍ତ୍ର'ର ବକ୍ସ ଅଫିସ୍ କଲେକ୍ସନ ବିଶ୍ୱବ୍ୟାପୀ 150 କୋଟି ଅତିକ୍ରମ କରିଛି । କରଣ ଜୋହର, ଆୟାନ ମୁଖାର୍ଜୀ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମର ରୋଜଗାରକୁ ନେଇ ଖୁସିରେ ଗଦ୍‌ ଗଦ୍‌ ହୋଇଯାଇଛନ୍ତି । ବକ୍ସ ଅଫିସ୍ କଲେକ୍ସନକୁ ନେଇ ସମସ୍ତେ ଖୁସି ଥିବାବେଳେ ଏପଟେ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ।

କଙ୍ଗନା ରଣାୱତ
କଙ୍ଗନା ରଣାୱତ

କଙ୍ଗନା ବ୍ରହ୍ମାସ୍ତ୍ରର ବକ୍ସ ଅଫିସ୍ କଲେକ୍ସନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, "ଲୋକଙ୍କ ମଧ୍ୟରେ ବଡ ରୋଜଗାରର ଭ୍ରମ ବ୍ୟାପିବାରେ ଲାଗିଛି, ଫଳରେ ଅଧିକରୁ ଅଧିକ ଲୋକ ଫିଲ୍ମ ଦେଖିବାକୁ ଆସିବେ ।" କଙ୍ଗନା ଆହୁରି କହିଛନ୍ତି ଯେ, "ଦର୍ଶକଙ୍କୁ ସେମାନଙ୍କ ଜାଲରେ ଫଶାଇବା କରଣ ଜୋହର ଗ୍ୟାଙ୍ଗଙ୍କର ଏହି ଟ୍ରିକ୍‌ । ଚଳଚ୍ଚିତ୍ରର କଲେକ୍ସନ ଯେତିକି କୁହାଯାଉଛି ସେତିକି ନାହିଁ । କରଣ ଜୋହର ଗ୍ୟାଙ୍ଗ ଦର୍ଶକଙ୍କ ମଧ୍ୟରେ ଏକ ମିଥ୍ୟା ପ୍ରଚାର କରୁଛନ୍ତି ।"

କଙ୍ଗନା ରଣାୱତ
କଙ୍ଗନା ରଣାୱତ

କରଣ ଜୋହର ଗ୍ୟାଙ୍ଗ କିପରି ଦର୍ଶକଙ୍କୁ ବୋକା ବନେଇ ପ୍ରେକ୍ଷାଳୟକୁ ଟାଣି ଆଣୁଛନ୍ତି ତାହା ଦର୍ଶାଇ କଙ୍ଗନା କିଛି ସ୍କ୍ରିନ ସଟ ମଧ୍ୟ ସେୟାର କରିଛନ୍ତି । କଙ୍ଗନା ଏହା ବି କହିଛନ୍ତି କି, 'ବ୍ରହ୍ମାସ୍ତ୍ର'ର କଲେକ୍ସନ ଗଣନାକୁ ବୁଝିବା ପାଇଁ ସେ କରଣ ଜୋହରଙ୍କ ସାକ୍ଷାତକାର ନେବାକୁ ଚାହୁଁଛନ୍ତି । ନିର୍ମାତାଙ୍କ ଅନୁଯାୟୀ ବିଶ୍ୱରେ 'ବ୍ରହ୍ମାସ୍ତ୍ର'ର କଲେକ୍ସନ ଦୁଇ ଦିନରେ 160 କୋଟି ଟଙ୍କା ଅଟେ । କଙ୍ଗନାଙ୍କ କହିବାନୁସାରେ, 'ଫିଲ୍ମ ଶୁକ୍ରବାର ଦିନ ମୁକ୍ତିଲାଭ କରିଛି ଏବଂ ରବିବାର ଦିନ ଏତେ ବଡ ହିଟ୍ ହୋଇଗଲା । ତାହା ପୁଣି 250 କୋଟି ଟଙ୍କା କଲେକ୍ସନ ସହିତ (ଯାହା ଏକ ମିଥ୍ୟା ଆକଳନ ଅଟେ) ।

'ବ୍ରହ୍ମାସ୍ତ୍ର'ର ବଜେଟ୍ ହେଉଛି 650 କୋଟି ?

କଙ୍ଗନା କରଣ ଜୋହର ଏବଂ ତାଙ୍କ ଗ୍ୟାଙ୍ଗଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, "ଭିଏଫଏକ୍ସ ସମେତ ଫିଲ୍ମର ବଜେଟ୍ 650 କୋଟି ଟଙ୍କା ଥିବାବେଳେ ଆମକୁ 410 କୋଟି ଟଙ୍କା କୁହାଯାଇଛି, କେବଳ ଏଥିପାଇଁ ପ୍ରାଇମ ଫୋକସ୍ ସହ-ନିର୍ମାତା ଅଟନ୍ତି । ଏହାରମାନେ ଏହା ନୁହେଁ ଯେ, VFXର କୌଣସି ମୂଲ୍ୟ ନାହିଁ । ଏହା ହେଉଛି କରଣ ଜୋହରଙ୍କ ଗଣିତ, ଯାହା ଆମକୁ ମଧ୍ୟ ଶିଖିବାକୁ ପଡିବ ।"

ବକ୍ସ ଅଫିସ୍ ଇଣ୍ଡିଆର ଏକ ଟୁଇଟ୍ ସେୟାର କରି କଙ୍ଗନା କହିଛନ୍ତି ଯେ 'ବ୍ରହ୍ମାସ୍ତ୍ର' ଏକ ବଡ଼ ହିଟ୍ ହେବାକୁ ଯାଉଛି । ଟ୍ବିଟର ଜବାବରେ କଙ୍ଗନା କହିଛନ୍ତି ଯେ, ବକ୍ସ ଅଫିସ୍ ଇଣ୍ଡିଆ ହ୍ୟାଣ୍ଡେଲ ମୋତେ ଏବଂ ମୋ ଭଳି ଅନେକ ଲୋକଙ୍କୁ 'ବ୍ରହ୍ମାସ୍ତ୍ର'ର କଲେକ୍ସନକୁ ନେଇ ଚିନ୍ତାରେ ପକାଉଛି, କାରଣ ମାଫିଆ ସେମାନଙ୍କୁ ମୋଟା ଅଙ୍କର ଦରମା ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.