ETV Bharat / entertainment

ପ୍ରଥମ ଭାରତୀୟ ଫିଚର ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବେ Writing With Fire ଓସ୍କାର ପାଇଁ ମନୋନୀତ

author img

By

Published : May 13, 2023, 3:54 PM IST

ଜାମିଆ ମିଲିଆ ଇସଲାମିଆର AJK ମାସ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟରର ଆଲୁମିନିଙ୍କ ଦ୍ବାରା 'ରାଇଟିଂ ୱିଦ ଫାୟାର' ନାମକ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ ହୋଇଛି । ଯାହା ପୂର୍ବରୁ ସମ୍ମାନଜନକ ପିବୋଡି ପୁରସ୍କାର ପ୍ରାପ୍ତ କରିଛି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଫିଲ୍ମ ପ୍ରଥମ ଭାରତୀୟ ଫିଚର ଡକ୍ୟୁମେଣ୍ଟାରୀ ଭାବେ ଓସ୍କାର ପାଇଁ ମନୋନୀତ ହୋଇଛି। ଅଧିକ ପଢନ୍ତୁ,

'ରାଇଟିଂ ୱିଦ ଫାୟାର' ପ୍ରଥମ ଭାରତୀୟ ଫିଚର ଡକ୍ୟୁମେଣ୍ଟାରୀ ଭାବେ ଓସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆର AJK ମାସ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟରରର ପୂର୍ବତନ ଛାତ୍ର ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷଙ୍କ ନିର୍ମିତ 'ରାଇଟିଂ ୱିଦ ଫାୟାର' ଏକ ଫିଚର ଡକ୍ୟୁମେଣ୍ଟାରୀ ଫିଲ୍ମର ସଫଳତା । ପୂର୍ବରୁ ସମ୍ମାନଜନକ ପିବୋଡି ପୁରସ୍କାର ଲାଭ କରି ଦେଶ ପାଇଁ ଗୌରବ ଆଣିଥିଲେ । ଏହାରି ମଧ୍ୟରେ ଏହା ପୁଣି ଇତିହାସ ରଚିବାକୁ ଯାଉଛି ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ । ବର୍ତ୍ତମାନ 'ରାଇଟିଂ ୱିଦ ଫାୟାର' ଭାରତର ପ୍ରଥମ ଫିଚର ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ ହୋଇଛି ।

'ରାଇଟିଂ ୱିଦ ଫାୟାର' 80 ବର୍ଷ ଇତିହାସରେ ସେ ପିବୋଡି ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଫିଲ୍ମ ଅଟେ । ଏବେ ପୁଣି ଭାରତର ପ୍ରଥମ ଫିଚର ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବେ ଏହି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଛି । ଜାମିଆଙ୍କ ଅନୁଯାୟୀ ଏହା ଏକ ସମ୍ମାନଜନକ ପୁରସ୍କାର ଯାହା ଆମ ସମୟର ସବୁଠାରୁ ବୁଦ୍ଧିମାନ, ଶକ୍ତିଶାଳୀ କାହାଣୀ ପାଇଁ ପ୍ରଦାନ କରାଯାଇଥାଏ । ତେବେ ଉଭୟଙ୍କ ଏହି ସଫଳତା ଜାମିଆ ସହ ଦେଶ ପାଇଁ ଗୌରବ ଆଣିଛନ୍ତି ।

2012 ମସିହାରେ ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷଙ୍କର କ୍ଷୁଦ୍ର ଡକ୍ୟୁମେଣ୍ଟାରୀ 'ଟିମ୍ବୁକ୍ଟୁ' ଶ୍ରେଷ୍ଠ ପରିବେଶ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଲାଭ କରିଥିଲା । ସଣ୍ଡେସ୍, ଆଇଡିଏଫ୍ଏ, ଡିଓସି ନ୍ୟୁୟର୍କ, ଥେସଲୋନିକୀ, ୟାମାଗାଟା ଭଳି ସମଗ୍ର ବିଶ୍ୱର ପେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ଏବଂ ମିଳିତ ଜାତିସଂଘ ଏବଂ ଲିଙ୍କନ୍ ସେଣ୍ଟର ଫର ପରଫରମିଙ୍ଗ ଆର୍ଟ ଭଳି ବିଶ୍ୱ ମଞ୍ଚର ସହଭାଗିତାରେ ମଧ୍ୟ ଏହା ପ୍ରଦର୍ଶନ କରାଯାଇଛି । ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସର ସଦସ୍ୟ ଅଟନ୍ତି।

ସୂଚନା ଥାଉ କି, ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷ ହେଉଛନ୍ତି ଓସ୍କାର ମନୋନୀତ ଫିଲ୍ମ 'ରାଇଟିଂ ୱିଦ ଫାୟାର' ନିର୍ମାତା ଏବଂ ବ୍ଲାକ୍ ଟିକେଟ୍ ଫିଲ୍ମସର ସହ-ପ୍ରତିଷ୍ଠାତା । ସେ 2006-08 ବ୍ୟାଚରେ ମାସ୍ କମ୍ୟୁନିକେସନ୍ ପାଠ୍ୟକ୍ରମରେ MA କରିଛନ୍ତି । 2021 ମସିହାରେ ସଣ୍ଡାସ ଫିଲ୍ମ ଫେଷ୍ଟିଭାଲରେ 'ରାଇଟିଂ ୱିଦ ଫାୟାର' ପ୍ରିମିୟର୍ ହୋଇଥିଲା, ଯେଉଁଠାରେ ଏହା ଦର୍ଶକ ପୁରସ୍କାର ଏବଂ ସ୍ୱତନ୍ତ୍ର ଜୁରି ପୁରସ୍କାର ଲାଭ କରିଥିଲା ​। ଏହି ଫିଲ୍ମଟି ବିଶ୍ବର 200ରୁ ଅଧିକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ଏବଂ 40 ଟି ପୁରସ୍କାର ଲାଭ କରିଥିଲା ​।

ୱାଶିଂଟନ୍ ପୋଷ୍ଟ ଏହାକୁ 'ସବୁଠାରୁ ପ୍ରେରଣାଦାୟକ ସାମ୍ବାଦିକତା ଫିଲ୍ମ' (The Most Inspiring Journalism Movie May Be Year) ବୋଲି ବର୍ଣ୍ଣନା କରିଥିଲା । ଏହାସହ 2022ରେ ନ୍ୟୁୟର୍କ ଟାଇମ୍ସ ଏହାକୁ 'NYT କ୍ରିଟିକ୍ସ ପିକ୍' ଭାବରେ ପ୍ରଶଂସା କରିଥିଲା । ଏହି ସମସ୍ତ ସଫଳତା ହାସଲ କରିବା ପରେ ଏବେ ଆଉ ଏକ ସଫଳତା ହାସଲ କରିବାକୁ ଯାଉଛି । ଏହା ବର୍ତ୍ତମାନ ଭାରତର ପ୍ରଥମ ଫିଚର ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.