ETV Bharat / entertainment

ରହସ୍ୟ ଘେରରେ Jr NTRଙ୍କ ଫ୍ୟାନ୍ସଙ୍କ ମୃତ୍ୟୁ, ଘଟଣାର ତଦନ୍ତ ଦାବି କଲେ ଅଭିନେତା - ଶ୍ୟାମଙ୍କ ସନ୍ଦେହଜନକ ମୃତ୍ୟୁ

ସନ୍ଦେହ ଘେରରେ RRR ତାରକା ଜୁନିଅର ଏନଟିଆରଙ୍କ ଫ୍ୟାନ୍ସ ଶ୍ୟାମଙ୍କ ମୃତ୍ୟୁ । ଏହି ଖବର ଆନ୍ଧ୍ରପ୍ରଦେଶ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି । ସେପଟେ ଘଟଣାରେ ପୂର୍ବତମ ସିଏମ ଏବଂ ଅଭିନେତା ପୋଲିସର ତଦନ୍ତ ଦାବି କରିଛନ୍ତି । ଅଧିକ ପଢନ୍ତୁ

ରହସ୍ୟ ଘେରରେ Jr NTRଙ୍କ ଫ୍ୟାନ୍ସଙ୍କ ମୃତ୍ୟୁ, ଘଟଣାର ତଦନ୍ତ ଦାବି କଲେ ଅଭିନେତା

author img

By

Published : Jun 28, 2023, 10:52 AM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର । ଅଭିନେତାଙ୍କର ଜଣେ ଯୁବ ପ୍ରଶଂସକ ଶ୍ୟାମଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଶ୍ୟାମ ଆନ୍ଧ୍ରପ୍ରଦେଶର କୋନାସିମା ନିବାସୀ ଥିଲେ । ଗତ ରବିବାର ଶ୍ୟାମଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଘଟଣାକୁ ନେଇ ଆନ୍ଧ୍ର ରାଜନୀତି ସରଗରମ ହୋଇଛି । ସେପଟେ ପୂର୍ବତମ ସିଏମ ଚନ୍ଦ୍ରବାବୁ ନାଇଡୁ ଏବଂ ଜୁନିଅର ଏନଟିଆର ଘଟଣା ନେଇ ପୋଲିସ ତଦନ୍ତ ଦାବି କରିଛନ୍ତି ।

ଫ୍ୟାନ୍ସ ଶ୍ୟାମଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲେ ଜୁନିଅର ଏନଟିଆର

ଘଟଣାରେ ଜୁନିଅର ଏନଟିଆର ମଧ୍ୟ ଦୁଃଖ ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛନ୍ତି । ଏହି ବିବୃତ୍ତିରେ ଅଭିନେତା ଘଟଣା ନେଇ ପୋଲିସର ତଦନ୍ତ ଦାବି କରିଛନ୍ତି । ଶ୍ୟାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ସୋସିଆଲ ମିଡିଆରେ ଶ୍ୟାମଙ୍କ ପାଇଁ ନ୍ୟାୟ ପାଇଁ ଦାବି ଉଠିଛି । ଏଥି ସହିତ ଅନେକ ରାଜ୍ୟ ନେତା ତଥା ଟଲିଉଡ ଅଭିନେତା ସମର୍ଥନ କରି ନ୍ୟାୟ ଦାବି କରିଛନ୍ତି ।

  • Fans won't expect anything except good things about their heroes and good cinema , it's sad to see one young boy leave us with unknown reasons

    Requesting Respected media look into this 🙏

    Also Request to @APPOLICE100 & related govt authorities 🙏 #WeWantJusticeForShyamNTR https://t.co/ixgIcvKBZq

    — Director Maruthi (@DirectorMaruthi) June 27, 2023 " class="align-text-top noRightClick twitterSection" data=" ">
  • Heartbreaking To Hear That One of Our Brothers @shyambadboy6 Has Left Us, Even Harder To See Him Like That.

    We Request @APPOLICE100 To Investigate This Case Thoroughly. The Least We Could Do For Him Is To Give Him Justice.

    Incident Location : Chintaluru, EG District
    Native… pic.twitter.com/wVFMSS49xZ

    — NTR Trends (@NTRFanTrends) June 26, 2023 " class="align-text-top noRightClick twitterSection" data=" ">

ସେହିପରି ଜୁନିଅର ଏନଟିଆରର ଜଣେ ପ୍ରଶଂସକ ଶ୍ୟାମଙ୍କ ମୃତ୍ୟୁ କାରଣରୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ବିରୋଧୀ ଦଳର ନେତା (ତେଲୁଗୁ ଦେଶମ ପାର୍ଟି) ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶ୍ୟାମଙ୍କ ମୃତ୍ୟୁରେ ଯୁବଜନା ଶ୍ରମିକ ରାଇତୁ କଂଗ୍ରେସ ପାର୍ଟି (YSRCP)ର କ୍ୟାଡରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି । ପୂର୍ବତନ ସିଏମ ଟ୍ୱିଟ ଜରିଆରେ ଏହି ଅଭିଯୋଗ କରିଛନ୍ତି । ପୂର୍ବତନ ସିଏମ ଆହୁରି ଲେଖିଛନ୍ତି, 'ଇଜି ଜିଲ୍ଲାର ଚିଣ୍ଟାଲୁରୁରେ ଶ୍ୟାମଙ୍କ ଅକାଳ ବିୟୋଗରେ ଦୁଃଖିତ, ତାଙ୍କ ସନ୍ଦେହଜନକ ମୃତ୍ୟୁ ଅତ୍ୟନ୍ତ ଚିନ୍ତାଜନକ । ମୁଁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରୁଛି, ଯାହା ଦ୍ବାରା ଶ୍ୟାମଙ୍କୁ ନ୍ୟାୟ ମିଳିପାରିବ।

ଏହା ମଧ୍ୟ ପଢନ୍ତୁ:ଆଉ ନାହାନ୍ତି ୟୁଟ୍ୟୁବର ଦେବରାଜ ପଟେଲ, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ସେପଟେ ପୋଲିସ ଶ୍ୟାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗକୁ ଗ୍ରହଣ ନକରି ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି । ଅନ୍ୟପଟେ ଶ୍ୟାମଙ୍କ ସାଙ୍ଗମାନେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଶ୍ୟାମ ଜଣେ ଭଲ ବ୍ୟକ୍ତି ଏବଂ ତାଙ୍କର କୌଣସି ଖରାପ ଅଭ୍ୟାସ ନାହିଁ । ସୂଚନା ଅନୁସାରେ, ମାର୍ଚ୍ଚ 19ରେ ଶ୍ୟାମ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ଜୁନିଅର ଏନଟିଆର ହେଉଛନ୍ତି ତାଙ୍କର ପ୍ରେରଣା, ହିରୋ ଏବଂ ଭଗବାନ । ଏହାରି ମଧ୍ୟରେ ଏକ ଇଭେଣ୍ଟରେ ସିକ୍ୟୁରିଟିକୁ ଏଡାଇ ମଞ୍ଚରେ ଜୁନିଅର NTRଙ୍କୁ ଭେଟିଥିଲେ ଶ୍ୟାମ । ସେହି ମୁହୁର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.