ETV Bharat / entertainment

ଜିମି ଶେର୍ଗିଲଙ୍କ ଆଗାମୀ ଫିଲ୍ମ 'ଆଜମ'ର ଟ୍ରେଲର ରିଲିଜ, ଜାଣନ୍ତୁ କେବେ ହେବ ଫିଲ୍ମ ରିଲିଜ - ଆଜମ

ବଲିଉଡ ଅଭିନେତା ଜିମି ଶେର୍ଗିଲ ଆଗାମୀ ଫିଲ୍ମ ଆଜମ ଫିଲ୍ମ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ତେବେ ଆଜି ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଅଧିକ ପଢନ୍ତୁ

ଜିମି ଶେର୍ଗିଲଙ୍କ ଆଗାମୀ ଫିଲ୍ମ 'ଆଜମ'ର ଟ୍ରେଲର ରିଲିଜ

author img

By

Published : May 4, 2023, 5:33 PM IST

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜିମି ଶେର୍ଗିଲ ଏବଂ ଅଭିମନ୍ୟୁଙ୍କ ଅଭିନୀତ ଫିଲ୍ମ 'ଆଜାମ'ର ଟ୍ରେଲର ରିଲିଜ ହୋଇଛି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା ଏବଂ ଏହାସହ ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି କୁହାଯାଇଥିଲା। ଏହାରି ମଧ୍ୟରେ ବର୍ତ୍ତମାନ ବିଳମ୍ବିତ ରାତିରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଛି । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।

  • " class="align-text-top noRightClick twitterSection" data="">

ସୋସିଆଲ ମିଡିଆରେ ରିଲିଜ ହୋଇଥିବା ଟ୍ରେଲରେ ଦମ୍‌ଦାର୍‌ ସିନ ଦେଖିବାକୁ ମିଳିଛି । ଟ୍ରେଲର ଏକ ଶକ୍ତିଶାଳୀ ସଂଳାପରୁ ଆରମ୍ଭ ହୋଇଛି -'ଜୋ ଟାଇମ୍ ସେ ତେଜ ଚଲେଗା ୱୋ ଜିତେଗା, ଜୋ ଟାଇମ୍ ସେ ତେଜ ନେହି ଚଲେଗା ୱୋ ହାରେଗା ।' ଏହା ପରେ ଏହି କାହାଣୀର ଚରିତ୍ର ଗୁଡ଼ିକର ଏକ ଏଣ୍ଟ୍ରି ଅଛି । ଅଣ୍ଡରୱାର୍ଲ୍ଡ ଡନ୍ ନବାବ ଯିଏ ଅସୁସ୍ଥ, କର୍କଟ ରୋଗ ସହ ଲଢୁଛନ୍ତି ଏବଂ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଯାଉଛି । ଏହାରି ମଧ୍ୟରେ ସମସ୍ତଙ୍କ ଆଖି ନବାବଙ୍କ ସ୍ଥାନ ହାସଲ କରିବା ଉପରେ । ନବାବ ଚାଲିଯିବା ପରେ ତାଙ୍କ 4ଟି ରାଇଟହ୍ୟାଣ୍ଡ (ସହଯୋଗୀ) ତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ, ଜାଭେଦ୍ (ଜିମି ଶେର୍ଗିଲ୍) ନବାବଙ୍କ ସ୍ଥାନ ହାସଲ କରିବା ଚାରିଜଣ ସହଯୋଗୀଙ୍କ ବିରୁଦ୍ଧରେ ତାଙ୍କ ଭାଇ (ଅଭିମନ୍ୟୁ) ଜାଲ ବିଛାଉଛନ୍ତି । ହେଲେ ସେହି ଜାଲରେ ଜାଭେଦ୍ (ଜିମି ଶେର୍ଗିଲ୍) ନିଜେ ପୋଲିସ ଦ୍ୱାରା ଧରା ପଡି ଯାଉଛନ୍ତି । ଜିମି ଶେର୍ଗିଲ ଏବଂ ତାଙ୍କ ଭାଇଙ୍କର ସମ୍ପୂର୍ଣ୍ଣ ଯୋଜନା କ’ଣ, ଏହା ଫିଲ୍ମ ଦେଖିବା ପରେ ହିଁ ଜଣା ପଡିବ।

ଏହି ଫିଲ୍ମର କାହାଣୀକୁ ଶ୍ରାବଣ ତିୱାରୀ ଲେଖିଛନ୍ତି ଏବଂ ସେ ନିଜେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହା ଏକ କ୍ରାଇମ, ସସପେନ୍ସ ଥ୍ରୀଲର ଫିଲ୍ମ ଅଟେ । ଯାହା ମେ 19ରେ ରିଲିଜ ହେବ। ଫିଲ୍ମ 'ଆଜମ'ରେ ଅଭିମନ୍ୟୁ ସିଂ, ଇନ୍ଦ୍ରାନିଲ ସେନଗୁପ୍ତା, ଗୋବିନ୍ଦ ନାମଦେବ ଏବଂ ରଜା ମୁରାଦ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ତେବେ ଗ୍ୟାଙ୍ଗଷ୍ଟାର ଉପରେ ଆଧାରିତ ଏହି ଫିଲ୍ମର ଟିଜର ଏବଂ ଟ୍ରେଲରକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି । ଫିଲ୍ମଟି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବା ବୋଲି ଆଶା କରାଯାଉଛି । ସୂଚନା ଥାଉ କି, ଜିମି ଶେର୍ଗିଲଙ୍କୁ ଶେଷଥର କୋଲାର ବମ୍ବରେ ଦେଖିବାକୁ ମିଳିଥିଲା । ଫିଲ୍ମ ଡବଲ ଏକ୍ସଏଲରେ କେମିଓ ରୋଲରେ ନଜର ଆସିଥିଲେ । ବର୍ତ୍ତମାନ 'ଆଜମ'ରେ ନଜର ଆସିବେ ଅଭିନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.