ETV Bharat / entertainment

Cannes Film Festival: ବିଶ୍ବ ଦରବାରରେ ଚମକିଲା ସମ୍ବଲପୁରୀ ପୋଷାକ, ରେଡ କାର୍ପେଟରେ ଚାଲିଲେ ଓଡ଼ିଆ ଦମ୍ପତି - ରେଡ କାର୍ପେଟରେ ଚାଲିଲେ ଓଡ଼ିଆ ଦମ୍ପତ୍ତି

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ । ବିଶ୍ୱବିଖ୍ୟାତ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଓଡ଼ିଆ ଫିଲ୍ମ ନିର୍ମାତା ଓ ପ୍ରମୋଟର୍ ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ପତ୍ନୀ ଡୋନା କାନ୍ସ ଫେଷ୍ଟିଭାଲ୍‌ର ରେଡ କାର୍ପେଟ୍‌ରେ ଚାଲିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁରୀ ପୋଷାକ ପିନ୍ଧି ରେଡ କାର୍ପେଟରେ ଚାଲିଲେ ଓଡ଼ିଆ ଦମ୍ପତ୍ତି

author img

By

Published : May 21, 2022, 3:26 PM IST

ନୂଆଦିଲ୍ଲୀ: ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ । ଚାରିଆଡେ ସିନେ ସେଲିବ୍ରିଟିଙ୍କ ଭିଡ଼ ଜମିଥିଲାବେଳେ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର । ବିଶ୍ୱବିଖ୍ୟାତ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଓଡ଼ିଆ ଫିଲ୍ମ ନିର୍ମାତା ଓ ପ୍ରମୋଟର୍ ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ପତ୍ନୀ ଡୋନା କାନ୍ସ ଫେଷ୍ଟିଭାଲ୍‌ର ରେଡ କାର୍ପେଟ୍‌ରେ ଚାଲିଥିବା ସୂଚନା ମିଳିଛି ।

ଜିତେନ୍ଦ୍ର ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ପାଇଁ ସମ୍ବଲପୁରୀ ରେଶମ ପୋଷାକର ପରିକଳ୍ପନା କରିଥିଲେ । ସେଠାରେ ଉପସ୍ଥିତ ଦର୍ଶକ ପୋଷାକର ଡିଜାଇନ୍‌ ଓ ପ୍ରସ୍ତୁତି ପ୍ରଶଂସା କରିଥିଲେ । କାନ୍ସ ରେଡ୍‌ କାର୍ପେଟ୍‌, ଯାହା ଉପରେ ସାରା ବିଶ୍ୱର ନଜର ଥାଏ । ଏହି ରେଡ୍‌ କାର୍ପେଟ୍‌ ନାମୀଦାମୀ କଳାକାର ସେମାନଙ୍କର ଜଲଓ୍ବା ଦେଖାଇଥାନ୍ତି । ଏତେ ବଡ଼ ମହୋତ୍ସବରେ ସମ୍ବଲପୁରୀ ବୟନ କଳାର ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ଜିତେନ୍ଦ୍ରଙ୍କ ପାଇଁ ଏକ ବଡ ସୁଯୋଗ ଥିଲା ।

କାନ୍‌ସ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଜିତେନ୍ଦ୍ର ୧୦ଟି ଓଡ଼ିଆ ଚଳଚ୍ଚିତ୍ରକୁ ସମ୍ମାନଜନକ ‘ମାର୍ଚ୍ଚେ ଡୁ ଫିଲ୍ମ’ ବଜାରରେ ଉପସ୍ଥାପନ କରିଥିଲେ। ‘ମାର୍ଚ୍ଚେ ଡୁ ଫିଲ୍ମ’ ୧୯୫୯ରେ କାନ୍‌ସ ଚଳଚ୍ଚିତ୍ର ମହୋତ୍ସବ ସହ ସୃଷ୍ଟ ବିଶ୍ବର ଅନ୍ୟତମ ବୃହତ୍ ଚଳଚ୍ଚିତ୍ର ବଜାର ବା ଫୋରମ୍, ଯେଉଁଥିରେ ପ୍ରତିବର୍ଷ ୧୨ ହଜାରରୁ ଅଧିକ ଫିଲ୍ମ ପେସାଦାର ସାମିଲ ହୁଅନ୍ତି ଏବଂ ୫୫୦୦ରୁ ଅଧିକ କମ୍ପାନୀ ପାଇଁ ୧୬୦୦ରୁ ଅଧିକ କ୍ରେତା ଅଂଶଗ୍ରହଣ କରିଥା’ନ୍ତି । ଏହି ସିନେ ଶିଳ୍ପର ଜଣେ ପଞ୍ଜିକୃତ ପେସାଦାର ଭାବେ ଜିତେନ୍ଦ୍ର ଏଠାରେ ସ୍ବାଧୀନ ଭାବେ ତଥା ବ୍ୟକ୍ତିଗତ ସ୍ତରରେ ବିଭିନ୍ନ ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.