ହାଇଦ୍ରାବାଦ: ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନଙ୍କ ମା' କରୀନା କପୁର ତାଙ୍କ ସ୍ବାମୀ ସୈଫ ଅଲିଙ୍କ ସହ ଛୁଟିରେ ଲଣ୍ଡନ ଯାଇଥିଲେ। ସେଠାରୁ ଏହି ଦମ୍ପତିଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା । ଯାହାପରେ କରିନାଙ୍କର ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା । କୁହାଯାଇଥିଲା ଯେ, କରୀନା ପୁଣି ଗର୍ଭବତୀ ଅଛନ୍ତି । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ତେବେ ଏହି ଖବରକୁ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି କରୀନା କପୁର ।
କରୀନା କପୁର ଗର୍ଭବତୀ ଖବରକୁ ଏକ ମଜାଳିଆ ଢଙ୍ଗରେ ଖଣ୍ଡନ କରି ପ୍ରଶଂସକଙ୍କୁ ଚିଲ୍ କରିବାକୁ କହିଛନ୍ତି । କରୀନା ନିଜ ଇନଷ୍ଟାଗ୍ରାମରେ ସ୍ପଷ୍ଟ କରିଛନ୍ତି ଯେ, ସେ ଗର୍ଭବତୀ ନାହାନ୍ତି । କରୀନା ଲେଖିଛନ୍ତି, ଏହା ପାସ୍ତା ଏବଂ ଓ୍ବାଇନ୍ ଅଟେ ବନ୍ଧୁ, ମୁଁ ଗର୍ଭବତୀ ନାହିଁ, ଉଫ୍... । ସେହିପରି ସୈଫ ଲେଖିଛନ୍ତି କି, କରୀନା ନିଜ ଦେଶର ଜନସଂଖ୍ୟାରେ ପ୍ରଥମରୁ ହିଁ ପୂରା ଯୋଗଦାନ ଦେଇଛନ୍ତି ।
ପ୍ରତିକ୍ରିୟା ଦେଖିବା ପରେ ବର୍ତ୍ତମାନ ପ୍ରଶଂସକଙ୍କ ମୁହଁ ଚୁପ୍ ହୋଇଯାଇଛି, କିନ୍ତୁ କରୀନାଙ୍କର ଅନେକ ପ୍ରଶଂସକ ଅଛନ୍ତି ଯେଉଁମାନେ ଅଭିନେତ୍ରୀଙ୍କ ଏହି ଅଦ୍ଭୁତ ଉତ୍ତରରେ ଖୁସି ଅଛନ୍ତି । ଉଲ୍ଲେଖନୀୟ ଯେ, ଗତ କିଛି ଦିନ ତଳେ ପୂରା କପୁର ପରିବାର ଲଣ୍ଡନରେ ଗ୍ରୀଷ୍ମ ଛୁଟି ଉପଭୋଗ କରିବାକୁ ଯାଇଥିଲେ । ସାରା ତାଙ୍କ କାମ ପାଇଁ ସେଠାକୁ ଯାଇଥିଲେ, ବର୍ତ୍ତମାନ ଫେରି ଆସିଛନ୍ତି ।
କରୀନା କପୁରଙ୍କ କାମ ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ ଏବେ ତାଙ୍କ ସହ-ଅଭିନେତା ଅମିର ଖାନଙ୍କ ସହ ନଜର ଆସିବେ । ଅମିର ଏବଂ କରୀନାଙ୍କ ଫିଲ୍ମ ଲାଲ ସିଂ ଚଢା ଆସନ୍ତା ମାସ (ଅଗଷ୍ଟ)ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଯୋଡିକୁ ପୂର୍ବରୁ ବ୍ଲକବଷ୍ଟର ଫିଲ୍ମ 3 ଇଡିଅଟ୍ସରେ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ