ETV Bharat / entertainment

ସ୍ବାମୀଙ୍କ ସହ ପ୍ରଥମ ଫଟୋ ସେୟାର କଲେ ଇରା, ମନ କିଣିଲା ବିବାହର ଅନସିନ୍ ଫଟୋ

Newlyweds Ira Khan and Nupur Shikhare: ଇରା ଖାନ ଏବଂ ନୂପୁର ଶିଖରେ ବର୍ତ୍ତମାନ ପତୀପତ୍ନୀ ହୋଇଛନ୍ତି । ଉଭୟ ବର୍ତ୍ତମାନ କୋର୍ଟ ମ୍ୟାରେଜ କରିଥିବା ବେଳେ ଉଦୟପୁରରେ ହିନ୍ଦୁ ରୀତିନୀତିରେ ପୁଣି ବିବାହ କରିବେ । ଇରା ଏବଂ ନୂପୁରଙ୍କ ବିବାହର ଅନେକ କ୍ୟୁଟ୍ ଫଟୋ ଭାଇରାଲ ହେବାରେ ଲାଗିଛି । ସେପଟେ ଇରା ବିବାହ ପରେ ତାଙ୍କ ସ୍ବାମୀଙ୍କ ସହ ପ୍ରଥମ ଫଟୋ ସେୟାର କରିଛନ୍ତି । ଦେଖନ୍ତୁ ଫଟୋ,

author img

By ETV Bharat Odisha Team

Published : Jan 4, 2024, 8:38 PM IST

ସାମ୍ନାକୁ ଆସିଲା ଇରା-ନୂପୁରଙ୍କ ବିବାହର କ୍ୟୁଟ୍ ଫଟୋ

ହାଇଦ୍ରାବାଦ: ଆମୀର ଖାନ ଏବଂ ରୀନା ଦତ୍ତାଙ୍କ ଝିଅ ଇରା ଖାନ ଜାନୁଆରୀ ୩ରେ ତାଙ୍କ ପ୍ରେମିକ ନୂପୁର ଶିଖରେଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ବିବାହର ଅନେକ ଅନସିନ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଇରା-ନୁପୁର ବିବାହରେ ଖୁବ ମସ୍ତି କରୁଥିବା ନଜର ଆସିଛନ୍ତି । ଏଥିସହ ଇରା ବିବାହ ପରେ ତାଙ୍କ ସ୍ବାମୀଙ୍କ ସହ ପ୍ରଥମ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ରୋମାଣ୍ଟିକ ଅନ୍ଦାଜରେ ସେଲଫି ନେଉଥିବା ନଜର ଆସିଛନ୍ତି ।

ଇରା ଖାନଙ୍କ ପୋଷ୍ଟ
ଇରା ଖାନଙ୍କ ପୋଷ୍ଟ

ବିବାହରେ ନୂପୁର ହାପ୍ ଫ୍ୟାଣ୍ଟ ଏବଂ ବାନିଆନରେ ନଜର ଆସିଥିବା ବେଲେ ଜଗିଂ କରି ବିବାହରେ ପହଞ୍ଚିଥିଲେ । ପରିବାର, ସାଙ୍ଗସାଥୀଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ କରିଥିଲେ । ଏହି ନିଆରା ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ଉଭୟଙ୍କ ମସ୍ତି କରୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ଦୁହେଁ କ୍ୟାମେରା ପାଇଁ ଏକାଠି ମଜାଳିଆ ଅନ୍ଦାଜରେ ପୋଜ ଦେଇଛନ୍ତି । ଅନ୍ୟଟିରେ ଉଭୟ ନିଜ ବିବାହର ସର୍ତ୍ତ ଗୁଡିକ ପଢୁଥିବା ନଜର ଆସିଛନ୍ତି ।

ଇରା ଏବଂ ନୂପୁରଙ୍କ ବିବାହର ଫଟୋ
ଇରା ଏବଂ ନୂପୁରଙ୍କ ବିବାହର ଫଟୋ

ସେପଟେ ବିବାହର ଦିନକ ପରେ ଇରା ଖାନ ଏକ ପୋଷ୍ଟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଯେଉଁଥିରେ ସେ ସ୍ବାମୀ ନୂପୁରଙ୍କ ସହ ଏକ ସେଲଫି ନେଉଥିବା ନଜର ଆସିଛନ୍ତି । ଫଟୋରେ ଇରା ମୁଣ୍ଡରେ ଏକ ହେୟାର ବ୍ୟାଣ୍ଡ ପିନ୍ଧିଛନ୍ତି । ସେଥିରେ 'ବ୍ରାଇଡ ଟୁ ବି' ଲେଖାଅଛି । ବିବାହ କଥା କହିବାକୁ ଗଲେ, ରେଜିଷ୍ଟ୍ରୀ ମ୍ୟାରେଜ ପରେ ଉଭୟଙ୍କ ରିସ୍ପେସନ ପାର୍ଟି ହୋଇଥିଲା । ଯେଉଁଥିରେ ନୂପୁର ବ୍ଲୁ ରଙ୍ଗର ଶେରୱାନିରେ ନଜର ଆସିଥିବା ବେଳେ ଇରା ଗ୍ରୀନ ଏବଂ ପିଙ୍କ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ ।

ଇରା ଏବଂ ନୂପୁରଙ୍କ ବିବାହର ଫଟୋ
ଇରା ଏବଂ ନୂପୁରଙ୍କ ବିବାହର ଫଟୋ

ଏହା ମଧ୍ୟ ପଢନ୍ତୁ: ଝିଅ ବାହାଘରରେ ପୂର୍ବ ପତ୍ନୀଙ୍କୁ କିସ୍ କଲେ ଆମୀର, ୟୁଜର୍ସ ଦେଲେ ଏମିତି କମେଣ୍ଟ

କହିରଖୁଛୁ କି, ଉଭୟଙ୍କ ବିବାହରେ ଆମୀର ଖାନ ପୂର୍ବପତ୍ନୀ କରିରଣ ରାଓ ଏବଂ ରୀନା ଦତ୍ତା ଏକାଠି ନଜର ଆସିଥିଲେ । ଏଥିସହ ବର ଏବଂ କନ୍ୟା ସହ ପୁରା ପରିବାର ଗୋଟିଏ ଫେମରେ ନଜର ଆସିଥିଲେ । ଏହି ସମୟରେ ଆମୀର ପୂର୍ବ ପତ୍ନୀ କିରଣଙ୍କୁ କିସ୍ ମଧ୍ୟ କରିଥିଲେ । ଯାହା ବେଶ ଭାଇରାଲ ହୋଇଥିଲା । ତେବେ ସୂଚନା ଥାଉ କି, ରେଜିଷ୍ଟ୍ରି ବିବାହ ପରେ ଇରା ଖାନ ଏବଂ ନୂପୁର ଶିଖର ଉଦୟପୁରରେ ରୀତିନୀତି ସହ ପୁଣି ବିବାହ କରିବେ । ଏହାପରେ ଆମୀର ଖାନ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ରିସେପ୍ସନ୍ ପାର୍ଟି ଜାନୁଆରୀ ୧୩ରେ ମଧ୍ୟ ଆୟୋଜନ କରିବେ ଯେଉଁଥିରେ ବହୁ ବଡ଼ ବଡ଼ ତାରକା ଯୋଗଦେବେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.