ETV Bharat / entertainment

Atlee Kumar: ଜବାନ ନିର୍ଦ୍ଦେଶକ ଅଟଲିଙ୍କ ହାଇ ଡିମାଣ୍ଡ, ପ୍ରତି ଫିଲ୍ମକୁ ଚାର୍ଜ କରନ୍ତି ଏତିକି କୋଟି - ଅଟଲି କୁମାରଙ୍କ ନେଟୱର୍ଥ

ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଜବାନ ଆଜି ରିଲିଜ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଟଲି କୁମାର । ଏହି ଫିଲ୍ମ ସହ ସେ ବଲିଉଡରେ ଡେବ୍ୟୁ କରିଛନ୍ତି । ତେବେ ଅଟଲିଙ୍କ ନେଟୱର୍ଥ କେତେ ? ଜାଣନ୍ତୁ,

ଜବାନ ନିର୍ଦ୍ଦେଶକ ଅଟଲିଙ୍କ ହାଇ ଡିମାଣ୍ଡ, ପ୍ରତି ଫିଲ୍ମକୁ ଚାର୍ଜ କରୁଛନ୍ତି ଏତିକି କୋଟି

author img

By ETV Bharat Odisha Team

Published : Sep 7, 2023, 2:04 PM IST

ହାଇଦ୍ରାବାଦ: 2023 ବର୍ଷର ଶାହାରୁଖ ଖାନଙ୍କ 2ୟ ଚଳଚ୍ଚିତ୍ର 'ଜବାନ' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରୁଛି ଏବଂ ଦର୍ଶକମାନେ ଏହାକୁ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଏହି ଚଳଚ୍ଚିତ୍ରକୁ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲି ନିର୍ଦ୍ଦେଶନା ଦେବା ସହ ବଲିଉଡରେ ଡେବ୍ୟୁ କରିଛନ୍ତି । ସାଉଥ ଇଣ୍ଡଷ୍ଟ୍ରିରେ ଅଟଲି ଅନେକ ହିଟ ଫିଲ୍ମ ଦେଇ ସଫଳ ନିର୍ଦ୍ଦେଶକ ହେବା ସହ ଦର୍ଶକଙ୍କ ମନ ଜିତିଛନ୍ତି । ସେଥିପାଇଁ ଅଟଲିଙ୍କ ଚାହିଦା ମଧ୍ୟ ଅଧିକ ରହିଛି। ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ଅଟଲି କୋଟି କୋଟି ଟଙ୍କା ଆଦାୟ କରନ୍ତି । ତେବେ ଜାଣନ୍ତୁ ଜବାନ ନିର୍ଦ୍ଦେଶକଙ୍କ ନେଟୱର୍ଥ କେତେ ?

ମିଡିଆ ରିପୋର୍ଟ ଅନୁଯାୟୀ ଅଟଲିଙ୍କ ମୋଟ ପ୍ରାୟ 5 ନିୟୁତ ଡଲାର୍ (ପ୍ରାୟ 42 କୋଟି ଟଙ୍କା)ସମ୍ପତ୍ତିର ମାଲିକ ଅଟନ୍ତି । ଯଦି ରିପୋର୍ଟ ଗୁଡିକ ବିଶ୍ବାସ କରାଯାଏ, ଅଟଲି ତାଙ୍କ ନିର୍ଦ୍ଦେଶକ ଚଳଚ୍ଚିତ୍ରରୁ ବିପୁଳ ଶୁଳ୍କ ଆଦାୟ କରନ୍ତି । ସେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ପ୍ରାୟ 52 କୋଟି ଟଙ୍କା ଚାର୍ଜ କରନ୍ତି । କିନ୍ତୁ ରିପୋର୍ଟ ଅନୁସାରେ, ନିର୍ଦ୍ଦେଶକ ଜବାନ ପାଇଁ ଫିସ ହ୍ରାସ କରିଛନ୍ତି ଏବଂ ଏହାର ନିର୍ଦ୍ଦେଶନା ପାଇଁ ସେ 30 କୋଟି ଟଙ୍କା ଚାର୍ଜ କରିଥିବା ଜଣାପଡିଛି ।

'ଜବାନ୍' ନିର୍ଦ୍ଦେଶକ ଅଟଲିଙ୍କ ପ୍ରକୃତ ନାମ ହେଉଛି ଅରୁଣ କୁମାର । ସେ 2013ରେ ରାଜା ରାଣୀ ଫିଲ୍ମ ସହ ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ପରେ 2016ରେ ଥେରି , 2017ରେ ମାର୍ସଲ, 2019ରେ ବିଗିଲ ଫିଲ୍ମରେ ନିର୍ଦ୍ଦେଶକ ଏବଂ ରାଇଟର ଭାବେ କାମ କରିଛନ୍ତି । ତେବେ ଅଟଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ବିଗିଲ ଏକ ବ୍ଲକବଷ୍ଟର ଥିଲା ଏବଂ ଏହି ଫିଲ୍ମ 200 କୋଟି ମାର୍କ ଅତିକ୍ରମ କରିଥିଲା । ବର୍ତ୍ତମାନ ଅଟଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜବାନ ମଧ୍ୟ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି।

ଏହା ମଧ୍ୟ ପଢନ୍ତୁ: ଥିଏଟରରେ ଜବାନ କ୍ରେଜ, ପ୍ରଥମ ଶୋ' ଦେଖିବାକୁ ପତ୍ନୀଙ୍କ ସହ ଥିଏଟର ଅଟଲି

ଜବାନ ସହ ଅଟଲି ବଲିଉଡରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି । ଶାହାରୁଖ ଖାନଙ୍କ ସହ ମଧ୍ୟ ଅଟଲି ପ୍ରଥମ ଥର ପାଇଁ କାମ କରିଛନ୍ତି । ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଶାହାରୁଖଙ୍କ ସମେତ ସାଉଥ୍ ବିୟୁଟି ନୟନତାରାଙ୍କ ସହ ବିଜୟ ସେଥୁପତି ଏବଂ ସଂଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଦୀପିକା ପାଦୁକୋନଙ୍କୁ ଏଥିରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ବିଶ୍ବରେ ମୁକ୍ତିଲାଭ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.