ETV Bharat / entertainment

ପୁଅ ସହ 'Thanksgiving 2023' ପାଳିଲେ ଇଲିଆନା ଡିକ୍ରୁଜ

author img

By ETV Bharat Odisha Team

Published : Nov 24, 2023, 11:59 AM IST

ଇଲିଆନା ଡିକ୍ରୁଜ ନିଜ ବେବି ବୟ ସହ 'Thanksgiving 2023' ପାଳନ କରିଛନ୍ତି । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଛନ୍ତି । ଅଧିକ ପଢନ୍ତୁ,

ପୁଅ ସହ 'Thanksgiving 2023' ପାଳିଲେ ଇଲିଆନା ଡିକ୍ରୁଜ
ପୁଅ ସହ 'Thanksgiving 2023' ପାଳିଲେ ଇଲିଆନା ଡିକ୍ରୁଜ

ହାଇଦ୍ରାବାଦ: ଚଳିତ ବର୍ଷ ଅଗଷ୍ଟ ୧ରେ ଇଲିଆନା ଡି’କ୍ରୁଜ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ । ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ବେବି ବୟ୍‌ର ଝଲକ ସହ ନାଁ ପୁଅର ଚେହେରା ପ୍ରକାଶ କରିଥିଲେ । ସେ ତାଙ୍କ ପୁଅ କୋଆ ପୋନିକ୍ସ ଡୋଲାନର ନାମ ରଖିଛନ୍ତି । ବର୍ତ୍ତମାନ, ସେ ତାଙ୍କ ଶିଶୁପୁତ୍ର ସହ ତାଙ୍କର ପ୍ରଥମ ଧନ୍ୟବାଦ ଉତ୍ସବ 'Thanksgiving 2023' ପାଳନ କରିଛନ୍ତି, ଯାହାର ଝଲକ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ଇଲିଆନା ଡିକ୍ରୁଜଙ୍କ ବେବି ବୟ କୋଆ ପୋନିକ୍ସ ଡୋଲାନ

ଶୁକ୍ରବାର(ନଭେମ୍ବର ୨୪) ସକାଳେ, ଇଲିଆନା ଡି’କ୍ରୁଜ୍ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ତାଙ୍କ ଶିଶୁପୁତ୍ର କୋଆଙ୍କର । ପ୍ରଥମ ଫଟୋଟିରେ ସେ ଏକ ସୁସ୍ୱାଦୁ ଖାଦ୍ୟର ଏକ ଥାଳି ଧରିଥିବା ନଜର ଆସିଛନ୍ତି । କ୍ୟାପସନ୍‌ରେ ଲେଖାଇଛି, 'Happy Thanksgiving' । ୨ୟ ଫଟୋରେ ଇଲିଆନାଙ୍କ ପୁଅ କୋଆ ଶୋଇଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଇଲିଆନା ହାର୍ଟ ଇମୋଜି ସହ ଲେଖିଛନ୍ତି, 'ଅତ୍ୟଧିକ କୃତଜ୍ଞ ।'

Thanksgiving 2023' ସେଲିବ୍ରେଟ କଲେ ଇଲିଆନା ଡିକ୍ରୁଜ

ସୂଚନା ଥାଉ କି, ଅଗଷ୍ଟ 6ରେ, ଇଲିଆନା ତାଙ୍କ ନୂତନ ଜନ୍ମିତ ଶିଶୁର ଏକ ଆକର୍ଷଣୀୟ ମନୋକ୍ରୋମ ଫଟୋ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଥିଲେ । ହେଲେ ଅଭିନେତ୍ରୀ ବିନା ବିବାହରେ ମା' ହେବା ଖବର ସମସ୍ତଙ୍କୁ ଚକିତ କରିଥିଲା । ଯାହା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ଶିଶୁର ବାପାଙ୍କୁ ନେଇ ଅଭିନେତ୍ରୀଙ୍କୁ ଅନେକ ପ୍ରଶ୍ନ କରିଥିଲେ । ହେଲେ ଏବେ ସୁଦ୍ଧା ଅଭିନେତ୍ରୀ ନିଜ ଶିଶୁର ବାପାଙ୍କ ପରିଚୟ ଦେଇନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଣି ପୁଅର ଝଲକ ଦେଖାଇଲେ ଇଲିଆନା, ଫଟୋ ସେୟାର କରି ଲେଖିଛନ୍ତି ପିକାବୋ

କିନ୍ତୁ ଏହାରି ମଧ୍ୟରେ ସେ ତାଙ୍କ ମିଷ୍ଟ୍ରିମ୍ୟାନ ତଥା ବୟଫ୍ରେଣ୍ଡଙ୍କ ସହ ଏକ ଅସ୍ପଷ୍ଟ ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଥିଲେ । ପରେ ସେ ନିଜ ଡିନର ଡେଟର ଫଟୋ ପୋଷ୍ଟ କରି ନିଜ ସାଥୀଙ୍କ ଚେହେରା ଦେଖାଇଥିଲେ । ଏହା ପୂର୍ବରୁ ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଆନ୍ ଲୋରେଣ୍ଟ ମିସେଲଙ୍କୁ ଡେଟ୍‌ କରୁଥିବା ରୁୂମର ହୋଇଥିଲା । କିନ୍ତୁ ଏହି ପୋଷ୍ଟ ପରେ ଫଟୋରେ ଥିବା ବ୍ୟକ୍ତି ସେବାଷ୍ଟିଆନ୍ ନଥିବାରୁ କଳ୍ପନା ଜଳ୍ପନା ଏବଂ ରୁମରର ଅନ୍ତ ଘଟିଛି । ତେବେ ଇଲିଆନାଙ୍କ ସାଥୀ କିଏ ? ଏବଂ ସେ କଣ କରନ୍ତି ? ସେ ବିଷୟରେ ଅଭିନେତ୍ରୀ କୌଣସି ସୂଚନା ଦେଇନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.