ETV Bharat / entertainment

Ileana D'Cruz: ମାଆ ହେବା ପରେ ପୁଣି ବୟଫ୍ରେଣ୍ଡଙ୍କ ଫଟୋ ସେୟାର କଲେ ଇଲିଆନା

author img

By

Published : Aug 17, 2023, 4:08 PM IST

Updated : Aug 17, 2023, 6:32 PM IST

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ନିଜ ସନ୍ତାନ ଜନ୍ମ ପରେ ତାଙ୍କ ସାଥୀଙ୍କ ଫଟୋ ପୁଣି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ, ତାଙ୍କ ବୟଫ୍ରେଣ୍ଡ ଏକ ପୋଷା ବିଲେଇକୁ ଧରିଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ

ସନ୍ତାନ ଜନ୍ମ ପରେ ପୁଣି ବୟଫ୍ରେଣ୍ଡଙ୍କ ଫଟୋ ସେୟାର କଲେ ଇଲିଆନା

ହାଇଦ୍ରାବାଦ: ନିକଟରେ ଇଲିଆନା ମାଆ ହୋଇଛନ୍ତି । ଅଭିନେତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ବିନା ବିବାହରେ ଇଲିଆନା ମାଆ ହେବା କେତେକଙ୍କୁ ଚକିତ କରିଛି । ତେବେ ଇଲିଆନା ଅନେକ ଥର ନିଜ ସାଥୀଙ୍କ ଫଟୋ ସେୟାର କରିଛନ୍ତି । ଏହାରି ମଧ୍ୟରେ ସେ ଏବେ ପୁଣି ସୋସିଆଲ ମିଡିଆରେ ନିଜ ବୟଫ୍ରେଣ୍ଡଙ୍କ ଏକ କ୍ୟୁଟ୍ ଫଟୋ ସେୟାର କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ଦେଇନାହାନ୍ତି ।

ଇଲିଆନା ଡି’କ୍ରୁଜ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ସାଥୀଙ୍କ ଏକ କ୍ୟୁଟ୍ ଫଟୋ ସେୟାର କରିଛନ୍ତି । ଯଦିଓ ଇଲିଆନା ପୂର୍ବରୁ ତାଙ୍କ ସାଥୀଙ୍କ ଫଟୋ ପୋଷ୍ଟ କରିଥିଲେ । ବର୍ତ୍ତମାନ ଅଭିନେତ୍ରୀଙ୍କ ଶିଶୁ ଜନ୍ମ ପରେ ପ୍ରଥମ ଥର ପାଇଁ ତାଙ୍କ ସାଥୀଙ୍କ ଫଟୋ ସେୟାର କରିଛନ୍ତି । ଇଲିଆନା ପୋଷ୍ଟ କରିଥିବା ଫଟୋରେ, ତାଙ୍କ ସାଥୀ ସେମାନଙ୍କର ପୋଷା ବିଲେଇକୁ ଧରି, ବିଛଣା ଉପରେ ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି । କ୍ୟାପସନ୍‌ରେ ଲେଖିଛନ୍ତି, କଡଲ୍ ବଗ୍ସ । ଏହାକୁ ଅନେକ ଫ୍ୟାନ୍ସ ଲାଇକ୍‌ କରିଛନ୍ତି । ତାଙ୍କ ସାଥୀଙ୍କ ପରିଚୟ ଜାଣିବାକୁ ବି ବେଶ ଉତ୍ସାହିତ ଅଛନ୍ତି ।

ଅଭିନେତ୍ରୀ ଅଗଷ୍ଟ ୧ରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ପୁତ୍ର ଜନ୍ମର 5ଦିନ ପରେ ଅର୍ଥାତ୍ ଅଗଷ୍ଟ 6ରେ ଇଲିଆନା ପୁଅର ଫଟୋ ସହ ଜନ୍ମ ତାରିଖ ଏବଂ ପୁଅର ନାଁ ସେୟାର କରି ଏହି ଖୁସି ଖବର ଦେଇଥିଲେ । ଏହି ଅଭିନେତ୍ରୀ ତାଙ୍କ ପୁଅର ନାମ କୋଆ ଫିନିକ୍ସ ଡୋଲାନ୍ ରଖିଛନ୍ତି । ଅଭିନେତ୍ରୀ ଲେଖିଥିଲେ, "ଆମ ପ୍ରିୟ ପୁଅକୁ ଦୁନିଆକୁ ସ୍ୱାଗତ କରି ଆମେ ବହୁତ ଖୁସି, ଏହି ଭାବନା ଶବ୍ଦ ବର୍ଣ୍ଣନା କରିପାରିବି ନାହିଁ ।" ପରେ ମା' ହେବାର ସପ୍ତାହେ ପରେ ପୁଣି ପୁଅର ଏକ କ୍ୟୁଟ୍‌ ଝଲକ ଦେଖାଇଥିଲେ ଇଲିଆନା । ଏହି ଫଟୋରେ ପୁଅଙ୍କ ହାତକୁ ଅଭିନେତ୍ରୀ ଧରି ଥିବାର ନଜର ଆସିଥିଲେ । ଏହି ଫଟୋ ସେୟାର କରି ଇଲିଆନା କ୍ୟାପ୍‌ସନ୍‌ରେ ଲେଖିଥିଲେ, "ତୁମର ମାଆ ହୋଇ ଏକ ସପ୍ତାହ ବିତିଗଲା ।"

ଏହା ମଧ୍ୟ ପଢନ୍ତୁ: ମନର ମଣିଷର ମୁହଁ ଦେଖାଇଲେ ଇଲିଆନା

ସୂଚନା ଥାଉ କି, ଇଲିଆନା ଏପର୍ଯ୍ୟନ୍ତ ନିଜ ସନ୍ତାନର ବାପାଙ୍କ ନାମ ପ୍ରକାଶ କରି ନାହାଁନ୍ତି । ତେବେ ନିକଟରେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ବୟଫ୍ରେଣ୍ଡଙ୍କ ମୁହଁ ଦେଖାଇଥିଲେ । ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ନିଜ ସାଥୀ ସହ ଡିନର ନାଇଟ୍‌ର ଫଟୋ ସେୟାର କରିଥିଲେ । ଏହା ପୂର୍ବରୁ ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଆନ୍ ଲୋରେଣ୍ଟ ମିସେଲଙ୍କୁ ଡେଟ କରୁଥିବା ଆଲୋଚନା ହେଉଥିଲା । କିନ୍ତୁ ଏହି ପୋଷ୍ଟ ପରେ ଫଟୋରେ ଥିବା ବ୍ୟକ୍ତି ସେବାଷ୍ଟିଆନ୍ ନଥିବାରୁ କଳ୍ପନା ଜଳ୍ପନା ଏବଂ ରୁମରର ଅନ୍ତ ଘଟିଛି । ତେବେ ଇଲିଆନାଙ୍କ ସାଥୀ କିଏ ଏବଂ ସେ କଣ କରନ୍ତି ସେ ବିଷୟରେ ଅଭିନେତ୍ରୀ କୌଣସି ସୂଚନା ଦେଇନାହାଁନ୍ତି ।

Last Updated : Aug 17, 2023, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.