ETV Bharat / entertainment

Jailer: ଖୁବଶୀଘ୍ର 300କୋଟି କ୍ଲବରେ ସାମିଲ ହେବ ରଜନୀକାନ୍ତଙ୍କ ଫିଲ୍ମ

author img

By ETV Bharat Odisha Team

Published : Aug 22, 2023, 10:04 PM IST

ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଅଗଷ୍ଟ 10 ରେ ରିଲିଜ ହେବା ଦିନ ଠାରୁ ଦର୍ଶକଙ୍କ ମନ ଜିତୁଛି। ଏହି ଫିଲ୍ମ ର ଆୟ କମିଥିଲେ ସୁଦ୍ଧା ଖୁବଶୀଘ୍ର 300କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅଧିକ ପଢନ୍ତୁ,

Jailer: ଖୁବଶୀଘ୍ର 300କୋଟି କ୍ଲବରେ ସାମିଲ ହେବ ରଜନୀକାନ୍ତଙ୍କ ଫିଲ୍ମ
Jailer: ଖୁବଶୀଘ୍ର 300କୋଟି କ୍ଲବରେ ସାମିଲ ହେବ ରଜନୀକାନ୍ତଙ୍କ ଫିଲ୍ମ

ହାଇଦ୍ରାବାଦ: 2ବର୍ଷ ପରେ ରଜନୀକାନ୍ତ ଫିଲ୍ମ ଜେଲର ସହ ବଡ ପରଦାକୁ ଫେରିଛନ୍ତି। ଏହି ଫିଲ୍ମ ରିଲିଜ ହେବା ଦିନ ଠାରୁ ବମ୍ପର କଲେକ୍ସନ ସହ ଲୋକଙ୍କ ମନ ଜିତିବାରେ ସଫଳ ହୋଇଛି। ହେଲେ ବର୍ତ୍ତମାନ ଫିଲ୍ମର ଆୟରେ ସାମାନ୍ୟ ହ୍ରାସ ଘଟିଛି। ତଥାପି ଫିଲ୍ମ 13ଦିନରେ 290କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି। ତେବେ ଏହି ଫିଲ୍ମ ଖୁବଶୀଘ୍ର 400କୋଟି କ୍ଲବରେ ସାମିଲ ହେବାକୁ ଯାଉଛି।

ଏହି ଚଳଚ୍ଚିତ୍ରଟି ଭାରତ ସହ ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଏବଂ ଏହି ଫିଲ୍ମ ବିଶ୍ୱରେ 500 କୋଟି ଟଙ୍କା ଆୟ କରି ସର୍ବାଧିକ ଆୟ କରିଥିବା ତାମିଲ ଚଳଚ୍ଚିତ୍ର ଭାବେ ବିବେଚନା ହେବା ସହ ବକ୍ସ ଅଫିସରେ ଏକାଧିକ ରେକର୍ଡ ଭାଙ୍ଗି ଏକ ଉଦାହରଣ ସୃଷ୍ଟି କରିଛି। ସେପଟେ ସାକନିଲ୍କ ରିପୋର୍ଟ ଅନୁଯାୟୀ ଭାରତୀୟ ବକ୍ସ ଅଫିସରେ ରଜନୀକାନ୍ତଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ମଙ୍ଗଳବାର ଦିନ ପ୍ରାୟ 4.50 କୋଟି ଟଙ୍କା ଆୟ କରିଛି। ଏହା 13 ଦିନ ମଧ୍ୟରେ ଭାରତରେ ମୋଟ 291.80 କୋଟି ଟଙ୍କା ଆୟ କରିଛି।

ଆକ୍ସନ୍ ଡ୍ରାମା ଫିଲ୍ମ ସମଗ୍ର ଦକ୍ଷିଣ ଭାରତରେ ଧମାକା କରିଛି। ଅଗଷ୍ଟ 10 ରେ ରିଲିଜ୍ ହୋଇଥିବାବେଳେ ଫିଲ୍ମ ପାଇଁ ତାମିଲନାଡୁର କାର୍ଯ୍ୟାଳୟଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଗୋଟିଏ ଦିନ ଛୁଟି ମଧ୍ୟ ଦେଇଥିଲେ। ପ୍ରଥମ ସପ୍ତାହ ପରେ ଦ୍ବିତୀୟ ସପ୍ତାହରେ ଫିଲ୍ମର ଆୟରେ ହ୍ରାସ ଘଟିଛି। କାରଣ ଜେଲର ରିଲିଜର ଗୋଟିଏ ଦିନ ପରେ ବଲିଉଡର 2 ସୁପରଷ୍ଟାରଙ୍କ ଫିଲ୍ମ ରିଲିଜ ହୋଇଛି । ସନ୍ନି ଦେଓଲଙ୍କ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଓଏମଜି 2 । ତେବେ ଏହି ସମସ୍ତ ଫିଲ୍ମଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବର୍ତ୍ତମାନ ଗଦର 2 ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଥିବା ବେଳେ ଜେଲର ଆୟରେ ହ୍ରାସ ଘଟିଥିବା ଦେଖିବାକୁ ମିଳୁଛି।

ଏହା ମଧ୍ୟ ପଢନ୍ତୁ: ଯୋଗୀଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ, ଦିବଙ୍ଗତ ନେତା ମୁଲାୟମ ସିଂକୁ ଦେଲେ ଶ୍ରଦ୍ଧାଞ୍ଜଳି

ସୂଚନା ଥାଉ କି, ଜେଲର ହେଉଛି ଏକ ବ୍ୟବସାୟିକ ଆକ୍ସନ୍ ମନୋରଞ୍ଜନ ଆଧାରିତ ଫିଲ୍ମ । ନେଲସନ ଦିଲୀପ କୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ । ଜେଲର୍‌ ଫିଲ୍ମରେ ରଜନୀକାନ୍ତଙ୍କ ସମେତ ବିନୟକାନ୍, ରାମିଆ କୃଷ୍ଣନ୍, ବସନ୍ତ ରବି, ଏବଂ ତମନ୍ନା ଭାଟ୍ଟିଆ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶିବ ରାଜକୁମାର, ମାଲାୟାଲମ୍ ଅଭିନେତା ମୋହନଲାଲ ଏବଂ ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫଙ୍କ କେମିଓ ରୋଲରେ ନଜର ଆସିଛନ୍ତି । ଅନିରୁଦ୍ଧ ରବିଚାନ୍ଦ ଏହି ଚଳଚ୍ଚିତ୍ର ପାଇଁ ସାଉଣ୍ଡଟ୍ରାକ୍ ତିଆରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.