ETV Bharat / entertainment

ଜୀନତ୍ ଅମାନଙ୍କ ଲୁକକୁ କପି କଲେ ଜାହ୍ନବୀ କପୁର

author img

By ETV Bharat Odisha Team

Published : Oct 8, 2023, 5:37 PM IST

ବଲିଉଡ ଭେଟେରାନ ଅଭିନେତ୍ରୀ ଜୀନତ ଅମାନଙ୍କ ଲୁକରେ ନଜର ଆସିଲେ ଜାହ୍ନବୀ କପୁର । ସୋସିଆଲ ମିଡିଆରେ ଜାହ୍ନବୀ ଏହି ଫଟୋ ସେୟାର କରିବା ମାତ୍ରେ ଜୀନତ୍ ଅମାନ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ,

ଜୀନତ୍ ଅମାନଙ୍କ ଲୁକରେ ନଜର ଆସିଲେ ଜାହ୍ନବୀ କପୁର, ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିଜର ଲାଟେଷ୍ଟ ଫଟୋ କିମ୍ବା ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଦିୱାନା କରିଥାନ୍ତି । ଏଥିସହ ଅଭିନେତ୍ରୀ ଅନେକ ବଲିଉଡ ଭେଟେରାନ ଅଭିନେତ୍ରୀଙ୍କ ଲୁକକୁ ଫୋଲୋ କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ । ନିକଟରେ ଜାହ୍ନବୀ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଲୁକରେ ନଜର ଆସିଥିବା ବେଳେ ବର୍ତ୍ତମାନ ସେ ଜୀନତ ଅମାନଙ୍କ ଲୁକରେ ନଜର ଆସିଛନ୍ତି । ଜାହ୍ନବୀ ଏହି ଲୁକର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଜାହ୍ନବୀ ନିଜ ଇନଷ୍ଟାଗ୍ରାମରେ ଏକ ଛୋଟିଆ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଦିବଙ୍ଗତ ଅଭିନେତ୍ରୀ 1980 ମସିହାର ଚଳଚ୍ଚିତ୍ର କୁର୍ବାନୀ ଫେମ ଅଭିନେତ୍ରୀ ଜୀନତ ଅମାନଙ୍କ ଲୁକରେ ନଜର ଆସିଛନ୍ତି । ଭିଡିଓରେ ଜୀନତଙ୍କ ପରି ଜାହ୍ନବୀ ହ୍ବାଇଟ ଆଉଟଫିଟରେ ନଜର ଆସିଥିବା ବେଳେ ମିରର୍ ସାମ୍ନାରେ ସେଲ୍ଫି ପୋଜ ନେଉଥିବାର ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ଜାହ୍ନବୀ କ୍ୟାପସନରେ ଲେଖିଛନ୍ତି, ''ମୋତେ ଜେନ ଜୀ-ନତ୍ ଡାକ । ଆଇକନିକ୍ ହେବା ପାଇଁ ପ୍ରସ୍ତୁତ।'' ଏହି ଭିଡିଓ ଏବେ ଫ୍ୟାନ୍ସଙ୍କ ସମେତ ଅନେକ ବଲିଉଡ ତାରକାଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଏପରିକି ଏହି ଭିଡିଓକୁ ନିଜେ ଜୀନତ ଅମାନ ମଧ୍ୟ ଲାଇକ କରିବା ସହ ଭିଡିଓ ଉପରେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ମୋର ଷ୍ଟାଇଲକୁ ଚୋରି କରିଛ ।" ଏହି ସମୟରେ, ଜ୍ୟାକି ଶ୍ରଫ୍ ମଧ୍ୟ ଜାହ୍ନବୀଙ୍କ ଏହି ଲୁକକୁ ପସନ୍ଦ କରିଛନ୍ତି । ସେହିପରି ଅନେକ ପ୍ରଶଂସକମାନେ ବି ଜାହ୍ନବୀଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି । ଏପରିକି ତାଙ୍କୁ ତାଙ୍କ ସ୍ବର୍ଗତା ମା' ଶ୍ରୀଦେବୀଙ୍କ ସହ ତୁଳନା କରି ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏହି ଫିଲ୍ମରେ ଏକାଠି ନଜର ଆସିବେ ଟାଇଗର ଏବଂ ଜାହ୍ନବୀ, କେବେ ଫିଲ୍ମର ସୁଟିଂ ଆରମ୍ଭ ? ଜାଣନ୍ତୁ

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଜାହ୍ନବୀ କପୁରଙ୍କୁ ବରୁଣ ଧୱନଙ୍କ ସହ ଫିଲ୍ମ 'ବୱାଲ'ରେ ଦେଖିବାକୁ ମିଳିଥିଲା, ଯାହା ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ମୁକ୍ତିଲାଭ କରିଥିଲା ​​ଏବଂ ଏହି ଫିଲ୍ମ ଭଲ ରିଭ୍ୟୁ ମଧ୍ୟ ପାଇଥିଲା । ବର୍ତ୍ତମାନ ଜାହ୍ନବୀଙ୍କୁ ଖୁବଶୀଘ୍ର 'ତଖ୍‌ତ', 'ଉଲଝ' ଏବଂ ମିଷ୍ଟର ଆଣ୍ଟ ମିସେସ୍ ମାହି, 'ଦେବରା'ରେ ଦେଖିବାକୁ ମିଳିବ । ବର୍ତ୍ତମାନ ସେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । 'ଉଲଝ'ରେ ଜାହ୍ନବୀ କପୁରଙ୍କ ସହ ଅଭିନେତା ଗୁଲଶନ ଦେବୈୟା ଏବଂ ରୋଶନ ମୈଥ୍ୟୁ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସେହିପରି ଦେବରା ସହ ଜାହ୍ନବୀ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ସାଉଥ ସୁପରଷ୍ଟାର ଜୁନିଆର ଏନଟିଆର ଏବଂ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ସହ ନଜର ଆସିବେ । ଅନ୍ୟପକ୍ଷରେ, ଜୀନତ ଅମାନ ଇନଷ୍ଟାଗ୍ରାମରେ ସକ୍ରିୟ ରହିଛନ୍ତି । ଏବଂ ସେ ନିଜର ଫିଲ୍ମି ଡେର ଅଦୃଶ୍ୟ ଫଟୋ ଏବଂ ଚିତ୍ତାକର୍ଷକ କାହାଣୀ ସେୟାର କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ସେ ଏପର୍ଯ୍ୟନ୍ତ ଫିଲ୍ମ କିମ୍ବା ଶୋ’ର ପ୍ରତ୍ୟାବର୍ତ୍ତନ ଘୋଷଣା କରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.