ETV Bharat / entertainment

ମା' ଶ୍ରୀଦେବୀଙ୍କ ମୃତ୍ୟୁ ଖବର କେତେ କଷ୍ଟଦାୟକ ଥିଲା ? ଅନୁଭୁତି ବଖାଣିଲେ ଜାହ୍ନବୀ - Janhvi Kapoor on Sridevi

Janhvi Kapoor Talk About Sridevi Death: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏବେ ବି କେହି ଭୁଲିନାହାନ୍ତି । ତାଙ୍କର ଅଚାନକ ମୃତ୍ୟୁ ସାରା ଦେଶବାସୀଙ୍କୁ ଚକିତ କରିଥିଲା । ବର୍ତ୍ତମାନ ଜାହ୍ନବୀ କପୁର ମା'ଙ୍କୁ ମନେ ପକାଇଛନ୍ତି ଏବଂ ଯେତେବେଳେ ସେ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ, ସେହି ସମୟ ତାଙ୍କ ପାଇଁ କେତେ କଷ୍ଟଦାୟକ ଥିଲା । ତାହା ସେ ସେୟାର କରିଛନ୍ତି ।

ମା' ଶ୍ରୀଦେବୀଙ୍କ ମୃତ୍ୟୁ ଖବର କେତେ କଷ୍ଟଦାୟକ ଥିଲା? ଅନୁଭୁତି ବଖାଣିଲେ ଜାହ୍ନବୀ

author img

By ETV Bharat Odisha Team

Published : Jan 4, 2024, 8:39 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ମା' ଶ୍ରୀଦେବୀଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଛନ୍ତି । ଜାହ୍ନବୀ କପୁର ଏବଂ ଭଉଣୀ ତଥା ଅଭିନେତ୍ରୀ ଖୁସୀ କପୁର କରଣ ଜୋହରଙ୍କ ସେଲିବ୍ରିଟି ଚାଟ୍ ଶୋ' ଖଫି ୱିଥ କରଣ ସିଜନ ୮ର ଲାଟେଷ୍ଟ ଏପିସୋଡରେ ନଜର ଆସିଛନ୍ତି । ଏହି ସମୟରେ ଉଭୟ ଉଭଣୀ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଥିବା ବେଳେ ମା' ଶ୍ରୀଦେବୀଙ୍କୁ ମଧ୍ୟ ମନେ ପକାଇଛନ୍ତି । ମା'ଙ୍କ ମୃତ୍ୟୁର ଖବର ତାଙ୍କ ପାଇଁ କେତେ ହୃଦୟ ବିଦାୟକ ଥିଲା । ତାହା ସେ ସେୟାର କରିଛନ୍ତି ।

  • " class="align-text-top noRightClick twitterSection" data="">

ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଜାହ୍ନବୀ ଏବଂ ତାଙ୍କ ପରିବାର ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏବଂ କଷ୍ଟଦାୟକ ଥିଲା । ଆଜି ବି ବୋନି କପୁର ତାଙ୍କ ପତ୍ନୀଙ୍କୁ ମନେ ପକାଇ ତାଙ୍କର ଅନେକ ଫଟୋ ସେୟାର କରିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଜାହ୍ନବୀ ଶ୍ରୀଦେବୀଙ୍କ ମୃତ୍ୟୁର ୫ବର୍ଷ ପରେ ମା'ଙ୍କୁ ହରାଇବା ତାଙ୍କ ପାଇଁ କେତେ କଷ୍ଟଦାୟକ ରହିଛି । ତାହା ସେ ସେୟାର କରିଛନ୍ତି ।

ଜାହ୍ନବୀ ଶୋ'ରେ କହିଛନ୍ତି, ଯେତେବେଳେ ମା'ଙ୍କ ଦେହାନ୍ତ ଖବର ଫୋନରେ ସେ ଜାଣିବାକୁ ପାଇଥିଲେ, ସେତେବେଳେ ମୁଁ ମୋର ରୁମରେ ଥିଲି ଏବଂ ମୋତେ ଖୁସୀର ରୁମରୁ କାନ୍ଦିବାର ସ୍ବର ଶୁଣିବାକୁ ମିଳିଥିଲା । ମୁଁ କାନ୍ଦି କାନ୍ଦି ଖୁସୀର ରୁମକୁ ଗଲି । ସେ ମୋତେ ଦେଖି ହଠାତି କାନ୍ଦ ବନ୍ଦ କରିଦେଲା । ସେ ମୋ ପାଖରେ ବସିଗଲା ଏବଂ ମୋତେ ଚୁପ୍ କରାଇବାକୁ ଚେଷ୍ଟା କରିଥିଲା । ମୁଁ ତା' ପରେ କେବେ ଖୁସୀକୁ କାନ୍ଦିବାର ଦେଖିନାହିଁ ।

ଏନେଇ ତାପରେ ଖୁସୀ କହିଛନ୍ତି, ମୁଁ ଅନୁଭବ କଲି ଯେ, ମୋତେ ସମସ୍ତଙ୍କ ପାଇଁ ନିଜକୁ ସମ୍ଭାଳିବାକୁ ପଡିବ, କାରଣ ସର୍ବଦା ଦୃଢ ରହିଛି । ଏହାପରେ ପୁଣି ଜାହ୍ନବୀ କହିଛନ୍ତି, ତାଙ୍କ ମା' ଶ୍ରୀଦେବୀ ଏବଂ ଭଉଣୀ ଖୁସି ଏକାପରି । ଉଭୟ ବହୁତ ଶାନ୍ତ । ଖୁସୀ ତାଙ୍କ ମା' ପରି, ସେ ପରଦା ପଛରେ ସମ୍ପୂର୍ଣ୍ଣ ନୀରବ ରୁହନ୍ତି ଏବଂ କ୍ୟାମେରା ଆଗରେ ଧମାକା କରନ୍ତି । ସେ ମା'ଙ୍କୁ ହରାଇବା ପରେ ଦୁହେଁ ପରସ୍ପରକୁ କିପରି ସମ୍ଭାଳୁଛନ୍ତି । ସେନେଇ ଜାହ୍ନବୀ କହିଛନ୍ତି, ଏକ ସେହି ଦିନ ଥିଲା ଆଉ ଆଜିର ଦିନ । ସେହି ଦିନ ପର ଠାରୁ ଆମ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି । ସମୟ ସହ ଆମେ ଦୁହେଁ ପରସ୍ପର ପାଇଁ ଶିଶୁ ଏବଂ କେବେ କେବେ ମା' ହୋଇଯାଇଥାଉ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀଦେବୀଙ୍କୁ ଝୁରୁଛି ପରିବାର, ଥ୍ରୋବ୍ୟାକ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ସ୍ବାମୀ ଓ ଝିଅ

ସୂଚନା ଥାଉ କି, ଶ୍ରୀଦେବୀ 2018 ଫେବୃଆରୀ 24ରେ ଦୁବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ବର୍ଗତା ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନିଙ୍କ ୨ ଝିଅ ଖୁସୀ ଏବଂ ଜାହ୍ନବୀ କପୁର । ଜାହ୍ନବୀ କପୁର ଫିଲ୍ମ 'ଧଡକ' ସହ ୨୦୧୮ରେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ଖୁସୀ କପୁର ଗତ ବର୍ଷ ଡିସେମ୍ବରରେ 'ଦ ଆର୍ଚିସ' ସହ ଡେବ୍ୟୁ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.