ETV Bharat / entertainment

Varun Dhawan B'Day: ବୱାଲ ସୁଟିଂ ସେଟରେ ଜନ୍ମଦିନ ପାଳିଲେ ବରୁଣ

author img

By

Published : Apr 24, 2022, 12:40 PM IST

ବୱାଲ ସୁଟିଂ ସେଟରେ ୱାର୍କିଂ ବର୍ଥ ଡେ ପାଳିଲେ ବଲିଉଡ଼ ଅଭିନେତା ବରୁଣ ଧୱନ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଲେ ଫଟୋ । ଅଧିକ ପଢନ୍ତୁ

Varun Dhawan B'Day: ବୱାଲ ସୁଟିଂ ସେଟରେ ଜନ୍ମଦିନ ପାଳିଲେ ବରୁନ

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଅଭିନେତା ବରୁଣ ଧୱନ ଆଜି(ରବିବାର) ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି । ହେଲେ ଏହି ଜନ୍ମଦିନକୁ ବରୁଣ ୱାର୍କିଂ ବର୍ଥ ଡେ' ଭାବେ ପାଳନ କରିଛନ୍ତି । 'ବୱାଲ' ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା ବରୁନ ସେଟ୍‌ରେ ହିଁ ସାଥୀ କଳାକାରଙ୍କ ସହିତ ନିଜ ଜନ୍ମଦିନକୁ ପାଳନ କରିଛନ୍ତି । ସେଲିବ୍ରେସନ ସମୟର ଫଟୋକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତାଙ୍କ ଭ୍ୟାନିଟି ଭ୍ୟାନ ମଧ୍ୟରେ ଏକ କାନ୍ଥକୁ ଗୋଲ୍ଡେନ ବେଲୁନରେ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଛି ।

ବର୍ଥ ଡେ' ପୋଷ୍ଟରେ ବରୁନ ଏକ କୁଲ ଲୁକ୍‌ରେ ନଜର ଆସିଛନ୍ତି । ଗତ ୨ ବର୍ଷ ଧରି କୋରୋନା ମହାମାରୀ ଯୋଗୁଁ ନିଜ ପରିବାର ବର୍ଗଙ୍କ ସହିତ ଜନ୍ମଦିନ ପାଳି ଆସୁଥିଲେ । ହେଲେ ଚଳିତ ବର୍ଷ କର୍ମ ବ୍ୟସ୍ତତା ମଧ୍ୟରେ ସୁଟିଂ ସେଟରେ ବର୍ଥ ଡେ ସେଲିବ୍ରେସନ କରି ସେ ଖୁସିଥିବା କହିଛନ୍ତି । ତେବେ ସୂଚନା ଥାଉ କି ବରୁଣ ଏବେ ଫିଲ୍ମମେକର ନିତେଶ ତିୱାରିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବୱାଲ' ସୁଟିଂ ଜାରି ରଖିଛନ୍ତି ।

ଏହି ଫିଲ୍ମରେ ତାଙ୍କ ସହ କଳାକାର ଭାବେ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ସାଜିଦ ନଦିଆଦୱାଲା ପ୍ରଯୋଜନା କରୁଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ ୭ ତାରିଖରେ ଫିଲ୍ମଟି ରିଲିଜ ହେବାର ଯୋଜନା ରହିଛି । ଆଗକୁ ବରୁନ Jug Jugg Jeeyoରେ ନଜର ଆସିବେ । ଏଥିରେ ତାଙ୍କ ସହ କଳାକାର ଭାବେ କିଆରା ଆଡଭାନୀ ନଜର ଆସିବେ । ଏହାପରେ ସେ କ୍ରୀତି ସାନନଙ୍କ ସହ Bhediyaରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.