ETV Bharat / entertainment

International Dance Day: ଜାଣିଛନ୍ତି କି ? କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ନୃତ୍ୟ ଦିବସ

ଏପ୍ରିଲ୍ 29 କୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ (International Dance Day) ଭାବରେ ପାଳନ କରାଯାଏ । ମହାନ ନୃତ୍ୟଶିଳ୍ପୀ ତଥା ଆଧୁନିକ ବାଲେ ନୃତ୍ୟର ସ୍ରଷ୍ଟା ଜିନ୍ ଜର୍ଜେସ୍ ନୋଭେରଙ୍କ ଜନ୍ମଦିନ (Jean-Georges Noverre Birthday) ଅବସରରେ ଏହା ପାଳନ କରାଯାଏ । ଅଧିକ ପଢନ୍ତୁ

author img

By

Published : Apr 29, 2022, 1:06 PM IST

ଅନ୍ତର୍ଜାତୀୟ ନୃତ୍ୟ ଦିବସର ଇତିହାସ, ଉଦ୍ଦେଶ୍ୟ ଏବଂ ଆରମ୍ଭ କେଉଁଠୁ, ଜାଣନ୍ତୁ

ହାଇଦ୍ରାବାଦ: ଏପ୍ରିଲ୍ 29 କୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ (International Dance Day) ଭାବରେ ପାଳନ କରାଯାଏ । ମହାନ ନୃତ୍ୟଶିଳ୍ପୀ ତଥା ଆଧୁନିକ ବାଲେ ନୃତ୍ୟର ସ୍ରଷ୍ଟା ଜିନ୍ ଜର୍ଜେସ୍ ନୋଭେରଙ୍କ ଜନ୍ମଦିନ (Jean-Georges Noverre Birthday) ଅବସରରେ ଏହା ପାଳନ କରାଯାଏ । ଜିନ୍ ଜର୍ଜେସ୍ ନୋଭେର ୧୭୨୭ ଏପ୍ରିଲ ୨୯ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନକୁ ପରେ ନୃତ୍ୟ ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ପ୍ରଥମେ ଫ୍ରାନ୍ସରେ ନିଆଗଲା । ୧୯୮୨ରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରିବାର ନିଷ୍ପତ୍ତି ନିଆଗଲା।

ନୃତ୍ୟ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ ବରଂ ଏହା ଭାବନାକୁ ଅଭିବ୍ୟକ୍ତ କରିବାର ଏକ ମାଧ୍ୟମ ମଧ୍ୟ ଅଟେ । ପୁଣି ଏହା କାହା ପ୍ରତି ଅସନ୍ତୋଷ ହେଉ କିମ୍ବା କିଛି ହାସଲ କରିବାର ଉତ୍ସାହ, ଆପଣ ଆପଣଙ୍କର ପ୍ରତ୍ୟେକ ଭାବନାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ନୃତ୍ୟର ସାହାଯ୍ୟ ନେଇପାରିବେ । କେବଳ ଏତିକି ନୁହେଁ, ନୃତ୍ୟ ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରିବାର କାମ ମଧ୍ୟ ବର୍ଷ ବର୍ଷ ଧରି କରାଯାଉଛି । ତେବେ ଆସନ୍ତୁ ଜାଣିବା ଅନ୍ତର୍ଜାତୀୟ ନୃତ୍ୟ ଦିବସର ଇତିହାସ କ’ଣ ଏବଂ ଏହାର ଗୁରୁତ୍ୱ କ’ଣ ।

ଅନ୍ତର୍ଜାତୀୟ ନୃତ୍ୟ ଦିବସର ଇତିହାସ

ମହାନ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋଭେରଙ୍କ ଜନ୍ମଦିନରେ ୟୁନେସ୍କୋର ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟର ଅନ୍ତର୍ଜାତୀୟ ନୃତ୍ୟ କମିଟି 29 ଏପ୍ରିଲ 1982ରେ ଏହି ଦିନ ପାଳନ କରିବାକୁ ଘୋଷଣା କରିଥିଲା ​​। ସେବେଠାରୁ ପ୍ରତିବର୍ଷ ଏହି ଦିନ ସାରା ବିଶ୍ୱରେ ଧୁମଧାମର ସହିତ ପାଳନ କରାଯାଏ । କହିବାକୁ ଗଲେ ନୋଭେର ଫ୍ରାନ୍ସର ଜଣେ ଦକ୍ଷ ବାଲେ ନୃତ୍ୟଶିଳ୍ପୀ ଥିଲେ, ଯିଏ 'Letters on the Dance' ନାମକ ଏକ ପୁସ୍ତକ ଲେଖିଥିଲେ ଯେଉଁଥିରେ ନୃତ୍ୟ ସହ ଜଡିତ ସମସ୍ତ ଜିନିଷ ଉପଲବ୍ଧ ଥିଲା । ଏହାକୁ ପଢି ଯେକେହି ନାଚିବା ଶିଖିପାରିବେ ।

ଅନ୍ତର୍ଜାତୀୟ ନୃତ୍ୟ ଦିବସର ଉଦ୍ଦେଶ୍ୟ

ଅନ୍ତର୍ଜାତୀୟ ନୃତ୍ୟ ଦିବସର ଉଦ୍ଦେଶ୍ୟ କେବଳ ବିଶ୍ବର ସମସ୍ତ ନୃତ୍ୟଶିଳ୍ପୀଙ୍କ ପ୍ରୋତ୍ସାହନ ବଢାଇବା ନୁହେଁ, ବରଂ ଏହି ସମସ୍ତ ନୃତ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଯେଉଁଥିରେ ବିଶ୍ବର ବଡ ନେତୃତ୍ବ ଏବଂ ସରକାର ମଧ୍ୟ ଜଡିତ ଅଛନ୍ତି । ଏହାର ଉଦ୍ଦେଶ୍ୟ ଏହା ମଧ୍ୟ ଜଣାଇବା ଯେ ନୃତ୍ୟ ନିଜ ପାଇଁ ଏକ ଆନନ୍ଦ ଏବଂ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟିବା ମଧ୍ୟ ହୋଇଥାଏ ।

ଅନଲାଇନରେ ଅନ୍ତର୍ଜାତୀୟ ନୃତ୍ୟ ଦିବସର ଆୟୋଜନ

ପ୍ୟାରିସରେ ଥିବା ଅନ୍ତର୍ଜାତୀୟ ନୃତ୍ୟ ଥିଏଟର ପ୍ରତିଷ୍ଠାନ ଏଥର ଏକ ଅନଲାଇନ୍ ଉତ୍ସବ ଆୟୋଜନ କରିବାକୁ ଯାଉଛି । ଏଥର ଆଫ୍ରିକା, ଏସିଆ, ଆମେରିକା, ୟୁରୋପ ଏବଂ ଆରବ ଦେଶରୁ ଡ୍ୟାନ୍ସ ପ୍ରଡକ୍ସନକୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବ ଅଧୀନରେ, ସମଗ୍ର ବିଶ୍ୱରେ ନୃତ୍ୟର ବିବିଧତା ଏବଂ ସୌନ୍ଦର୍ଯ୍ୟ ଦେଖାଇବାକୁ ଏକ ପ୍ରୟାସ କରାଯିବ । ଅନ୍ତର୍ଜାତୀୟ ନୃତ୍ୟ ଦିବସର ଅଫିସିଆଲ୍ ୱେବସାଇଟରେ ଆପଣ ଏହି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.