ETV Bharat / entertainment

Cannes Film Festival: ଫାଶୀ ଡିଜାଇନ୍‌ର ଗାଉନ ପିନ୍ଧିଲେ ଇରାନୀୟ ମଡେଲ - ଫାଶୀ

ଫାଶୀ ଡିଜାଇନ୍‌ର ଆଉଟଫିଟ 76ତମ କାନ୍ସ ଫେଷ୍ଟିଭାଲରେ ପହଞ୍ଚିଲେ ଇରାନୀୟ ମଡେଲ। ଜାଣନ୍ତୁ ତାଙ୍କର ଏପରି ଡ୍ରେସ ପରିଧାନର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

Iranian Model
Iranian Model
author img

By

Published : May 29, 2023, 10:53 PM IST

ହାଇଦ୍ରାବାଦ: ଆକର୍ଷଣୀୟ ଡିଜାଇନର ପୋଷାକ ପିନ୍ଧି ବିଶ୍ବର କୋଣ ଅନୁକୋଣରୁ ଅନେକ ଷ୍ଟାର ଚଳିତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ । ହେଲେ ବିଶେଷ ଭାବେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଇରାନୀୟ ମଡେଲଙ୍କ ଫାଶୀ ଡିଜାଇନ୍‌ର ଗାଉନ। ସେ ନିଜ ଲୁକ୍‌ ସହିତ ବିଶ୍ବବାସୀଙ୍କ ସମ୍ମୁଖରେ ଇରାନ ସରକାରଙ୍କ ନୃଶଂସତା, ବର୍ବରକାଣ୍ଡକୁ ଦର୍ଶାଇଛନ୍ତି । ଏ ନେଇ ସେ ସ୍ବର ଉତ୍ତୋଳନ ମଧ୍ୟ କରିଛନ୍ତି । ଏହା ସହ ଇରାନରେ ଏପରି ବର୍ବରତାକୁ ରୋକିବା ଲାଗି ସେ ଆହ୍ବାନ ଦେଇଛନ୍ତି । ଏ ନେଇ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫାଶୀ ଡିଜାଇନ୍‌ର ଆଉଟଫିଟ ଫଟୋକୁ 'Stop Execution in Iran' ହ୍ୟାସଟାଗ୍‌ ସହିତ ସେୟାର କରିଛନ୍ତି।

ଏହି ଇରାନୀୟ ମଡେଲ ମହଲାଘ ଜବେରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବ୍ଲାକ ବଡିକନ ଗାଉନ ପିନ୍ଧି ନଜର ଆସିଥିଲେ । ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କ ଗାଉନର 'ନେକ୍‌ ଡିଜାଇନ'। ଯାହାକି ଫାଶୀ ସଦୃଶ ରହିଥିଲା । ଫାଶୀ ଭଳି ଏକ ଷ୍ଟ୍ରାପ ତାଙ୍କ ଡ୍ରେସର ବେକ ନିକଟରେ ରହିଥିଲା, ଯାହାକି ଇରାନର ଏକ ଗମ୍ଭୀର ସମସ୍ୟାକୁ ଦର୍ଶାଇଥିଲା । ଜିଲା ସବରେ (Jila Sabre) ମହଲାଘଙ୍କ ଏହି ଆଉଟଫିଟକୁ ଡିଜାଇନ କରିଛନ୍ତି । କାନ୍ସ ରେଡ କାର୍ପେଟରେ ଏହି ଆଉଟଫିଟ ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହଲାଘ । ଏ ନେଇ ଏକ ସ୍ବତନ୍ତ୍ର ଭିଡିଓ ମଧ୍ୟ ସେ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଇରାନ ସରକାରଙ୍କ ବର୍ବରକାଣ୍ଡକୁ ବିରୋଧ
ଇରାନ ସରକାରଙ୍କ ବର୍ବରକାଣ୍ଡକୁ ବିରୋଧ

ଏହା ବି ପଢନ୍ତୁ- Akshay Kumar: ଦେବଭୂମିରେ 'ଶଙ୍କରା'ର ସୁଟିଂ ଶେଷ କଲେ ଖିଲାଡି, ସେୟାର କଲେ ଫଟୋ

ଏହି ଭିଡିଓକୁ ମଡେଲ ମହଲାଘ ସେୟାର କରି ଲେଖିଛନ୍ତି, "ଇରାନର ଲୋକଙ୍କ ପାଇଁ ସମର୍ପିତ 76ତମ କାନ୍ସ ଫେଷ୍ଟିଭାଲ ସମର୍ପିତ । ମୋର ଆଉଟଫିଟକୁ ଜିଲା ସବରେଙ୍କ ଦ୍ବାରା ଡିଜାଇନ୍ ହୋଇଛି । ଆମର ଦୃଷ୍ଟିକୁ ଜୀବନ୍ତ କରିଥିବାରୁ ଧନ୍ୟବାଦ। #StopExecutionsInIran" ଇରାନୀୟ ମଡେଲ ଏହି ସ୍ବତନ୍ତ୍ର ଧରଣର ପୋଷାକ ପିନ୍ଧି କାନ୍ସ ଫେଷ୍ଟିଭାଲରେ ପହଞ୍ଚିବା ପରେ ଇରାନ ସମ୍ପ୍ରତି ସ୍ଥିତି ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଇରାନରେ ଗତ କିଛି ବର୍ଷ ଧରି ଚାଲିଥିବା ବର୍ବରତାକୁ ଲୋକଲୋଚନକୁ ଆସିଛି।

ଇରାନ ସରକାରଙ୍କ ବର୍ବରକାଣ୍ଡକୁ ବିରୋଧ
ଇରାନ ସରକାରଙ୍କ ବର୍ବରକାଣ୍ଡକୁ ବିରୋଧ

ଚରମସୀମାରେ ଇରାନ ସରକାରଙ୍କ ବର୍ବରତା:- ଇରାନ ସରକାରଙ୍କ ନୃଶଂସତା ଏବେ ସୀମା ଟପିଛି । ବିଭିନ୍ନ ଅପରାଧିକ ମାମଲାରେ ଦୋଷୀଙ୍କୁ ସର୍ବସମ୍ମୁଖରେ ଫାଶୀ ଦଣ୍ଡ ଦେଉଛନ୍ତି ସରକାର । ଫଳରେ ସମାଜରେ କ୍ରୁରତା ଓ ଲୋକଙ୍କୁ ଡରାଇ ଧମକାଇ ନିଜ ଶାସନ କ୍ଷମତାକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି ଏଠାକାର ସରକାର । ଇରାନ ସରକାରଙ୍କ ଏପରି କାଣ୍ଡ ଦ୍ବାରା ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ବେଳେ ଏହାକୁ ବିରୋଧ କରି ଅନେକ ସଂଗଠନ ସ୍ବର ଉତ୍ତୋଳନ କରିଛନ୍ତି । ଗତ ଡିସେମ୍ବରର ନରୱେ ହ୍ୟୁମାନ ରାଇଟ୍ସର ରିପୋର୍ଟ ଅନୁସାରେ କେବଳ 2022 ମସିହାରେ 500ରୁ ଅଧିକ ଇରାନୀୟଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଏହା ଗତ 5ବର୍ଷ ମଧ୍ୟରେ ସର୍ବାଧିକ। 2021ରେ ଇରାନରେ 333ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିବା ଇରାନ ମାନବଧିକାର କମିଶନ ପକ୍ଷରୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ଇରାନ ସରକାରଙ୍କ ବର୍ବରକାଣ୍ଡକୁ ବିରୋଧ
ଇରାନ ସରକାରଙ୍କ ବର୍ବରକାଣ୍ଡକୁ ବିରୋଧ

83.5 ପ୍ରତିଶତ ଫାଶୀ ଦଣ୍ଡ ମିଳିଥିବା ବେଳେ ଏହି ନମ୍ବରକୁ କର୍ତ୍ତୃପକ୍ଷ ଘୋଷଣା କରିନଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ 183 ଜଣଙ୍କୁ ହତ୍ୟା ମାମଲାରେ ଫାଶୀ ଦଣ୍ଡ ମିଳିଛି। 126 ଜଣଙ୍କୁ ଡ୍ରଗ୍ସ ମାମଲାରେ ମିଳିଛି। ତେବେ 2020 ମସିହାରେ ଡ୍ରଗ୍ସ ମାମଲାରେ 25 ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିଲା। ଚଳିତ ବର୍ଷ ମେ ମାସରେ 2 ଜଣଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। ଏମାନେ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଗକ 2020ରେ ଗିରଫ ହୋଇଥିବା 2 ଜଣ ଅଭିଯୁକ୍ତ ୟୁସେଫ ମେହରଦାଦ ଓ ଶର୍ଦ୍ଦୁଳା ଫଜେଲି ଜାରେଙ୍କୁ ମଧ୍ୟ ଫାଶୀ ଦଣ୍ଡ ଦିଆଯାଇଥିଲା। ଏମାନେ ଇସଲାମ ଗ୍ରୁପ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହି ଫାଶୀ ଦଣ୍ଡାଦେଶକୁ ରୋକିବା ଲାଗି ଏଭଳି ସ୍ବତନ୍ତ୍ର ଆଉଟଫିଟ ପିନ୍ଧିଛନ୍ତି ଇରାନୀୟ ମଡେଲ ମହଲାଘ ଜବେରି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.