ETV Bharat / entertainment

ଜାହ୍ନବୀ କପୁରଙ୍କ ଆଗାମୀ ଥ୍ରୀଲର ପ୍ରୋଜେକ୍ଟ 'ଉଲଝ', ଫିଲ୍ମର ପ୍ରଥମ ଲୁକ୍ ଆଉଟ୍‌

author img

By

Published : May 10, 2023, 5:05 PM IST

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ 'ଉଲଝ'ର ଘୋଷଣା କରିଛନ୍ତି ନିର୍ମାତା। ଏହି ଫିଲ୍ମରେ ଜାହ୍ନବୀ କପୁରଙ୍କ ସହ କେଉଁ କଳାକାରଙ୍କୁ ଦେଖିବାକୁ ମିଳିବ ଏବଂ ଫିଲ୍ମ କେବେ ଆରମ୍ଭ ହେବ। ଜାଣନ୍ତୁ,

ଜାହ୍ନବୀ କପୁରଙ୍କ ଆଗାମୀ ଥ୍ରୀଲର ଫିଲ୍ମ 'ଉଲଝ'ର ଘୋଷଣା, ଫିଲ୍ମର ପ୍ରଥମ ଲୁକ୍ ଆଉଟ

ମୁମ୍ବାଇ: ବଲିଉଡ ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଜାହ୍ନବୀଙ୍କ ଆଗାମୀ ଫିଲ୍ମ 'ଉଲଜ୍' ର ଘୋଷଣା କରିଛନ୍ତି ନିର୍ମାତା। ଦୀର୍ଘ ସମୟର ଆଲୋଚନା ପରେ ଆଜି ଫିଲ୍ମର ଟାଇଟଲ୍ ପ୍ରକାଶ କରାଯାଇଛି। ଏବଂ ଫିଲ୍ମରୁ ପ୍ରଥମ ଲୁକ ମଧ୍ୟ ସେୟାର କରାଯାଇଛି। ଜଙ୍ଗଲି ପିକ୍ଚର ବ୍ୟାନର ଏହି ଫିଲ୍ମକୁ ନିର୍ମାଣ କରୁଥିବା ବେଳେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ଫିଲ୍ମରେ ଜାହ୍ନବୀ କପୁର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ସହ କାମ କରୁଥିବା ନଜର ଆସିବେ।

ଜଙ୍ଗଲି ପିକ୍ଚର ବ୍ୟାନର ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ ସେୟାର କରି ଫିଲ୍ମ ବିଷୟରେ ସୂଚନା ଦେଇଛି । ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, କୂଟନୈତିକ ଦୁନିଆରେ ରହସ୍ୟର ମୂଲ୍ୟ ଅଧିକ । ଉଲଝର ପାୱାରହାଉସ୍ କାଷ୍ଟର ପରିଚୟ । ଫିଲ୍ମର ସୁଟିଂ ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହେବ ।

ଏହି ଫିଲ୍ମରେ ଜାହ୍ନବୀ କପୁରଙ୍କ ସହ ଅଭିନେତା ଗୁଲଶନ ଦେବୈୟା ଏବଂ ରୋଶନ ମୈଥ୍ୟୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଜାହ୍ନବୀ କପୁରଙ୍କ ହାତରେ ଅନେକ ଚଳଚ୍ଚିତ୍ର ଅଛି ଏବଂ ଏହି ସମୟରେ ତାଙ୍କର ନୂଆ ଥ୍ରୀଲର ଏବଂ କୂଟନୈତିକ ଫିଲ୍ମ 'ଉଲଝ' ମଧ୍ୟ ଘୋଷଣା କରାଯାଇଛି । ଜଙ୍ଗଲି ପିକ୍ଚର ବ୍ୟାନର୍‌ ଏହି ଫିଲ୍ମ ନିର୍ମାଣ କରୁଛି । ଏହି ବ୍ୟାନରରେ ପୂର୍ବରୁ 'ରାଜି' ଏବଂ 'ବଧାଇ ହୋ' ଭଳି ହିଟ୍ ଫିଲ୍ମ ନିର୍ମାଣ କରାଯାଇଛି । ଏହି ଫିଲ୍ମଟିକୁ ଜାତୀୟ ପୁରସ୍କାର ବିଜେତା ସୁଦର୍ଶନ ସାରିଆ ନିର୍ଦ୍ଦେଶନା ଦେଉଛନ୍ତି ।

ଏହି ଫିଲ୍ମଟି ପରବେଜ ଶେଖ ଏବଂ ସୁଧାଂଶୁ ଲେଖିଛନ୍ତି । ଏହି ଫିଲ୍ମର ସଂଳାପଗୁଡ଼ିକ ଅତିକା ଚୌହାନ ଲେଖିଛନ୍ତି । ଏହି ଫିଲ୍ମରେ ଅନ୍ୟ ଷ୍ଟାର କାଷ୍ଟରେ ରାଜେଶ ତୈଲଙ୍ଗ୍‌, ମେୟାଙ୍ଗ ଚେଙ୍ଗ୍‌, ସଚିନ ଖେଡକର, ରାଜେନ୍ଦ୍ର ଗୁପ୍ତା ଏବଂ ଜିତେନ୍ଦ୍ର ଯୋଶୀ ନଜର ଆସିବେ । ଫିଲ୍ମର ସୁଟିଂ ଚଳିତ ମେ' ମାସ ଶେଷରେ ଆରମ୍ଭ ହେବ । ଏହା ଏକ ରୋମାଞ୍ଚକର ଫିଲ୍ମ, ଯେଉଁଥିରେ ବହୁ କୂଟନୀତି ଦେଖିବାକୁ ମିଳିବ ।

ଜାହ୍ନବୀ କପୁରଙ୍କ ୱାର୍କ ଫ୍ରଣ୍ଟ୍‌ କଥା କହିବାକୁ ଗଲେ, ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବୱାଲ'ରେ ବି ନଜର ଆସିବେ ଜାହ୍ନବୀ । ନିକଟରେ ଏହି ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ସେ ବରୁଣ ଧୱନଙ୍କ ସହ ନଜର ଆସିବେ । ଏଥିସହ ଜାହ୍ନବୀ କପୁର ଫିଲ୍ମ NTR 30 ସହ ସାଉଥ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ସେ ସାଉଥ ସୁପରଷ୍ଟାର ଜୁନିଅର NTRଙ୍କ ବିପକ୍ଷରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.