ETV Bharat / entertainment

Jawan box office collection day 15: ଜବାନ ଜଲୱା ଜାରି, ଖୁବଶୀଘ୍ର 1000କୋଟି କ୍ଲବରେ ହେବ ସାମିଲ !

author img

By ETV Bharat Odisha Team

Published : Sep 21, 2023, 12:56 PM IST

ସେପ୍ଟେମ୍ବର 7ରେ ରିଲିଜ ହୋଇଥିବା ଜବାନ ଓପନିଂ ଦିନ ଠାରୁ ରେକର୍ଡ ଭାଙ୍ଗି ଆସୁଛି । ଦୁଇ ସପ୍ତାହ ପରେ ମଧ୍ୟ ବକ୍ସ ଅଫିସରେ ନିଜର ଦୃଢ଼ତା ବଜାୟ ରଖିଛି । ଭାରତରେ ଫିଲ୍ମ 500କୋଟି ପାର୍ କରିଥିବା ବେଳେ ବର୍ତ୍ତମାନ ବିଶ୍ବରେ 1000କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଜବାନ ଜଲୱା ଜାରି, ଖୁବଶୀଘ୍ର 1000କୋଟି କ୍ଲବରେ ହେବ ସାମିଲ

ହାଇଦ୍ରାବାଦ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ରିଲିଜ ଦିନ ଠାରୁ ଦର୍ଶକଙ୍କ ମନ ଜିତି ଆସୁଛି । ଏହି ଫିଲ୍ମ ପ୍ରଥମ ଦିନରେ 75 କୋଟି ଟଙ୍କା ସଂଗ୍ରହ କରି ସବୁଠୁ ବଡ଼ ଓପନର୍ ହେବାର ରେକର୍ଡ ସୃଷ୍ଟି କରିଛି । ସେହି ଦିନଠାରୁ, 'ଜବାନ୍' କେବଳ ବିପୁଳ ରୋଜଗାର କରୁନାହିଁ ବରଂ ପ୍ରତ୍ୟେକ ଦିନ ଅନେକ ନୂଆ ରେକର୍ଡ କରୁଛି । ଫିଲ୍ମ ଭାରତରେ ଫିଲ୍ମ 500କୋଟି ପାର୍ କରିଥିବା ବେଳେ ବର୍ତ୍ତମାନ ବିଶ୍ବରେ 1000କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

  • " class="align-text-top noRightClick twitterSection" data="">

ଜବାନ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରିଛି । ରିଲିଜ ହେବାର 13ତମ ଦିନରେ 500 କୋଟି କ୍ଲବରେ ସାମିଲ ହୋଇଥିଲା ଫିଲ୍ମ। ଏହି କ୍ରମରେ ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ପଠାନ, ଗଦର ୨ ଏବଂ କେଜିଏଫ ୨ ଭଳି ଚଳଚ୍ଚିତ୍ରକୁ ଫଛରେ ପକାଇଛି । ବର୍ତ୍ତମାନ 15ତମ ଦିନରେ ଫିଲ୍ମର ରୋଜଗାର ସାମ୍ନାକୁ ଆସିଛି । ଭାରତରେ ଫିଲ୍ମ 500 କୋଟିରୁ ଆଧିକ ଆୟ କରିଥିବା ବେଳେ ସାରା ବିଶ୍ବରେ ଜବାନ 900 କୋଟି ଆୟ କରି ଆଉ ଏକ ସଫଳତା ହାସଲ କରିଛି ।

ଜବାନ ବିଶ୍ୱ ବକ୍ସ ଅଫିସ କଲେକ୍ସନ
ଜବାନ ବିଶ୍ୱ ବକ୍ସ ଅଫିସ କଲେକ୍ସନ

ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ଜବାନ ଘରୋଇ ବକ୍ସ ଅଫିସରେ 14 ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ପ୍ରାୟ 518.38 କୋଟି ଟଙ୍କା ଆୟ କରିଥିଲା । ତେବେ ବର୍ତ୍ତମାନ ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ଯେ ଫିଲ୍ମ ଏହାର 15 ତମ ଦିନରେ, ଭାରତର ବକ୍ସ ଅଫିସରେ 9 କୋଟି ଟଙ୍କା ରୋଜଗାର କରିପାରେ । ଫଳରେ ଫିଲ୍ମର ମୋଟ ଆୟ 527.38 କୋଟି ଟଙ୍କାକୁ ବୃଦ୍ଧି ପାଇବ । ସେପଟେ ଜବାନ ବିଶ୍ୱ ବକ୍ସ ଅଫିସରେ 900 କୋଟି ମାର୍କ ଅତିକ୍ରମ କରିସାରିଛି, ମାତ୍ର 14 ଦିନ ମଧ୍ୟରେ 907.54 କୋଟି ଟଙ୍କା କଲେକ୍ସନ କରିଛି ।

ଏହା ମଧ୍ୟ ପଢନ୍ତୁ: 37 ବର୍ଷ ବୟସରେ ପାଦ ଥାପିଲେ ଅଟଲି, ସୁପରହିଟ୍‌ ଫିଲ୍ମ ନିର୍ମାଣରେ ଓସ୍ତାଦ

କିଙ୍ଗ ଖାନଙ୍କ ଜବାନ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ସେପ୍ଟେମ୍ବର 7ରେ ସାରା ବିଶ୍ୱରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସାଉଥ ଅଭିନେତା ନୟନତାରା ଏବଂ ବିଜୟ ସେତୁପତି ଏବଂ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବଂ ସଞ୍ଜୟ ଦତ୍ତ ମଧ୍ୟ କ୍ୟାମିଓ ରୋଲରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବାବେଳେ ସାରା ଦେଶରେ ପ୍ରଶଂସକଙ୍କଠାରୁ ବହୁତ ଭଲ ରିଭ୍ୟୁ ମଧ୍ୟ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.