ETV Bharat / entertainment

G Marimuthu passes Away: ହୃତଘାତରେ ଚାଲିଗଲା 'ଜେଲର' ଫେମ୍‌ ଅଭିନେତାଙ୍କ ଜୀବନ

author img

By ETV Bharat Odisha Team

Published : Sep 8, 2023, 12:41 PM IST

'ଜେଲର' ଫେମ୍‌ ଅଭିନେତା ଜି ମାରିମୁଥୁଙ୍କର ଦେହାନ୍ତ ହୋଇଛି । ଏକ ଟିଭି ସୋ ପାଇଁ ଡବିଂ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତ ମୃତ୍ୟୁର କାରଣ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

ଜି ମାରିମୁଥୁଙ୍କ ଦେହାନ୍ତ
ଜି ମାରିମୁଥୁଙ୍କ ଦେହାନ୍ତ

ମୁମ୍ବାଇ: ତାମିଲ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଜି ମାରିମୁଥୁଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା । ମାରିମୁଥୁ ନିକଟରେ ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ନଜର ଆସିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

  • It is shocking and saddening to hear the death of #Marimuthu sir - From small screens to big screens, he never failed to create an impact in the Industry.

    Rest in Peace, Sir. Our deepest condolences to his loved ones! 🥺❤️ #RIPMarimuthu pic.twitter.com/F6jE79TQcf

    — Actor Vijay Team (@ActorVijayTeam) September 8, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ଆଜି (8 ସେପ୍ଟେମ୍ବର) ସକାଳ ପ୍ରାୟ 8.30 ସମୟରେ ସେ ଏକ ଟିଭି ସୋ 'ଏଥିର ନୀଚଲ' ପାଇଁ ଡବିଂ କରିବାକୁ ଯାଇଥିଲେ । ଏହି ସମୟରେ ସେ ହଠାତ ତଳେ ପଡ଼ିଗଲେ । ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇ ସେଠାରେ ମୃତ ଘୋଷଣା କରାଯାଇଥିଲା । ମାରିମୁଥୁ ଏକ ୟୁଟ୍ୟୁବ୍ ସେନ୍ସେସ୍ ଥିଲେ । ମାରିମୁଥୁଙ୍କୁ ଶେଷରେ ରଜନୀକାନ୍ତଙ୍କ 'ଜେଲର' ଏବଂ 'ରେଡ୍ ସ୍ୟାଣ୍ଡେଲ ବୁଟ'ରେ ବଡ ପରଦାରେ ଦେଖିବାକୁ ମିଳିଥିଲା ​​। ତାଙ୍କର ହଠାତ୍ ଦେହାନ୍ତ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କ ପରିବାରରେ ପତ୍ନୀ ବାଇକିଲକ୍ଷ୍ମୀ ଏବଂ ଦୁଇ ସନ୍ତାନ ଅକିଲନ୍ ଏବଂ ଐଶ୍ବର୍ଯ୍ୟା ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜବାନ୍ 2 ସହିତ ପୁଣି ଫେରିବେ କିଙ୍ଗ୍‌ ଖାନ୍‌ ! ଫିଲ୍ମର ଏହି ସିନ୍‌ ଦେଲା ହିଣ୍ଟ୍‌

ଡବିଂ ସମୟରେ ଦେହାନ୍ତ

ଜି ମାରିମୁଥୁ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିବା ପାଇଁ ଜଣାଶୁଣା । ନିକଟରେ ସେ 'ଜେଲର'ରେ ଖଳନାୟକଙ୍କ ସହାୟକ ଭୂମିକାରେ ଅଭିନୟ କରିଥିଲେ । ସେପ୍ଟେମ୍ବର 8ରେ, ସେ ତାଙ୍କ ସହକର୍ମୀ କମଲେଶଙ୍କ ସହ ଟିଭି ସୋ 'ଏଥିର ନୀଚଲ' ପାଇଁ ଡବ୍‌ କରୁଥିଲେ । ଏହି ଡବିଂ ଚେନ୍ନାଇର ଏକ ଡବିଂ ଷ୍ଟୁଡିଓରେ ହେଉଥିଲା । ଡବିଂ ବେଳେ ସେ ହଠାତ ବେହୋସ୍‌ ହୋଇଥିଲେ । ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଡାକ୍ତରମାନେ ହୃଦଘାତକୁ ମୃତ୍ୟୁର କାରଣ ବୋଲି କହିଛନ୍ତି ।

ଜନପଦ ଥେନୀରେ ହେବ ଅନ୍ତିମ ସଂସ୍କାର

ଶ୍ରଦ୍ଧାଞ୍ଜଳି ପାଇଁ ତାଙ୍କ ପାର୍ଥିବ ଶରୀରକୁ ଚେନ୍ନାଇ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ । ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଘର ଜନପଦ ଥେନିକୁ ନିଆଯିବ, ଯେଉଁଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ସାଥୀ କଳାକାରମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଏହି ଦୁଃଖଦ ଘଟଣାରେ ସନ୍ ପ୍ରଡକ୍ସନ୍ ହାଉସ୍ ମଧ୍ୟ ସମବେଦନା ଜଣାଇଛି ।

ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ

ଜି ମାରିମୁଥୁ 'ତାମିଲ୍ ରକର୍ସ', 'ବାଡା ଚେନ୍ନାଇ', 'ଜେଲର', 'ରେଡ୍ ସ୍ୟାଣ୍ଡେଲ ଉଡ' ଭଳି ବଡ଼ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଜଣାଶୁଣା । ସେ ସହକାରୀ ନିର୍ଦ୍ଦେଶକ ଭାବରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରଥମେ 1999 ମସିହାରେ ଅଜିତଙ୍କ ଫିଲ୍ମ 'ୱାଲି'ରେ ନଜର ଆସିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.