ETV Bharat / entertainment

ପୁଅର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ଇଲିଆନା, କହିଲେ- 'ଯେତେବେଳେ ତୁମ ପିଲା କଷ୍ଟ ଅନୁଭବ କରୁଥିବ'

author img

By ETV Bharat Odisha Team

Published : Oct 4, 2023, 11:28 AM IST

ନିକଟରେ ମାଆ ହୋଇଥିବା ଇଲିଆନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୁଅ ସହିତ ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତ୍ରୀ ଚିନ୍ତାରେ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଅଭିନେତ୍ରୀ ଇଲିଆନା
ଅଭିନେତ୍ରୀ ଇଲିଆନା

ମୁମ୍ବାଇ: ସାଉଥ ସିନେମା ଏବଂ ବଲିଉଡରେ ସକ୍ରିୟ ଥିବା ସୁନ୍ଦରୀ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଆଜିକାଲି ମାତୃତ୍ୱ ଉପଭୋଗ କରୁଛନ୍ତି । ଦୁଇମାସ ପୂର୍ବେ ସେ ପୁଅ କୋଆ ଫିନିକ୍ସ ଡୋଲାନଙ୍କୁ ଜନ୍ମ ଦେଇଥିଲେ। ମା’ ହେବା ପରେ ଅଭିନେତ୍ରୀ ଏପର୍ଯ୍ୟନ୍ତ ନିଜ ରାଜକୁମାରର ଚେହେରା ଦେଖାଇ ନାହାଁନ୍ତି, କିନ୍ତୁ କୋଆଙ୍କ ସହ ଫଟୋ ସେୟାର କରି ଚାଲିଛନ୍ତି । ତେବେ ବର୍ତ୍ତମାନ କୋଆଙ୍କୁ ନେଇ ଅଭିନେତ୍ରୀ ଟିକିଏ ଚିନ୍ତିତ ଅଛନ୍ତି ।

ଇଲିଆନା ଡି’କ୍ରୁଜ
ଇଲିଆନା ଡି’କ୍ରୁଜ

ଇଲିଆନାଙ୍କ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି କି ?

ଇଲିଆନା ଡି’କ୍ରୁଜ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପୁଅ ସହିତ ଦୁଇଟି ଫଟୋ ସେୟାର କରିଛନ୍ତି, ଏଥିର ସେ ଭିନ୍ନ ଦେଖାଯାଉଛନ୍ତି । ଫଟୋରେ ଅଭିନେତ୍ରୀଙ୍କ ମୁହଁରେ ଖୁସି ଦୃଶ୍ୟମାନ ହେଉନାହିଁ, କାରଣ ତାଙ୍କ ପୁଅର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ପ୍ରଥମ ଫଟୋରେ ଇଲିଆନାଙ୍କ ଅଧା ଚେହେରା ଦୃଶ୍ୟମାନ ହେଉଛି । ଏହା ସହିତ ତାଙ୍କ ପୁଅ ଇଲିଆନାଙ୍କ କାନ୍ଧରେ ଆରାମରେ ଶୋଇଥିବାର ଦେଖାଯାଉଛି । ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି - "ଯେତେବେଳେ ତୁମ ଛୁଆ ଯନ୍ତ୍ରଣା ଅନୁଭବ କରୁଥିବ ଆଉ ତୁମେ ଯେଉଁ କଷ୍ଟ ଅନୁଭବ କରୁଥିବ । ଏଥିପାଇଁ କୌଣସିଟି ବି ଜିନିଷ ଏହି କଷ୍ଟ ସହିବା ପାଇଁ ପ୍ରସ୍ତୁତ କରି ପାରିବ ନାହିଁ ।"

ଇଲିଆନା ଡି’କ୍ରୁଜ
ଇଲିଆନା ଡି’କ୍ରୁଜ

ଅଭିନେତ୍ରୀ ଇଲିଆନା କିଛି ଦିନ ଧରି ବିଦେଶରେ ରହୁଥିଲେ । ଯେଉଁଠାରେ ସେ ତାଙ୍କ ପ୍ରେମିକ ମାଇକଲ ଡୋଲନଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଦମ୍ପତି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ମା’ ହେବା ପୂର୍ବରୁ ସେ ତାଙ୍କ ଫଟୋ ପ୍ରେମିକ ସହିତ ସେୟାର କରିଥିଲେ । କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ଏକ ଖବର ମଧ୍ୟ ଆସିଥିଲା ​​ଯେ ଅଭିନେତ୍ରୀ ମାଇକେଲଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ଏହି ଖବର ଉପରେ କପଲ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି।

ଏହା ମଧ୍ୟ ପଢନ୍ତୁ: ମାସେ ପୂରିଲା, କୁନି ରାଜକୁମାରଙ୍କ ସହ ଫଟୋ ସେୟାର କଲେ ଇଲିଆନା

ଇଲିଆନାଙ୍କ ଚଳଚ୍ଚିତ୍ର

ଇଲିଆନା ଡି’କ୍ରୁଜଙ୍କ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତ, ସେ ଖୁବ୍‌ କମ ବୟସରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ମଡେଲିଂରେ ନାମ ଅର୍ଜନ କରିବା ପରେ ସେ ମାତ୍ର 19 ବର୍ଷ ବୟସରେ ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ଦେବାସୁ' । ଦକ୍ଷିଣରେ ହିଟ୍ ହେବା ପରେ ସେ ବଲିଉଡ ଆଡକୁ ଗଲେ । ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା 'ବର୍ଫି' । ଏହା ପରେ ସେ 'ମେଁ ତେରା ହିରୋ', 'ରେଡ୍' ଏବଂ 'ବାଦଶାହୋ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ଅଭିଷେକ ବଚ୍ଚନଙ୍କ ସହ 'ବିଗ୍ ବୁଲ'ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଇଲିଆନାଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରେ ଅନଫେୟର ଆଣ୍ଡ ଲଭଲି ଏବଂ ଲଭର୍ସ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.