ETV Bharat / entertainment

EC Appoints Rajkumar Rao as National Icon: ରାଜକୁମାର କହିଲେ ଏହା ଏକ ବଡ ଦାୟିତ୍ବ

ଗୁରୁବାର ଦିନ (ଅକ୍ଟୋବର ୨୬ରେ) ଭାରତର ନିର୍ବାଚନ ଆୟୋଗ ଅଭିନେତା ରାଜକୁମାର ରାଓଙ୍କୁ 'ନ୍ୟାସନାଲ ଆଇକନ୍' ଭାବରେ ବିଧିବଦ୍ଧ ଘୋଷଣା କରିଛନ୍ତି । ମତଦାନକୁ ପ୍ରୋତ୍ସାହିତ କରିବା ସହ ଲୋକଙ୍କୁ ଭୋଟ ବିଷୟରେ ସଚେତନ କରାଇବେ ଅଭିନେତା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 27, 2023, 3:06 PM IST

ନ୍ୟାସନାଲ ଆଇକନ ହେବା ପରେ ରାଜକୁମାର ରାଓଙ୍କ ପ୍ରତିକ୍ରିୟା

ନ୍ୟାସନାଲ ଆଇକନ ରାଜକୁମାର ରାଓଙ୍କ ପ୍ରତିକ୍ରିୟା, କହିଲେ 'ଏହା ଏକ ବଡ ଦାୟିତ୍ବ'

ମୁମ୍ବାଇ: ଭାରତର ନିର୍ବାଚନ ଆୟୋଗ ଅଭିନେତା ରାଜକୁମାର ରାଓଙ୍କୁ 'ନ୍ୟାସନାଲ ଆଇକନ୍' ଭାବରେ ଘୋଷଣା କରିଛନ୍ତି । ଅଭିନେତା ଜାତୀୟ ରାଜଧାନୀର ଆକାଶବାଣୀ ଭବନରେ ମତଦାନ ସଂସ୍ଥା ସହ ଏନେଇ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ନୂତନ ଦାୟିତ୍ବ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା । ସେ କହିଛନ୍ତି, "ଏହା ଏକ ବଡ ଦାୟିତ୍ବ ଅଟେ ।''

ସେ ANI ସହ କଥାବାର୍ତ୍ତା ବେଳେ କହିଛନ୍ତି, ଏହା ଏକ ବଡ ଦାୟିତ୍ବ ଏବଂ ବଡ ସମ୍ମାନ । ମୁଁ ବହୁତ ସମ୍ମାନିତ ମନେ କରୁଛି । ମୁଁ ଏନେଇ ବହୁତ ପ୍ରଭାବିତ ହୋଇଛି । ନିଶ୍ଚିତ ରୂପରେ ଏହା ଏକ ବଡ ଦାୟିତ୍ବ ଆମେ ବିଶେଷକରି ଯୁବକମାନେ ବାହାରକୁ ଆସି ଭୋଟ୍ ଦେବାକୁ ପ୍ରେରିତ କରନ୍ତୁ । ଏହା ଗଣତନ୍ତ୍ରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ । ତେଣୁ ଆମ ସମସ୍ତେ ଭୋଟ୍ ଦେବା ଅତ୍ୟନ୍ତ ଜରୁରୀ ଅଟେ । ଏହା କରିବା ପାଇଁ ଅନେକ ଯୋଜନା ରହିଛି ।

ଏହାପୂର୍ବରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, "ଥରେ ଆପଣ ଭୋଟ୍ ଦେଇ ଏବଂ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଗଲେ, ଏହି ଉତ୍ସାହ ଆପଣଙ୍କ କାମରେ ମଧ୍ୟ ଆସିବ । ଆପଣ ଗଣତନ୍ତ୍ରର ଶକ୍ତି ବି ବୁଝିପାରିବେ । ଆଜି ଭୋଟ୍ ଦେବାରେ ଆମର ମହିଳାଙ୍କ ଅଂଶଗ୍ରହଣ ପୁରୁଷଙ୍କ ତୁଳନାରେ ଅଧିକ । ନିଶ୍ଚିତ ଭାବରେ ଅତି କମରେ 20 ଟି ରାଜ୍ୟରେ ଅଧିକ ରହିଛି । ଆପଣ (ରାଜକୁମାର ରାଓ) ଛତିଶଗଡ ଅଞ୍ଚଳରେ ସୁଟିଂ କରିଛନ୍ତି, ଯେଉଁଠାରେ ମାନବ ବିକାଶ ତୁଳନାରେ ବହୁତ କମ୍ ରହିଛି । ଆମେ ଏକ ପରିବର୍ତ୍ତନ କରିଛୁ କାରଣ ଏହା ସମଗ୍ର ମତଦାତାଙ୍କ ସୂଚୀକୁ ସମାବେଶ ଏବଂ ସହଭାଗୀ କରିବାର ଏକ ଅଂଶ ଅଟେ । ଆମେ ସମସ୍ତ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) କୁ ଅନ୍ତର୍ଭୁକ୍ତ କରିବୁ ଭୋଟର ଭାବରେ ବୋଲି କୁମାର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନ୍ୟାସନାଲ ଆଇକନ ହେଲେ ରାଜକୁମାର ରାଓ, ଭୋଟ ଦେବାକୁ କରାଇବେ ସଚେତନ

ସୂଚନା ଥାଉ କି, ଅଭିନେତା ରାଜକୁମାର ରାଓ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ଅନେକ ଚଳଚ୍ଚିତ୍ର ହିଟ୍ ହୋଇଛି, କିନ୍ତୁ 'ନ୍ୟୁଟନ୍' ଏକ ଚଳଚ୍ଚିତ୍ର ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । 2017ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ନୂତନ କୁମାର ନାମକ ଜଣେ ସରକାରୀ କ୍ଲର୍କ ଭୂମିକାରେ ନଜର ଆସିଥିଲେ । ନୂତନ କୁମାର ଜଣେ କ୍ଲର୍କ ଥିଲେ ଯିଏ ନିରପେକ୍ଷ ଏବଂ ସ୍ବତନ୍ତ୍ର ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ତାଙ୍କ ଚରିତ୍ରକୁ ଆଧାର କରି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଥିବା ବେଳେ ଭୋଟ୍ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.