ETV Bharat / entertainment

Miss World 2023: 27 ବର୍ଷ ପରେ ଭାରତରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା, 130 ଦେଶ କରିବେ ଅଂଶଗ୍ରହଣ

author img

By

Published : Jun 9, 2023, 1:41 PM IST

71 ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଚଳିତ ଥର ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ବିଶ୍ବର 130ଟି ଦେଶ ଅଂଶଗ୍ରହଣ କରିବେ । ଏହାର ଫାଇନାଲ ପ୍ରତିଯୋଗିତା ନଭେମ୍ବର କିମ୍ବା ଡିସେମ୍ବର 2023 ସୁଦ୍ଧା ଅନୁଷ୍ଠିତ ହୋଇପାରେ । ଅଧିକ ପଢନ୍ତୁ,

27 ବର୍ଷ ପରେ ଭାରତରେ ହେବ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା, 130 ଦେଶ କରିବେ ଅଂଶଗ୍ରହଣ

ମୁମ୍ବାଇ: ସରିବ 27 ବର୍ଷର ଅପେକ୍ଷା । ଭାରତରେ ଆୟୋଜନ ହେବ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା । ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାର ବିଭିନ୍ନ କ୍ରାର୍ଯ୍ୟକ୍ରମ ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି । ଦୀର୍ଘ 27 ବର୍ଷର ବ୍ୟବଧାନ ପରେ ଏହି କାର୍ଯ୍ୟକ୍ରମ ଭାରତରେ ଅନୁଷ୍ଠିତ ହେଉଛି । ଏନେଇ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନର ଚେୟାରମ୍ୟାନ ତଥା ସିଇଓ ଜୁଲିଆ ମୋର୍ଲି ଘୋଷଣା କରିଥିଲେ । ତେବେ ଏହି ଖବର ଶୁଣି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ ରହିଛନ୍ତି ପ୍ରତିଯୋଗୀ ।

ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଜୁଲିଆ ମୋର୍ଲି କହିଛନ୍ତି ଯେ ମୁଁ ଏହା ଘୋଷଣା କରି ବହୁତ ଖୁସି । 71 ତମ ମିସ୍ ୱାର୍ଲ୍ଡର ଫାଇନାଲ୍ ଏଥର ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ମୋର ସବୁବେଳେ ଭାରତ ସହିତ ଏକ ବିଶେଷ ସମ୍ପର୍କ ରହିଆସିଛି । 30 ବର୍ଷ ପୂର୍ବେ ଯେତେବେଳେ ମୁଁ ଏଠାକୁ ଆସିଥିଲି, ସେଦିନ ଠାରୁ ମୋର ଭାରତ ପ୍ରତି ଗଭୀର ସ୍ନେହ ରହିଆସିଛି । ଅନ୍ୟପକ୍ଷରେ, 2022 ମସିହାରେ ମିସ୍ ୱାର୍ଲ୍ଡର ବିଜେତା ହୋଇଥିବା କେରୋଲିନା ବିଏଲାବସ୍କା ଖୁସି ବ୍ୟକ୍ତ କରିଥିଲେ ଯେ 'ଭାରତ ଏହି ଇଭେଣ୍ଟକୁ ସ୍ୱାଗତ କରିବାକୁ ପ୍ରସ୍ତୁତ' ।

  • Met and interacted with #MissWorld2022 Karolina Bielawska from Poland, Julia Evelyn Morley - CEO of Miss World Organisation and Team at Mahalaxmi, Altinho, Panaji.

    Discussions took place regarding hosting the Miss World Beauty Pageant in the picturesque landscape of Goa. pic.twitter.com/sJEAIQ26kA

    — Dr. Pramod Sawant (@DrPramodPSawant) June 7, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, 130ରୁ ଅଧିକ ଦେଶର ପ୍ରତିଯୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଅଂଶଗ୍ରହଣକାରୀମାନଙ୍କୁ ସର୍ଟଲିଷ୍ଟ୍ କରିବା ପାଇଁ ବିଭିନ୍ନ ରାଉଣ୍ଡ ହେବ । ଯେଉଁଥିରେ ପ୍ରତିଭା ଏବଂ କ୍ରୀଡ଼ାର ଚୟନ କରାଯିବ। ଯଦିଓ ଏହି ପ୍ରତିଯୋଗିତାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ତେବେ ଅନ୍ତିମ ରାଉଣ୍ଡ ବା ଫାଇନାଲ ପ୍ରତିଯୋଗିତା ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ହୋଇପାରେ ବୋଲି କୁହାଯାଉଛି ।

ସେପଟେ ନୂଆଦିଲ୍ଲୀରେ ଆୟୋଜିତ ପ୍ରେସମିଟରେ କାର୍ଯ୍ୟକ୍ରମରେ ମିସ୍ ୱାର୍ଲ୍ଡ 2021 କରୋଲିନା ବିଲାଭସ୍କା ଏବଂ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ 2022 ସିନି ଶେଟ୍ଟୀ ମଧ୍ୟ ଉପସ୍ଥିତ ଥିଲେ । ମିସ୍ ୱାର୍ଲ୍ଡ 2022 କେରୋଲିନା ବିଲାଭସ୍କା ପୂର୍ବରୁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଭେଟିଥିଲେ । ଏହି ବୈଠକରେ ମିସ୍ ୱାର୍ଲ୍ଡ ଆୟୋଜନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ମିସ୍ ୱାର୍ଲ୍ଡ ବିୟୁଟି ପେଜେଣ୍ଟ 27 ବର୍ଷ ପରେ ପୁଣିଥରେ ଭାରତରେ ହେବାକୁ ଯାଉଛି। ଏହାପୂର୍ବରୁ 1996 ରେ ଏହି କାର୍ଯ୍ୟକ୍ରମ ଭାରତରେ ଆୟୋଜିତ ହୋଇଥିଲା । ଏବଂ ଏପର୍ଯ୍ୟନ୍ତ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ରୀତା ଫାରିଆ, ଡାଏନା ହେଡେନ, ୟୁକ୍ତା ମୁଖି, ଏବଂ ମାନୁଷୀ ଚିଲରଙ୍କ ଭାରତୀୟ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.