ETV Bharat / entertainment

Koffee With Karan 8: କରଣ ଜୋହରଙ୍କ ଶୋ'ରେ ନଜର ଆସିବେ କାଜୋଲ-ରାନୀ ମୁଖାର୍ଜୀ!

ଅନେକ ବଲିଉଡ ସେଲିବ୍ରିଟି ଏଥର କରଣଙ୍କ ସହ 'କଫି ୱିଥ୍‌ କରଣ'ର ୮ମ ସିଜନରେ ଅଂଶଗ୍ରହଣ କରିବେ । ପ୍ରଥମ ଏପିସୋଡ୍‌ରେ ରଣଭୀର-ଦୀପିକାଙ୍କ ସାମିଲ ହେବା ଖବର ଶୋ’ରେ ନଜର ଆସିବେ। ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 25, 2023, 7:08 AM IST

କରଣ ଜୋହରଙ୍କ ଶୋ'ରେ ନଜର ଆସିବେ କାଜୋଲ-ରାନୀ ମୁଖାର୍ଜୀ!

ହାଇଦ୍ରାବାଦ: କରଣ ଜୋହରଙ୍କ ଚାଟ୍ ଶୋ' 'କଫି ୱିଥ୍ କରଣ'ର ଅଷ୍ଟମ ସିଜନ୍ ଅକ୍ଟୋବର ୨୬ରେ ଡିଜ୍‌ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବାକୁ ଯାଉଛି । ନିକଟରେ କରଣ ସୋସିଆଲ ମିଡିଆରେ ପ୍ରଥମ ଏପିସୋଡର ପ୍ରୋମୋ ସେୟାର କରିଥିଲେ । ଏହି ପ୍ରମୋରେ ବଲିଉଡର ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିଛି । ଏହାର ଅର୍ଥ ପ୍ରଥମ ଏପିସୋଡରେ ଏହି ବଲିଉଡ୍‌ ଦମ୍ପତି ନଜର ଆସିବେ । ବର୍ତ୍ତମାନ ଖବର ଆସୁଛି ଯେ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କୁ ମଧ୍ୟ ଏହି ଶୋ'ରେ ଏକାଠି ଦେଖିବାକୁ ମିଳିବ ।

ସୂଚନା ଅନୁସାରେ, ରାନୀ ମୁଖାର୍ଜୀ ଏବଂ କାଜୋଲ ୨୦୦୭ରେ ପ୍ରିମିୟର୍ ହୋଇଥିବା କଫି ୱିଥ୍ କରଣ ଶୋ’ ସିଜନ ୨ରେ ଏକାଠି ନଜର ଆସିଥିଲେ । ଦୁହେଁ ଶାହାରୁଖ ଖାନଙ୍କ ସହ ଏହି ଶୋ’ରେ ନଜର ଆସିଥିଲେ । ବର୍ତ୍ତମାନ ୧୬ ବର୍ଷ ପରେ କରଣ ଜୋହରଙ୍କ ଶୋ' କଫି ୱିଥ୍ କରଣ 8ରେ ପୁଣି ଏହି ଅଭିନେତ୍ରୀଙ୍କୁ ଏକାଠି ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, “କାଜୋଲ ଏବଂ ରାନୀ ମୁଖାର୍ଜୀ ଏକ ଏପିସୋଡର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । କରଣ ଉଭୟଙ୍କ ପାଇଁ ବହୁତ ମଜାଦାର ଜିନିଷ ଯୋଜନା କରିଛନ୍ତି । ଅକ୍ଟୋବର ୨୬ରେ 'କଫି ୱିଥ୍ କରଣ'ର ଅଷ୍ଟମ ସିଜିନ ପ୍ରିମିୟର ହେବ । ଯେଉଁଥିରେ ବଲିଉଡ୍‌ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ପ୍ରଥମ ଏପିସୋଡ୍‌ରେ ନଜର ଆସିବେ ।

'କଫି ୱିଥ୍ କରଣ'ର ଏହି ସିଜନ ପ୍ରାୟତଃ ପରିବାର ସଦସ୍ୟଙ୍କ ଉପରେ ଆଧାରିତ, ଖବର ଅନୁଯାୟୀ ଶାହାରୁଖ ଖାନ, ସୁହାନା ଖାନ, କରୀନା କପୁର ଖାନ ଏବଂ ଆଲିଆ ଭଟ୍ଟ, ରୋହିତ ଶେଟ୍ଟୀ ଏବଂ ଅଜୟ ଦେବଗନଙ୍କ ଠାରୁ ସନ୍ନି ଦେଓଲ ଏବଂ ବବି ଦେଓଲ ପର୍ଯ୍ୟନ୍ତ ଏଥିରେ ସାମିଲ ହେବେ ବୋଲି କୁହାଯାଉଛି । କିନ୍ତୁ ଏହା ବିଷୟରେ କୌଣସି ଅଫିସିଆଲ୍‌ ଘୋଷଣା କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଦୂର ହେଲା କି ମତଭେଦ ? କଫି ୱିଥ୍ କରଣ ସିଜନ ୮ରେ ନଜର ଆସିପାରନ୍ତି କାର୍ତ୍ତିକ

ସୂଚନା ଥାଉ କି, ନବରାତ୍ର ଅବସରରେ ରାନୀ ମୁଖାର୍ଜୀ ଏବଂ କାଜୋଲଙ୍କ ଏକ ଦୁର୍ଗାପୂଜା ପେଣ୍ଡାଲରେ ମହାନବମୀ ଦିନ ଏକାଠି ଦେଖିବାକୁ ମିଳିଥିଲା । ଉଭୟ ଏହି ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ଏହାପରେ ଦୁହେଁ କ୍ୟାମେରା ଆଗରେ ଏକାଠି ପୋଜ୍ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.