ETV Bharat / entertainment

Indian 2: କମଲ ହାସଲଙ୍କ ପ୍ରଥମ ଲୁକ ଆଉଟ୍, ଏହି ଦିନ ଦେଖିବାକୁ ମିଳିବ ଫିଲ୍ମର ପ୍ରଥମ ଝଲକ

author img

By ETV Bharat Odisha Team

Published : Oct 29, 2023, 5:41 PM IST

'ଇଣ୍ଡିଆନ୍ ୨' କମଲ ହାସନଙ୍କ ପ୍ରଥମ ଲୁକ ରିଲିଜ ହୋଇଛି । ଅଭିନେତାଙ୍କ ଜନ୍ମଦିନରେ ଫିଲ୍ମର ପ୍ରଥମ ଝଲକ ରିଲିଜ କରାଯିବ ବୋଲି ଘୋଷଣା କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

କମଲ ହାସଲଙ୍କ ପ୍ରଥମ ଲୁକ ଆଉଟ୍, ଏହି ଦିନ ଦେଖିବାକୁ ମିଳିବ ଫିଲ୍ମର ପ୍ରଥମ ଝଲକ

ହାଇଦ୍ରାବାଦ: କମଲ ହାସନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଇଣ୍ଡିଆନ୍ 2'କୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଆଜି ଫିଲ୍ମର ନିର୍ମାତା କମଲ ହାସନଙ୍କ ଏକ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟର ମାଧ୍ୟମରେ ସେ ଫିଲ୍ମର ପ୍ରଥମ ଝଲକ କେବେ ପ୍ରକାଶ କରିବେ ସେନେଇ ସୂଚନା ଦେଇଛନ୍ତି । ନଭେମ୍ବର 3ରେ ଫିଲ୍ମର ପ୍ରଥମ ଝଲକ ରିଲିଜ୍ କରାଯିବ ।

ଲାଇକା ପ୍ରଡକ୍ସନ ଏକ୍ସରେ କମଲ ହାସନଙ୍କ ପ୍ରଥମ ଲୁକ ପୋଷ୍ଟର ସେୟାର କରିଛନ୍ତି । ଫିଲ୍ମର ପ୍ରଥମ ଝଲକ ପ୍ରକାଶ ତାରିଖ ଘୋଷଣା କରିଛନ୍ତି । ପୋଷ୍ଟର ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, 'ସେଲିବ୍ରେସନ ଶୀଘ୍ର ଆରମ୍ଭ ହୋଇଛି । ଇଣ୍ଡିଆନ୍ 2 ଇନ୍ ଇଣ୍ଟ୍ରୋ ପାଇଁ ପ୍ରସ୍ତୁତ ହୁଅ, ନଭେମ୍ବର ୩ ରେ ଇଣ୍ଡିଆନ୍ 2 ପ୍ରଥମ ଝଲକ ରିଲିଜ୍ ହେବ ।' ସୂଚନା ଥାଉ କି, କମଲ ହାସନ ନଭେମ୍ବର ୭ରେ ତାଙ୍କ ୬୯ତମ ଜନ୍ମଦିନ ପାଳନ କରିବେ । ତେବେ ଜନ୍ମଦିନ ପୂର୍ବରୁ ନିର୍ମାତା ଫିଲ୍ମର ପ୍ରଥମ ଝଲକ ସେୟାର କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ, 1996ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଇଣ୍ଡିଆନ୍'ର ଏହା ସିକ୍ବେଲ ଅଟେ । ଏହି ଫିଲ୍ମ କମଲ ହାସନଙ୍କ କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରରେ ମନୀଷା କୋରେଲା ଏବଂ ଉର୍ମିଲା ମାତୋଣ୍ଡକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା । 'ଇଣ୍ଡିଆନ୍ 'ର 27 ବର୍ଷ ପରେ କମଲ ହାସନ' ଇଣ୍ଡିଆନ୍ ୨'ରେ ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଣି ସୁଟିଂକୁ ଫେରିଲେ ସାଉଥ ଅଭିନେତ୍ରୀ କାଜଲ

କମଲ ହାସନଙ୍କ 'ଇଣ୍ଡିଆନ୍ ୨' ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ନୟନତାରା, ରକୁଲ ପ୍ରୀତ ସିଂ, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ପ୍ରିୟା ଭବାନୀ ଶଙ୍କରଙ୍କ ସହ ଅନେକ ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଖୁବ୍ ଶୀଘ୍ର ଏହାର ରିଲିଜ୍ ମଧ୍ୟ ଘୋଷଣା ହେବାର ସମ୍ଭାବନା ଅଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ଓସ୍କାର ପୁରସ୍କାର ବିଜେତା ସଂଗୀତକାର ଅନିରୁଦ୍ଧ ରବିଚାନ୍ଦଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.